Advertisment

ଗୋଆର ପ୍ରଥମ ମହିଳା ଭାବେ ଲୋକସଭା ନିର୍ବାଚନ ଲଢିବେ ପଲ୍ଲବି ଡେମ୍ପୋ, ବିଜେପି ଦେଲା ଟିକେଟ୍

ଗୋଆ ରାଜନୀତି ଇତିହାସରେ ପ୍ରଥମ କରି ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଜଣେ ମହିଳା।

author-image
Debibandita Barick
Pallavi Dempo

Pallavi Dempo

ଗୋଆ ରାଜନୀତି ଇତିହାସରେ ପ୍ରଥମ କରି ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଜଣେ ମହିଳା। ଡେମ୍ପୋ ଇଣ୍ଡଷ୍ଟ୍ରିଜ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବି ଡେମ୍ପୋଙ୍କୁ ଲୋକସଭା ପାଇଁ ଟିକେଟ୍ ଦେଇଛି ବିଜେପି। ଗତକାଲି ଦଳ ସାଧାରଣ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି, ଯେଉଁଥିରେ ଡେମ୍ପୋଙ୍କ ନାଁ ରହିଛି।

Advertisment

ଦକ୍ଷିଣ ଗୋଆରୁ ଡେମ୍ପୋଙ୍କୁ ପ୍ରାର୍ଥୀ କରିଛି ବିଜେପି। ଗୋଆର ଉଦ୍ୟୋଗୀ ତଥା ଶିକ୍ଷାବିତ୍ ପଲ୍ଲବି ଡେମ୍ପୋ କେମିଷ୍ଟ୍ରି (ରସାୟନ ବିଜ୍ଞାନ)ରେ ସ୍ନାତକ ଡିଗ୍ରୀ ଏବଂ ପୁଣେର ଏମଆଇଟିରୁ ବିଜନେସ୍ ମ୍ୟାନେଜମେଣ୍ଟ (ବ୍ୟବସାୟ ପରିଚାଳନା)ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

୪୯ ବର୍ଷୀୟ ଉଦ୍ୟୋଗୀ ପଲ୍ଲବି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଡେମ୍ପୋ ଇଣ୍ଡଷ୍ଟ୍ରିଜ୍ର ମିଡିଆ ଏବଂ ରିଏଲ୍ ଇଷ୍ଟେଟ୍ ବ୍ରାଞ୍ଚର ତଦାରଖ କରନ୍ତି। ତାଙ୍କ ସ୍ୱାମୀ ଶ୍ରୀନିବାସ ଡେମ୍ପୋ ଜଣେ ବିଶିଷ୍ଟ ଶିଳ୍ପପତି। ସେ ଗୋଆ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ଜିସିସିଆଇ)ର ମୁଖ୍ୟ।

Advertisment

ଅନ୍ୟାନ୍ୟ ସଂଗଠନର ସଦସ୍ୟ ହେବା ବ୍ୟତୀତ ପଲ୍ଲବି ଡେମ୍ପୋ ଗୋଆ କ୍ୟାନସର ସୋସାଇଟି ପରିଚାଳନା କମିଟିର ଏକ ଅଂଶ ଏବଂ ଅଲ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନର ମହିଳା ପରିଷଦ - ଏଆଇଏମଏ ଆସ୍ପାୟାରର ମୂଳ କମିଟିରେ କାର୍ଯ୍ୟ କରନ୍ତି।

ତାଙ୍କ ବିପକ୍ଷରେ ଦକ୍ଷିଣ ଗୋଆ ଆସନରୁ କଂଗ୍ରେସ ନେତା ଫ୍ରାନ୍ସିସ୍କୋ ସର୍ଦ୍ଦିହ୍ନା ପ୍ରତିନିଧିତ୍ୱ କରୁଛନ୍ତି। ୧୯୬୨ ପରଠାରୁ ବିଜେପି ଏହି ନିର୍ବାଚନମଣ୍ଡଳୀରେ ମାତ୍ର ଦୁଇଥର ବିଜୟଲାଭ କରିଛି। ୧୯୯୯ଏବଂ ୨୦୧୪ରେ ବିଜେପି ଏହିଠାରୁ ବିଜୟ ହୋଇଥିଲା। ତେବେ ଏଥର ପ୍ରଥମ କରି ଜଣେ ମହିଳା ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏହି ଆସନ ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ। 

Bjp Lok Sabha Polls Goa Lok Sabha Poll