Advertisment

ବିଜେଡିକୁ ଭୋଟ୍‌ ଦେବା ପାଇଁ ସମିତି ସଭ୍ୟ ବାଣ୍ଟୁଥିଲେ ଟଙ୍କା, ଗୋଡାଇଲେ ଗାଁ ଲୋକ!

ଗାଁ ଲୋକେ ବିଜେଡି ସମର୍ଥିତ ସମିତି ସଭ୍ୟ ଶ୍ରୀ ସାହୁ ଓ ତାଙ୍କୁ ସାଥୀଙ୍କୁ ଘେରିଥିଲେ। ସେହି ସମୟରେ ସେମାନେ ଚମ୍ପଟ ମାରିଥିଲେ। ହେଲେ ସେମାନେ ଦୌଡ଼ି ପଳାଇଲା ବେଳେ ୫୦୦ ଟଙ୍କିଆ ବଣ୍ଡଲ ସବୁ ରାସ୍ତାରେ ଖସି ପଡ଼ିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Money

Money

ବିଜେଡିକୁ ଭୋଟ୍‌ ଦେବା ପାଇଁ ସମିତି ସଭ୍ୟ ବାଣ୍ଟୁଥିଲେ ଟଙ୍କା। ଲୋକେ ବିରୋଧ କରିବାରୁ ମାଡ଼ ଭୟରେ ଟଙ୍କା ଫିଙ୍ଗି ପଳାଇଗଲେ ସମିତି ସଭ୍ୟ ଓ ତାଙ୍କ ସାଥୀ। ଗାଁ ଲୋକେ ୨ ଲକ୍ଷରୁ ଅଧିକ ଟଙ୍କା ଉଦ୍ଧାର କରି ପୁଲିସ୍‌କୁ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଅନ୍ଧାର ବିଜେର ଏପରି ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀରେ।

Advertisment

ବଳଙ୍ଗା ପଞ୍ଚାୟତ ସମିତି ସଭ୍ୟ ପ୍ରକାଶ ସାହୁ ଓ ତାଙ୍କ ସାଥୀ ମଙ୍ଗଳବାର ସନ୍ଧ୍ୟା ବେଳେ ଘରକୁ ଘର ବୁଲି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଆଉ ବିଜେଡିକୁ ଭୋଟ ଦେବା ପାଇଁ କହୁଥିଲେ। ଭୋଟ ପିଛା ୨ରୁ ୩ ହଜାର ଟଙ୍କା ବାଣ୍ଟୁଥିଲେ। ଅଭିଯୋଗ ଅନୁସାରେ ଶ୍ରୀ ସାହୁ ଗାଁର ଦୁଃଶାସନ ବେହେରାଙ୍କୁ ବିଜେଡିରେ ଭୋଟ୍‌ ଦେବା ପାଇଁ ଟଙ୍କା ଜାଚିଥିଲେ। ହେଲେ ସେ ଟଙ୍କା ନେବା ପାଇଁ ମନା କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

ଗାଁ ଲୋକେ ବିଜେଡି ସମର୍ଥିତ ସମିତି ସଭ୍ୟ ଶ୍ରୀ ସାହୁ ଓ ତାଙ୍କୁ ସାଥୀଙ୍କୁ ଘେରିଥିଲେ। ସେହି ସମୟରେ ସେମାନେ ଚମ୍ପଟ ମାରିଥିଲେ। ହେଲେ ସେମାନେ ଦୌଡ଼ି ପଳାଇଲା ବେଳେ ୫୦୦ ଟଙ୍କିଆ ବଣ୍ଡଲ ସବୁ ରାସ୍ତାରେ ଖସି ପଡ଼ିଥିଲା। ଗାଁ ଲୋକେ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଦ୍ଧାର କରିଥିଲେ। ସେହି ସବୁ ଟଙ୍କାକୁ ନେଇ ବଳଙ୍ଗା ଥାନାରେ ଜିମା ଦେଇଥିଲେ ଗାଁ ଲୋକ ଓ ଦୁଃଶାସନ। ପୁଲିସ ସେହି ଟଙ୍କା ଜବତ କରି ଘଟଣାର ତଦନ୍ତ କରୁଛି। ହେଲେ ଏନେଇ ପୁଲିସ କିମ୍ବା ସମିତି ସଭ୍ୟଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Advertisment

ଟଙ୍କା ବାଣ୍ଟିବାକୁ ନେଇ ଦୁଃଶାସନ ବେହେରା କହିଛନ୍ତି, ବିଜେଡିରେ ଭୋଟ୍‌ ଦେବା ପାଇଁ ପ୍ରକାଶ ସାହୁ ଓ ରାଜୀବ ପୃଷ୍ଟି ଗାଁରେ ଟଙ୍କା ବାଣ୍ଟୁ ଥିଲେ। ଭୋଟ୍‌ ପିଛା ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଦେଉଥିଲେ। ମେତେ ଟଙ୍କା ଜାଚୁଥିବା ବେଳେ ମୁଁ ମନା କରିଥିଲି। ମୁଁ ସେମାନଙ୍କଠାରୁ ଟଙ୍କା ନେଲିନି। ଆମେ ଟଙ୍କା ନେଇ ଭୋଟ ଦେଇପାରିବୁ ନାହିଁ ବୋଲି କହିଥିଲି। ସେହି ସମୟରେ ସାହି ପିଲା ତାଙ୍କୁ ବିରୋଧ କରିଥିଲେ। ଯାହାଫଳରେ ସେମାନେ ଦୌଡ଼ି ପଳାଇ ଯାଇଥିଲେ। ହେଲେ ସେମାନଙ୍କ ପାଖରେ ଥିବା ଟଙ୍କା ଗଳି ପଡ଼ିଥିଲା ବୋଲି ଶ୍ରୀ ବେହେରା କହିଛନ୍ତି।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

BjD Bjp Puri General Election 2024 General Election