Advertisment

‘ପାଣ୍ଡିଆନ୍‌ ଓ BJP ସହ ମେଣ୍ଟକୁ ନେଇ BJD ନେତା ଅସନ୍ତୁଷ୍ଟ’

ପ୍ରାର୍ଥୀ ଚୟନ ନେଇ ସେ କହିଛନ୍ତି, ଓଡ଼ିଶାର ପ୍ରାର୍ଥୀ ଚୟନ ପାଇଁ ପ୍ରଗମନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଯେତିକି ଲୋକ ବିଧାନସଭା ପାଇଁ ଆବେଦନ କରିଥିଲେ, ସେମାନଙ୍କ ନାଁ ପିଇସି ବୈଠକରେ ପ୍ରସ୍ତାବ ଦିଆଯାଇଛି।

Ajay Kumar

Ajay Kumar

Advertisment

ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଛି। ଯେଉଁପାଇଁ ବିଜେଡି ନେତାମାନଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି। ଆଜି ଏପରି କହିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର।

Advertisment

ଗଣମାଧ୍ୟମକୁ ଶ୍ରୀ କୁମାର କହିଛନ୍ତି, ଶାସକ ବିଜେଡିରେ ଅନେକ ଅସନ୍ତୁଷ୍ଟ ଅଛନ୍ତି। ପାଣ୍ଡିଆନ ଓ ବିଜେପି ସହ ମେଣ୍ଟକୁ ନେଇ ବିଜେଡି ନେତାମାନେ ବହୁତ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ଦଳରେ ବହୁ ଅନ୍ତଃକନ୍ଦଳ ମଧ୍ୟ ରହିଛି। ଆମ ସହ ଯୋଗାଯୋଗରେ ଥିବା ବିଜେଡିର ବହୁ ବରିଷ୍ଠ ନେତାଙ୍କୁ ଲାଗୁଛି। ଏଠି ବିଜେଡିକୁ ଚଳାଉଛି ବିଜେପି। ରାଜ୍ୟରେ ବିଜେଡି ଓ ବିଜେପି ସମାନ। ଓଡ଼ିଶାକୁ ବଞ୍ଚାଇବାକୁ ଚାହୁଁଥିବା ବିଜେଡି ଓ ବିଜେପିର ନେତା ଆମ ସହ ଆଛନ୍ତୁ, ଆମେ ସେମାନଙ୍କୁ ଉଚିତ୍ ସମ୍ମାନ ଦେବୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର।

ପ୍ରାର୍ଥୀ ଚୟନ ନେଇ ସେ କହିଛନ୍ତି, ଓଡ଼ିଶାର ପ୍ରାର୍ଥୀ ଚୟନ ପାଇଁ ପ୍ରଗମନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଯେତିକି ଲୋକ ବିଧାନସଭା ପାଇଁ ଆବେଦନ କରିଥିଲେ, ସେମାନଙ୍କ ନାଁ ପିଇସି ବୈଠକରେ ପ୍ରସ୍ତାବ ଦିଆଯାଇଛି। ଏହାସହ ଯେଉଁମାନେ ଲୋକସଭା ପାଇଁ ଆବେଦନ କରିଛନ୍ତି, ସେମାନଙ୍କ ନାଁ ମଧ୍ୟ ପିଇସିରେ ଆଲୋଚନା ହୋଇଛି। ଆଗାମୀ ୨୭ ତାରିଖରେ ଦିଲ୍ଲୀରେ ସ୍କ୍ରିନିଂ କମିଟି ବୈଠକ ବସିବ। ତେଣୁ ପ୍ରଗମନର ଦ୍ଵିତୀୟ ପର୍ଯ୍ୟାୟର ଯେଉଁମାନେ ପରଫର୍ମାନ୍ସ ଦୃଷ୍ଟିରୁ ଆଗରେ ଥିବେ, ସେମାନଙ୍କ ନାଁ ସ୍କ୍ରିନିଂ କମିଟିରେ ସ୍ଥାନ ପାଇବ। ଶେଷରେ ପ୍ରଗମନ ଓ ସର୍ଭେ ଟିମ୍‌ର ରିପୋର୍ଟ ଅନୁଧ୍ୟାନ କରିବା ପରେ ଓଡ଼ିଶାରେ ଟିକେଟ ବଣ୍ଟନ କରାଯିବ। ଯେଉଁମାନେ ପ୍ରଗମନରେ ନିଜର ତୃଣମୂଳ ସ୍ତରର ଦକ୍ଷତାକୁ ପ୍ରତିପାଦିତ କରିପାରିବେ, ସେମାନଙ୍କୁ ଟିକେଟ ପାଇଁ ପ୍ରାଥମିକତା ଦିଆଯିବ। ୧୪୭ଟି ବିଧାନସଭା ପାଇଁ ପାଖାପାଖି ୨୬୦୦ ଆଶାୟୀ ଆବେଦନ କରିଛନ୍ତି। ୨୧ ଲୋକସଭା ସିଟ୍‌ ପାଇଁ ୫୪୫ ଜଣ ଆବେଦନ କରିଛନ୍ତି ବୋଲି ଶ୍ରୀ କୁମାର କହିଛନ୍ତି।

Advertisment

ଅଜୟ କୁମାର ଆହୁରି କହିଛନ୍ତି, ବିଜେପି କ’ଣ କରୁଛି ଆମର କିଛି ଫରଖ ପଡ଼ିବନି। ୨୭ ତାରିଖରେ ଦିଲ୍ଲୀରେ ଓଡ଼ିଶା କଂଗ୍ରେସ ନେଇ ବୈଠକ ଅଛି। କଂଗ୍ରେସ ରାଜ୍ୟ ପାଇଁ ନିଜର ପ୍ରାୟ ପ୍ରାର୍ଥୀ ସର୍ଟ ଲିଷ୍ଟ କରିସାରିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ସବୁ ସିଟ ନେଇ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ। ୨୦୨୪ ନିର୍ବାଚନକୁ ନେଇ ନରେନ୍ଦ୍ର ମୋଦି ବହୁତ ଚିନ୍ତାରେ ଅଛନ୍ତି। ନହେଲେ ଗୋଟିଏ ଗୋଟିଏ ସିଟ ଥିବା ପାର୍ଟିକୁ ଭାଙ୍ଗୁ ନଥାନ୍ତେ। ଇଣ୍ଡିଆ ମେଣ୍ଟର ବିଚିତ୍ର ଫଳାଫଳ ୨୦୨୪ ନିର୍ବାଚନରେ ଦେଖିବାକୁ ମିଳିବ। ଏହାକୁ ନେଇ ମୋଦି ଏବେ ଚିନ୍ତାରେ ବୋଲି ଅଜୟ କୁମାର କହିଛନ୍ତି।

Bhubaneswar Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe