ବିଜେପି ସହ ଆସନ ବୁଝାମଣା: ଦିଲ୍ଲୀ ଗଲେ ପାଣ୍ଡିଆନ ଓ ବବି

ଅସମର୍ଥିତ ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଯେଉଁ ଆସନ ବୁଝାମଣା ହେବ ତାହା ଉପରେ ସହମତି ହୋଇଛି ।

Pandian and Pranab

ଭି.କେ ପାଣ୍ଡିଆନ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ

Ordigital Desk
  • Published: Thursday, 07 March 2024
  • Updated: 07 March 2024, 08:44 PM IST

Sports

Latest News

ଦୀର୍ଘ ୧୫ବର୍ଷ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ଫେରିବ ବିଜେଡି । ଗତକାଲି ଦୁଇଦଳ ଭିନ୍ନ ଭିନ୍ନ ବୈଠକ କରି ଦଳୀୟ ନେତାମାନଙ୍କୁ ସମ୍ଭାବ୍ୟ ମେଂଟ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଅବଗତ କରିବା ପରେ ଆଜି ଏହି ପ୍ରକ୍ରିୟା ଆଉ ପାଦେ ଆଗେଇବାର ସମ୍ଭାବନା ରହିଛି । ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ଆସନ ବୁଝାମଣାର ଫର୍ମୂଲା ଓ କିଏ କେଉଁ ଆସନରେ ଲଢ଼ିବେ ତାହା ଚୂଡ଼ାନ୍ତ କରିବା ନିମନ୍ତେ ବିଜେଡି ନିଜର ଦୁଇଜଣ ନେତା ଭିକେ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ଦିଲ୍ଲୀ ପଠାଇଛି । ସେଠାରେ ଗତକାଲିଠୁ ରହିଥିବା ରାଜ୍ୟ ବିଜେପି ନେତୃତ୍ୱ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପସ୍ଥିତିରେ ଏହି ଆସନ ବୁଝାମଣା ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଏକ ସ୍ୱତନ୍ତ୍ର ଚାର୍ଟର ପ୍ଲେନରେ ବିଜେଡି ନେତା ଶ୍ରୀ ପାଣ୍ଡିଆନ ଓ ବବି ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ସେମାନେ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ବିଜେପିର ବରିଷ୍ଠ ନେତା(ଓଡ଼ିଶା ଦାୟିତ୍ୱରେ ଥିବା)ଙ୍କ ଘରେ ରାଜ୍ୟ ବିଜେପି ନେତାମାନଙ୍କ ସହ ଆସନ ବୁଝାମଣାକୁ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଆଜି ପୂର୍ବାହ୍ନରେ ବିଜେପିର ରାଜ୍ୟ ନେତୃତ୍ୱମାନଙ୍କ ଏକ ବୈଠକ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଘରେ ଅନୁଷ୍ଠିତ ହୋଇଥିଲା । ଗତକାଲି ବିଜେପିର ରାଜ୍ୟ ନେତୃତ୍ୱଙ୍କ ସହ ମଧ୍ୟ କେନ୍ଦ୍ରୀୟ କୋର କମିଟି ବୈଠକ ବସି ସମ୍ଭାବ୍ୟ ମେଂଟ ସମ୍ପର୍କରେ ଅବଗତ କରାଯାଇଥିଲା ।

Also Read

ଏପଟେ ବିଜେଡି ମଧ୍ୟ ଗତକାଲି ନବୀନ ନିବାସରେ ଦଳୀୟ ନେତାମାନଙ୍କୁ ଡକାଇ ସମ୍ଭାବ୍ୟ ମେଂଟ ସମ୍ପର୍କରେ ସୂଚନା ଦେଇଥିଲା । ଆଜି ଦଳର ଦୁଇଜଣ ନେତା ପାଣ୍ଡିଆନ ଓ ବବି ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ ନେତୃତ୍ୱଙ୍କ ସହ ଆସନ ବୁଝାମଣା କରିବେ ବୋଲି ଜଣାପଡ଼ିଛି । ଗତକାଲିଠୁ ଆଜି ମଧ୍ୟରେ ବଦଳୁଥିବା ରାଜନୀତିକ ପରିଦୃଶ୍ୟକୁ ଦେଖି ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଦୁଇ ଦଳ ମଧ୍ୟରେ ମେଂଟକୁ ନେଇ ଆନୁଷ୍ଠାନିକ ଘୋଷଣା କରିବା ପାଇଁ ଉଭୟ ଦଳର ଶୀର୍ଷ ନେତୃତ୍ୱ ଚାହୁଁଥିବା ଜଣାପଡ଼ିଛି ।

ଅସମର୍ଥିତ ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଯେଉଁ ଆସନ ବୁଝାମଣା ହେବ ତାହା ଉପରେ ସହମତି ହୋଇଛି । ବିଜେଡି ଲୋକସଭାରେ ୮ଟି ଓ ବିଧାନସଭାରେ ୯୮ଟି ସିଟ୍‌ରେ ନିଜର ପ୍ରାର୍ଥୀ ଦେବ ବୋଲି ଉଭୟ ଦଳ ମଧ୍ୟରେ ଏକପ୍ରକାର ସହମତି ହୋଇଛି । ଏବେ କେଉଁ ଦଳ କେଉଁ ସିଟରେ ଲଢ଼ିବେ ତାକୁ ନେଇ ବିଜେପି ନେତୃତ୍ୱଙ୍କ ସହ ବୈଠକ କରି ପାଣ୍ଡିଆନ ଓ ବବି ସ୍ଥିର କରିବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଦୀର୍ଘ ପ୍ରାୟ ୧୧ବର୍ଷର ମେଂଟ ସମ୍ପର୍କକୁ ବିଜେଡି ୨୦୦୯ ମାର୍ଚ୍ଚ ୮ତାରିଖରେ ଛିନ୍ନ କରିଥିଲା । ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟରୁ ଓହରି ଯାଇଥିଲା । ଏବେ ଦୀର୍ଘ ୧୫ବର୍ଷ ପରେ ବିଜେଡି ପୁଣିଥରେ ଏନଡିଏ ମେଂଟକୁ ଫେରିବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି । ଦିନେ ଦୁଇଦିନ ମଧ୍ୟରେ ମେଂଟକୁ ନେଇ ସ୍ପଷ୍ଟ ଚିତ୍ର ଆସିବ ଓ ୧୨ତାରିଖ ସୁଦ୍ଧା ଦୁଇ ଦଳ ମେଂଟ-ଆସନ ବୁଝାମଣାର ଫର୍ମୂଲା ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବେ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story