ବିଜେଡି କାହାର: ପାଣ୍ଡିଆନ-ବବିଙ୍କ ପାଖରେ ଦଳୀୟ ପାଣ୍ଠି , ଆକ୍ସନ ନେବାକୁ ନବୀନ ଅକ୍ଷମ

ବିଜେଡି ଏବେ କାହାର ଓ କାହା ନିୟନ୍ତ୍ରଣରେ ଅଛି? ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନର ଆଭିମୁଖ୍ୟ ଓ ଅସହାୟତାକୁ ଦେଖିବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ ।

naveen

ପାଣ୍ଡିଆନ, ନବୀନ ଓ ବବି (ଫାଇଲ ଫଟୋ)

Ordigital Desk
  • Published: Monday, 07 April 2025
  • Updated: 07 April 2025, 08:35 PM IST

Sports

Latest News

ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିରେ ଉଠିଥିବା ଝଡ଼ ଏବେ ଜଟିଳ ହୋଇ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି । ଏହାସହିତ ବିଜେଡି ଏବେ କାହାର ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ୱକଫ୍ ବିଲ ପ୍ରସଙ୍ଗରେ ଦଳରେ ଚାଲିଥିବା ବୟାନବାଜି ଓ ଅସ୍ଥିରତାକୁ ସମାପ୍ତ କରିବା ପରିବର୍ତ୍ତେ ନିଜର ଅସହାୟତା ପ୍ରକଟ କଲେଣି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ରାଜ୍ୟସଭାରେ ଯାହା ହୋଇଛି ତାଙ୍କର ନିର୍ଦ୍ଦେଶରେ ହୋଇନି ବୋଲି ସେ ପରୋକ୍ଷରେ ମଧ୍ୟ ସ୍ୱୀକାର କରି ଘଟଣାର ଅନୁଧ୍ୟାନ କରିବାର ଭରସା ଦେଇଥିବାରୁ ଦଳରେ ଅସନ୍ତୋଷକୁ ତୀବ୍ର ରୂପ ଧାରଣ କଲାଣି ।

ସୋମବାର ନବୀନଙ୍କ ଏଭଳି ବୟାନ ପରେ ରାଜ୍ୟସଭାରେ ଦଳୀୟ ସାଂସଦମାନଙ୍କୁ ‘ବିବେକାନୁମୋଦିତ’ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଅନ୍ୟ କେହି ନିର୍ଦ୍ଦେଶ ଦେଇଥିବା ଏକରକମ ସ୍ପଷ୍ଟ ହୋଇଯାଇଛି । ତଥାପି ନବୀନ ଦଳରେ ବଢ଼ୁଥିବା ଏଭଳି ଅସ୍ଥିରତାକୁ ପ୍ରଶମିତ କରିବାକୁ କାହିଁକି ନିରବ ରହିଛନ୍ତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କେଉଁଠି ସମସ୍ୟା ରହିଛି ବୋଲି ତାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ ବେଶ୍ ଗୁରୁତର ଘଟଣା ସାମ୍ନାକୁ ଆସିଛି । ନବୀନଙ୍କୁ ଅନ୍ଧାରରେ ରଖି ଦଳ ଓ ଦଳୀୟ ପାଣ୍ଠିକୁ ହଡ଼ପ ସହ ନିଜ ପତ୍ନୀ ସୁଜାତାଙ୍କୁ ବିଜେଡିର ନେତୃତ୍ୱ ଦେବା ନିମନ୍ତେ ପାଣ୍ଡିଆନ ସୁଚିନ୍ତିତ ଢଙ୍ଗରେ ଏଭଳି ରଣନୀତି କରିଥିବା ସୂଚନା ମିଳିଛି । ନବୀନଙ୍କ ପାଖରେ ଦଳ ନାହିଁ ତେଣୁ ୱକଫ୍ ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ଅକ୍ଷମ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

ବିଜେଡି କାହାର?

ବିଜେଡି ଏବେ କାହାର ଓ କାହା ନିୟନ୍ତ୍ରଣରେ ଅଛି? ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନର ଆଭିମୁଖ୍ୟ ଓ ଅସହାୟତାକୁ ଦେଖିବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଆଖିଦୃଶିଆ ସଫଳତା ସହ ପଂଚମଥର ସରକାର ଗଢ଼ିବା ପରେପରେ ବିଜେଡିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିକେ ପାଣ୍ଡିଆନ ଓ ତାଙ୍କ ଗୋଷ୍ଠୀଙ୍କ ହାତକୁ ଚାଲିଯାଇଛି । ଦଳରେ କିଏ କ’ଣ କହିବେ, କାହାକୁ କେଉଁ ପଦପଦବୀ ଦିଆଯିବ, କିଏ ଲଢ଼ିବେ ଏପରିକି ପ୍ରତ୍ୟେକ ଛୋଟବଡ଼ ନିଷ୍ପତ୍ତି ପାଣ୍ଡିଆନ ହିଁ ନେଉଥିଲେ । ନବୀନଙ୍କ ବିଶ୍ୱାସ ଜିଣି ଉଭୟ ଦଳ ଓ ସରକାରରେ ପାଣ୍ଡିଆନ ପାଲଟି ଯାଇଥିଲେ ଅଘୋଷିତ ସର୍ବେସର୍ବା । ଆଉ ସେବେଠୁ ନିଜର ତୋଷାମଦକାରୀଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରିବାର ଫଳ ତାଙ୍କୁ ଏବେ ମିଳିବାରେ ଲାଗିଛି । ବିଜେଡିର ସଂଖ୍ୟାବଳକୁ ଆଧାର କରି ରାଜ୍ୟସଭା ଭଳି ଗୁରୁତ୍ୱପୂର୍ଣ୍ଣ ଗାରିମାମୟ ସ୍ଥାନକୁ ପାଣ୍ଡିଆନ ନିଜର ପତିଆରା ପ୍ରଦର୍ଶନର ସ୍ଥଳୀ ଭାବେ ବାଛି ନେଇଥିଲେ । କେତେବେଳେ କାହାକୁ ସେଠାରୁ କାଢ଼ି ଆଣିବା ତ ଆଉ କାହାକୁ ଯୋଗ୍ୟତା ନଥାଇ ବି ପଠାଇବାରେ ସକ୍ଷମ ହେଉଥିଲେ । ମାନସ ମଙ୍ଗରାଜ, ଶୁଭାଶିଷ ଖୁଂଟିଆ, ସୁଲତା ଦେଓ ଓ ସନାତନ ବିଶିଙ୍କ ଭଳି ଚରିତ୍ରମାନେ ଏହାର ପ୍ରକୃଷ୍ଟ ଉଦାହରଣ । ନା ଏମାନଙ୍କର ରାଜନୀତିକ ଯୋଗ୍ୟତା ଅଛି ନା ଏମାନେ ରାଜ୍ୟରେ ପ୍ରତିଷ୍ଠିତ ଚେହେରା ।

Also Read

କେବଳ ପାଣ୍ଡିଆନ ଓ ତାଙ୍କ ଟିମ ସଦସ୍ୟଙ୍କ ଚାଟୁକାରିତା ହିଁ ଏମାନଙ୍କ ଯୋଗ୍ୟତା ଥିଲା । ତେଣୁ ଦଳର ବହୁ ଯୋଗ୍ୟ ଓ ପୁରୁଖା ନେତାମାନଙ୍କୁ ଅଣଦେଖା କରି ପାଣ୍ଡିଆନ ଏହି ରାଜନୀତିକ ଅପାଂକ୍ତେୟମାନଙ୍କୁ ରାଜ୍ୟସଭା ପଠାଇଥିଲେ । ଦଳର ସରକାର ଥିବାରୁ ପାଣ୍ଡିଆନଙ୍କ ଏଭଳି କାର୍ଯ୍ୟ ଉପରେ ଦଳୀୟ ନେତାମାନେ ପ୍ରତିବାଦର ସାହାସ ଜୁଟାଇବା ମଧ୍ୟ ସମ୍ଭବପର ନଥିଲା । ଏବେ ସେହି ସାଂସଦମାନେ ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାରେ ଲାଗିଛନ୍ତି । ଯଦିଓ ନବୀନଙ୍କୁ ସୋସିଆଲ ମିଡିଆରେ ସମାଲୋଚନାବେଳେ ଚୁପ୍ ରହୁଛନ୍ତି ଅଥଚ ପାଣ୍ଡିଆନଙ୍କ ବେଳକୁ  ଚିହିଁକି ଉଠୁଥିବା ଜଣାପଡ଼ିଛି ।

୨୦୨୪ ସାଧାରଣ ନିର୍ବାଚନରେ ପାଣ୍ଡିଆନ ଓ ତାଙ୍କ ଟିମର ଔଦ୍ଧତ୍ୟ, ତ୍ରୁଟିପୂର୍ଣ୍ଣ ରଣନୀତି ଓ ନବୀନଙ୍କୁ ନବୀନ ନିବାସ ଭିତରେ ଆବଦ୍ଧ କରି ରଖିବାର ପରିମାଣ ବିଜେଡିକୁ ଭୋଗିବାକୁ ପଡ଼ିଲା । ବିଜେଡିର ୨୪ବର୍ଷର ଶାସନର ଅନ୍ତ ହେଲା । ଆଉ ପାଣ୍ଡିଆନ ନିଜର ତ୍ରୁଟି ଜାଣି ରାଜନୀତିରୁ ସନ୍ୟାସ ନେଲେ । ମାତ୍ର ବିଭିନ୍ନ ଉପାୟରେ ନବୀନଙ୍କୁ କରାୟତ କରିଥିବା ପାଣ୍ଡିଆନ ନବୀନ ନିବାସ ଯିବା ଛାଡ଼ିଲେ ନାହିଁ । ପ୍ରଚ୍ଛଦପଟ୍ଟରେ ରହି ଦଳର ନିଷ୍ପତ୍ତି ପୂର୍ବଭଳି ନେବାରେ ଲାଗିଲେ । ଦଳରେ ତାଙ୍କ ପ୍ରତି ବଢ଼ୁଥିବା ଅସନ୍ତୋଷକୁ ପରଖି ଦଳୀୟ ନେତାମାନଙ୍କ ଆଗରେ ପ୍ରାୟୋଜିତ ଡ୍ରାମା ମଧ୍ୟ କଲେ । ସେ ଦଳୀୟ କଥା ବୁଝିବେ ନାହିଁ ଓ ବିଦେଶ ପଳାଇବେ ବୋଲି କିଛି ଆଗଧାଡ଼ିର ନେତାଙ୍କୁ ଡାକି କହିବା ପରେପରେ ତାଙ୍କ ପତ୍ନୀ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଇସ୍ତଫା ଦେଲେ । ଦିଲ୍ଲୀ ଦରବାରରେ ନବୀନଙ୍କ ପ୍ରତି ଥିବା ସମ୍ମାନ ଯୋଗୁ ତାଙ୍କ ହସ୍ତକ୍ଷେପରେ ସୁଜାତାଙ୍କ ଇସ୍ତଫା ମଧ୍ୟ ମଞ୍ଜୁର ହେଲା । ଆଉ ପତ୍ନୀ ସୁଜାତାଙ୍କୁ ବିଜେଡିର ନେତୃତ୍ୱ ଦେବା ପାଇଁ ପାଣ୍ଡିଆନଙ୍କ ରଣନୀତିର ମୂଳଦୁଆ ପଡ଼ିଛି ।

ପାଣ୍ଡିଆନ-ବବିଙ୍କ ପାଖରେ ଦଳୀୟ ପାଣ୍ଠି

ଦଳର ବିପର୍ଯ୍ୟୟ ଓ ଦଳୀୟ ନୀତିବିରୁଦ୍ଧ ନିଷ୍ପତ୍ତିକୁ ନେଇ ବିଜେଡିରେ ବରିଷ୍ଠ ନେତାମାନେ ତୁମ୍ଭିତୋଫାନ କରୁଛନ୍ତି । ପାଣ୍ଡିଆନଙ୍କ ବିରୁଦ୍ଧରେ ବିସ୍ଫୋରକ ବୟାନ ବି ଦେଉଛନ୍ତି । ମାତ୍ର ଏହାସତ ଯେ, ଦଳ କିଭଳି ଚାଲୁଛି ଓ ପାଣ୍ଠି କେଉଁଠି ଅଛି ତା’ର ସାମାନ୍ୟତମ ଧାରଣା ସେମାନଙ୍କର ନାହିଁ । ଏପରିକି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଦଳୀୟ ପାଣ୍ଠିକୁ ନେଇ ଅନ୍ଧାରରେ ରହିଥିବା ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି । ସାଧାରଣ ନିର୍ବାଚନ ପରେ ଦଳ ପାଖରେ ଆନୁଷ୍ଠାନିକ ଭାବେ ୬୨୫.୦୭ କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ ରହିଛି । ଏହାବାଦ୍ ଦଳର ସମ୍ପତ୍ତି ପ୍ରାୟ ହାରାହାରି ୮୦କୋଟି ଟଙ୍କା । କିନ୍ତୁ ଏସବୁ ବ୍ୟତୀତ ଦଳ ପାଖରେ କେତେ ଅର୍ଥ କେଉଁଠି ରହିଛି ତାହା କେବଳ ପାଣ୍ଡିଆନ ହିଁ ଜାଣନ୍ତି । ବବିଙ୍କ ମାଧ୍ୟମରେ ସିଂହଭାଗ ପାଣ୍ଠି ବିନିଯୋଗ ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା । ଦଳ ପାଖରେ ପ୍ରାୟ ୨୦ହଜାର କୋଟି ଟଙ୍କାର ଘୋଷିତ ଓ ଅଘୋଷିତ ପାଣ୍ଠି ଥିବା ସନ୍ଦେହ କରାଯାଉଛି । ଦଳର ମାଲିକାନାରେ ମାନସ ମଙ୍ଗରାଜଙ୍କ ଦ୍ୱାରା ଦୁଇଟି ଗଣମାଧ୍ୟମ ସଂସ୍ଥା ପରିଚାଳିତ ହେଉଛି ଓ ମାସିକ ପ୍ରାୟ ଅଢ଼େଇରୁ ୩କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହା ଆସୁଛି କେଉଁଠି ତା’ର ଟେର ମଧ୍ୟ ଦଳର କୌଣସି ନେତା ପାଇନାହାନ୍ତି । ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ବିଜେଡି ଓ ନବୀନଙ୍କ ପରିବର୍ତ୍ତେ ପାଣ୍ଡିଆନ-ମାନସଙ୍କ ଗୁଣଗାନ କରିବାରେ ବ୍ୟସ୍ତ ରହିଛି ।

ତେଣୁ ଏଭଳି ସ୍ଥିତିରେ ପାଣ୍ଡିଆନଙ୍କୁ ନେଇ ବଢ଼ୁଥିବା ଅସନ୍ତୋଷକୁ ଅଧିକ ଜଟିଳ କରି ଫାଇଦା ଉଠାଇବା ପାଇଁ ବବି ଚତୁରତାର ସହ ଗୋଟିଚାଳନା କରୁଥିବା ଜଣାପଡ଼ିଛି । କିଛି ବରିଷ୍ଠ ନେତାମାନଙ୍କ ସହ ରହି ପାଣ୍ଡିଆନ ବିରୁଦ୍ଧରେ ଉସକାଇବା ଓ ସେମାନଙ୍କୁ ପାଣ୍ଠି ମଧ୍ୟ ଦେଉଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି । ସେପଟେ ପାଣ୍ଡିଆନଙ୍କ ଅନୁଗତ ଭାବେ ନିଜକୁ ଦର୍ଶାଇ ଏପଟେ ଗୋଳିଆପାଣିରୁ ଫାଇଦା ନେବାକୁ ଉଭୟ ଡାହାଣୀ ଓ ଗୁଣିଆ ଭୂମିକାରେ ବବି ଅବତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି ।

ଯେହେତୁ ଦଳୀୟ ପାଣ୍ଠି ସମ୍ପର୍କରେ ଦଳର କୌଣସି ନେତା କିଛି ଜାଣନ୍ତି ନାହିଁ ଓ ନବୀନ ନିଜେ ମଧ୍ୟ ବିଗତ କିଛିବର୍ଷ ଧରି ପାଣ୍ଡିଆନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଥିବାରୁ ଏବେ ଦଳର ଉଭୟ ଘୋଷିତ ଓ ଅଘୋଷିତ ପାଣ୍ଠି କେଉଁଠି ଅଛି ତାହା ଜାଣିବା ନବୀନଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି । ପାଣ୍ଡିଆନ-ବବି ଉଭୟ ବିଜେଡିକୁ ନିଜ ନିଜ କବଜାରେ ରଖିବାକୁ ଚାହୁଁଥିବାରୁ ଜାଣିଶୁଣି ଦଳରେ ଏଭଳି ଅସ୍ଥିରତା ସୃଷ୍ଟି କରାଯାଉଛି । ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ରହି ନବୀନ ନିଜେ କୌଣସି ଆକ୍ସନ ନେବା ସ୍ଥିତିରେ ନଥିବାରୁ ଦଳୀୟ ନେତାମାନେ ଯେତେ ଚିତ୍କାର କଲେ ମଧ୍ୟ ତାହା କେବଳ ‘ନିଜ ଗୋଡ଼ରେ କୁରାଢ଼ୀ ମାରିବା’ ସଦୃଶ ହୋଇଛି ।

ନବୀନଙ୍କ ନେତୃତ୍ୱ

ନବୀନଙ୍କ ନେତୃତ୍ୱ ବିଗତ କିଛିବର୍ଷ ହେଲା ସଙ୍କଟରେ ରହିଛି । ନବୀନଙ୍କ ନେତୃତ୍ୱ କହିଲେ ପାଣ୍ଡିଆନଙ୍କ ଅଘୋଷିତ ନିର୍ଦ୍ଦେଶକୁ ହିଁ ବୁଝାଏ । ପାଣ୍ଡିଆନଙ୍କ ବିନା ନବୀନଙ୍କ ଅସ୍ତିତ୍ୱ ନଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିଜେଡିର ନେତାମାନେ ଯିଏ ଯେତେ କହିଲେ ବି ପାଣ୍ଡିଆନଙ୍କ କବଳରୁ ନବୀନ ମୁକ୍ତ ହେବା ସହଜ ନୁହେଁ । ବୟସର ସାୟାହ୍ନରେ ଉପନୀତ ନବୀନ ନିଜର ଶାରୀରିକ ଆବଶ୍ୟକତା ପାଇଁ ସାଂଗଠନିକ କାର୍ଯ୍ୟରେ ଅନାଗ୍ରହୀ ରହୁଛନ୍ତି । ଦଳର ନେତାମାନେ ଏବେ ‘ପାଣ୍ଡିଆନ ହଟାଅ’ ନୀତି ଆପଣାଇ ନବୀନଙ୍କ ନେତୃତ୍ୱକୁ ବଳିଷ୍ଠ କରିବାକୁ ଚାହୁଁଥିଲେ ମଧ୍ୟ ପାଣ୍ଡିଆନଙ୍କ କବଳରୁ ମୁକ୍ତ ହେବା ନବୀନଙ୍କ ପାଇଁ କାଠିକର ପାଠ ଥିବାରୁ ‘ନବୀନଙ୍କ ନେତୃତ୍ୱ ଓ ନେତାଗିରି’ କେବଳ ଦଳୀୟ ନେତାମାନଙ୍କ ଭାଷଣ ଓ ବୟାନବାଜି ମଧ୍ୟରେ ସୀମିତ ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story