Advertisment

ଟମାଟୋ ମାଡ଼ ପରେ ଜବାବ ଦେଲେ ପାଣ୍ଡିଆନ୍‌

ସେ କହିଛନ୍ତି, ଆପଣଙ୍କ ସହିତ ହାତ ମିଶାଇବା ପାଇଁ ଆସିଛି। ମୁଁ ଜାଣିଛି, ଆପଣଙ୍କ ଭିତରେ ୨ରୁ ୩ ଜଣ ଅଛନ୍ତି, ଯେଉଁମାନେ ମୋ ଉପରକୁ ଅଣ୍ଡା ପକାଇବେ, ଟମାଟୋ ପକାଇବେ, କାଳି ଫିଙ୍ଗିବେ, ଚପଲ ପକାଇବେ। ଗୁଳି ମଧ୍ୟ ମାରିବେ। କିନ୍ତୁ କିଛି ଅସୁବିଧା ନାହିଁ।

author-image
Manoranjan Sial
Pandian

Pandian

‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ ହୋଇଥିଲା। ତା’ର ଜବାବ ଦେଇଛନ୍ତି ପାଣ୍ଡିଆନ୍‌। ଷ୍ଟେଜ୍‌ ସାମ୍ନାରେ ବସିଥିବା ଲୋକଙ୍କୁ ସମ୍ବୋଧନ କଲା ବେଳେ ସେ କହିଛନ୍ତି, ଆପଣମାନଙ୍କୁ ଭେଟିବା ପାଇଁ ମୋତେ କେହି ଅଟକାଇ ପାରିବେ ନାହିଁ।

Advertisment

ସେ କହିଛନ୍ତି, ଆପଣଙ୍କ ସହିତ ହାତ ମିଶାଇବା ପାଇଁ ଆସିଛି। ମୁଁ ଜାଣିଛି, ଆପଣଙ୍କ ଭିତରେ ୨ରୁ ୩ ଜଣ ଅଛନ୍ତି, ଯେଉଁମାନେ ମୋ ଉପରକୁ ଅଣ୍ଡା ପକାଇବେ, ଟମାଟୋ ପକାଇବେ, କାଳି ଫିଙ୍ଗିବେ, ଚପଲ ପକାଇବେ। ଗୁଳି ମଧ୍ୟ ମାରିବେ। କିନ୍ତୁ କିଛି ଅସୁବିଧା ନାହିଁ। ମୁଁ ଆପଣଙ୍କ ପାଖକୁ ଆସିବି। କେହି ମୋତେ ବନ୍ଦ କରିପାରିବେ ନାହିଁ। ଆପଣଙ୍କୁ ଭେଟି ବହୁତ ଭଲ ଲାଗିଲା। କାମ କରିବା ପାଇଁ ଆମ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରେରଣା ପାଇଛୁ। ଭାଷଣ କମ୍‌ ଦେବା। ତେଣୁ ମୁଁ ବେଶୀ ଭାଷଣ ଦେଉନାହୁଁ ବୋଲି ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି।

ସୂଚନାରୁ ପ୍ରକାଶ, ଗଞ୍ଜାମ ଜିଲ୍ଲା ବେଲେଗୁଣ୍ଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଯାଉଥିଲେ। ତେବେ ଅଧା ରାସ୍ତାରେ ତାଙ୍କ ଉପରକୁ ଟମାଟୋ ମାଡ଼ ହୋଇଥିଲା। ଟମାଟୋ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସ କର୍ମୀ ବୋଲି କୁହାଯାଉଛି। ବିଜେଡି କର୍ମୀମାନେ ଧରି ବହେ ଛେଚିଥିଲେ। ପରେ ପୁଲିସ ତାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

Advertisment
BjD Ganjam