Advertisment

ପାଣ୍ଡିଆନ ଗୋ-ବ୍ୟାକ, ରିତା ସାହୁ ମୁର୍ଦାବାଦ ନାରା ଦେଲେ ଯୁବ ଗୋଷ୍ଠୀ

ରିତା ସାହୁଙ୍କ ପାଇଁ ବିଜେପୁରରେ ଜେଏମଏଫସି କୋର୍ଟ ହୋଇପାରିଲା ନାହିଁ। ତେଣୁ ରିତା ସାହୁଙ୍କୁ ବିଜେପୁରରେ ପ୍ରବେଶ କରାଇଦେବୁନି ବୋଲି ମଧ୍ୟ ସେମାନେ କହିଛନ୍ତି।

ଅଦ୍ୟତନ ହୋଇଛି
Pandian

Pandian

Advertisment

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଗସ୍ତକୁ ବିଜେପୁରରେ ଜୋରଦାର ବିରୋଧ। ପାଣ୍ଡିଆନ ଗୋ ବ୍ୟାକ ଓ ବିଜେଡିର ବିଧାୟକ ପ୍ରାର୍ଥୀ ରିତା ସାହୁ ମୁର୍ଦାବାଦର ନାରା ଦେଇଛନ୍ତି ବିଜେପୁର ଅଞ୍ଚଳର କିଛି ଯୁବକ। ୨୫ ବର୍ଷର ଅପାରଗ ସରକାର ଜଣେ ତାମିଲ ଲୋକଙ୍କ ହାତରେ ଶାସନ ଭାର ଟେକି ଦେଇଛି।

Advertisment

ବିଜେପୁରକୁ ଆଜି ପାଣ୍ଡିଆନ ଆସିଛନ୍ତି। ଏଥିଯୋଗୁ ପ୍ରବଳ ଖରାରେ ବିଭିନ୍ନ ଅଂଚଳର ବୃଦ୍ଧବୃଦ୍ଧାଙ୍କୁ ବସ ଓ ପିକଅପରେ ତାଙ୍କ ସଭାସ୍ଥଳକୁ ନିଆଯାଉଛି। ଲୋକଙ୍କୁ ପ୍ରଲୋଭିତ କରି ସଭାରେ ଭିଡ଼ ସୃଷ୍ଟି କରାଯିବାକୁ ଯୁବକମାନେ ବିରୋଧ କରିଛନ୍ତି। ଏଥିଥିପାଇଁ ସେମାନେ କଳାପତାକା ଦେଖାଇ ନିଜର ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ସେହିପରି ରିତା ସାହୁଙ୍କ ପାଇଁ ବିଜେପୁରରେ ଜେଏମଏଫସି କୋର୍ଟ ହୋଇପାରିଲା ନାହିଁ। ତେଣୁ ରିତା ସାହୁଙ୍କୁ ବିଜେପୁରରେ ପ୍ରବେଶ କରାଇଦେବୁନି ବୋଲି ମଧ୍ୟ ସେମାନେ କହିଛନ୍ତି।

ଆନ୍ଦୋଳନର ନେତୃତ୍ୱ ନେଉଥିବା ଆଶୁତୋଷ ମେହେର କହିଛନ୍ତି, “୨୫ ବର୍ଷର ଅପାରଗ ବିଜେଡି ସରକାର ତାମିଲନାଡୁରୁ ଜଣେ ବ୍ୟକ୍ତିଙ୍କୁ ଆଣି ଛିଡ଼ା କରିଛି। ତାଙ୍କ ହାତରେ ବିଜେଡି ସରକାର ସବୁ କ୍ଷମତା ଦେଇଛି। ଆମେ ଯେଉଁମାନଙ୍କୁ ଭୋଟ ଦେଇ ବିଧାୟକ ଓ ମନ୍ତ୍ରୀ କରିଛୁ, ସେମାନେ ଏବେ ଭିକେ ପାଣ୍ଡିଆନଙ୍କ କାଠକଣ୍ଢେଇରେ ପରିଣତ ହୋଇଯାଇଛନ୍ତି।

Advertisment

ଏଇଟା ଆମକୁ ପସନ୍ଦ ନୁହେଁ। ତାମଲନାଡୁରୁ ଆସି ବିଜେଡି ଦଳରେ ଥିବା ଭିକେ ପାଣ୍ଡିଆନ ଆଜି ଆମକୁ ଶାସନ କରିବାକୁ ଉଦ୍ୟମ କରୁଛନ୍ତି। ଆଜି ଭିକେ ପାଣ୍ତିଆନ ବିଜେପୁର ଆସିଛନ୍ତି। ଆଉ ଆମ ଅଞ୍ଚଳର ନୀରିହ ଜନସାଧାରଣ ଓ ବୁଢ଼ାବୁଢ଼ିମାନଙ୍କୁ ବସ୍‌-ପିକଅପ ଭ୍ୟାନରେ ଲୋଡ କରି ଅଣାଯାଉଛି। ୪୭/୪୮ ଡିଗ୍ରୀ ଖରାରେ ଲୋକଙ୍କୁ ହଇରାଣ କରାଯାଉଥିବାରୁ ଆମେ ଏହାକୁ ଜୋରଦାର ବିରୋଧ କରୁଛୁ।

ଆମେ ରିତା ସାହୁ ମୁର୍ଦାବାଦ ନାରା ମଧ୍ୟ ଦେଉଛୁ। କାରଣ ରିତା ସାହୁ ଓ ତାଙ୍କ କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ଆମ ବିଜେପୁରରେ ହେବାକୁ ଥିବା ଜେଏମଏଫସି କୋର୍ଟ ଘୁଞ୍ଚିଗଲା। କୋର୍ଟ କେବେ ହେବ ଆମକୁ ଜଣାନାହିଁ। ତେଣୁ ରିତା ସାହୁଙ୍କୁ ବିଜେପୁରରେ ପୂରାଇ ନ ଦେବାକୁ ଆମେ ନିଷ୍ପତ୍ତି ନେଇଛୁ।”

Odisha Bijepur Bjd
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe