ପାଣ୍ଡିଆନଙ୍କର ମୁଖ୍ୟମନ୍ତ୍ରୀ ଓ ନବୀନ ନିବାସ ଉପରେ ସୁଦୃଢ଼ ନିୟନ୍ତ୍ରଣ ରହିଛି, ଉତ୍ତରାଧିକାରୀ ପ୍ରଶ୍ନ ଅପ୍ରାସଙ୍ଗିକ”

ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ଆଜି ତାଙ୍କ ‘ଏକ୍ସ’ରେ ଟ୍ୱିଟ୍ କରି ପୁଣିଥରେ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି।

naveen patnaik

ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପାଣ୍ଡିଆନ (ଫାଇଲ ଫଟୋ)

Ordigital Desk
  • Published: Thursday, 30 May 2024
  • Updated: 30 May 2024, 10:53 PM IST

Sports

Latest News

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ମୁହଁ ଖୋଲି ଭିକେ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି ବୋଲି କହିଥିଲେ ମଧ୍ୟ ତାହା ସାଧାରଣରେ ଗ୍ରହଣୀୟ ହୋଇପାରିନି । ନବୀନଙ୍କ ଏହି ଉତ୍ତର କେବଳ ରାଜନୀତିକ ଗୁଗଲି ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ପାଣ୍ଡିଆନଙ୍କୁ ଦଳୀୟ ନେତାଙ୍କ ଆକ୍ରୋଶରୁ ବଂଚାଇବା ପାଇଁ ନବୀନଙ୍କର ଏହା ପ୍ରାୟୋଜିତ ସାକ୍ଷାତକାର ବୋଲି ରାଜ୍ୟ ବିଜେପି କହିଥିବାବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ପୁଣିଥରେ କଡ଼ା ଭାଷାରେ ହାମଲା କରିଛନ୍ତି । ନବୀନଙ୍କ ସହ ପାଣ୍ଡିଆନ କାହିଁକି ସର୍ବଦା ଦେଖାଯାଉଛନ୍ତି ଓ ନବୀନଙ୍କୁ ତାଙ୍କ ମନ୍ତ୍ରୀମାନେ କାହିଁକି ସିଧାସଳଖ ଭେଟିପାରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ପାଣ୍ଡିଆନଙ୍କର ମୁଖ୍ୟମନ୍ତ୍ରୀ ଓ ନବୀନ ନିବାସ ଉପରେ ସୁଦୃଢ଼ ନିୟନ୍ତ୍ରଣ ରହିଛି । ତେଣୁ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ତାହା ପ୍ରାସଙ୍ଗିକତା ରଖୁନି ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ଆଜି ତାଙ୍କ ‘ଏକ୍ସ’ରେ ଟ୍ୱିଟ୍ କରି ପୁଣିଥରେ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ଶ୍ରୀ ବିଶ୍ୱଶର୍ମା ଟ୍ୱିଟ୍ କରି କହିଛନ୍ତି ଯେ, ନବୀନବାବୁ ଆଜି ‘ଏଏନଆଇ’କୁ ଦେଇଥିବା ସାକ୍ଷାତାକାରକୁ ସେ ଦେଖିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଆମମାନଙ୍କ ଚିନ୍ତାକୁ ଦୂର କରିବାର ଥିଲା । ମାତ୍ର ଦୁର୍ଭାଗ୍ୟର କଥା ନବୀନବାବୁ ଭଲଭାବେ ପ୍ରସ୍ତୁତ ହୋଇ ଦେଇଥିବା ଉତ୍ତର ଏବେ ଅଧିକ ନୂଆ ପ୍ରଶ୍ନ ସୃଷ୍ଟି କରିଛି । ଶ୍ରୀ ବିଶ୍ୱଶର୍ମା ୪ଟି ପ୍ରଶ୍ନ କରି ନବୀନ ଓ ପାଣ୍ଡିଆନଙ୍କୁ ପୁଣିଥରେ କାଠଗଡ଼ାରେ ଛିଡ଼ା କରାଇଛନ୍ତି ।

Also Read

୧-ପାଣ୍ଡିଆନ କାହିଁକି ସବୁବେଳେ ତାଙ୍କ ସହ ଦେଖାଯାଉଛନ୍ତି । କେତେବେଳେ ମାଇକ୍ ଧରିଛନ୍ତି ତ କେତେବେଳେ ତାଙ୍କ ହାତକୁ ନିୟନ୍ତ୍ରଣ କରୁଛନ୍ତି । ଏହି ପ୍ରଶ୍ନର ଉତ୍ତର ଦେବାରେ ନବୀନବାବୁ ଅସମର୍ଥ ହୋଇଛନ୍ତି ।

୨- ନବୀନବାବୁଙ୍କ ଉତ୍ତରାଧିକାରୀ କିଏ ହେବ ତାହା ପ୍ରାସଙ୍ଗିକତା ରଖୁନି । କାରଣ ପାଣ୍ଡିଆନ ପୂର୍ବରୁ ଓଡ଼ିଶାକୁ ଚଳାଇବା ପାଇଁ ପଛ ଦ୍ୱାରରେ ପ୍ରବେଶ କରିସାରିଛନ୍ତି । ପାଣ୍ଡିଆନଙ୍କ ମୁଖ୍ୟମନ୍ତ୍ରୀ ଓ ନବୀନ ନିବାସ ଉପରେ ସୁଦୃଢ଼ ନିୟନ୍ତ୍ରଣ ରହିଛି । ଏହି ସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିବାରେ ନବୀନବାବୁ ବିଫଳ ହୋଇଛନ୍ତି ।

୩- ଆଜିର ଏହି ସାକ୍ଷାତକାର ପରେ ମଧ୍ୟ ଓଡ଼ିଶାର ଲୋକେ ଜାଣିପାରିଲେନି ଯେ, କାହିଁକି ମନ୍ତ୍ରୀ ଓ ପ୍ରଶାସକମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁନାହାନ୍ତି । କୌଣସି ଫାଇଲରେ ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ(ଶାରୀରିକ) ଭାବେ ହସ୍ତାକ୍ଷର କରୁଛନ୍ତି ତ? ନା ପାଣ୍ଡିଆନ ନିଜ ଡିଜିଟାଲ ହସ୍ତାକ୍ଷରର ଉପଯୋଗ କରୁଛନ୍ତି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି କେଉଁଠି ଅଛି? ଏସବୁ ପ୍ରଶ୍ନର ଉତ୍ତର ମିଳିପାରିଲା ନାହିଁ ।

୪- ଯଦି ବିଜେଡି ବିଜୟୀ ହୁଏ ତା’ହେଲେ ନବୀନବାବୁ ୫ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ ତ ବୋଲି ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା । କିନ୍ତୁ ତା’ର ଉତ୍ତରରେ ନବୀନବାବୁଙ୍କ ‘ନିର୍ଣ୍ଣାୟକ ହଁ ’ର ଅଭାବ ପରିଲକ୍ଷିତ ହୋଇଛି । ପାଣ୍ଡିଆନ ପୂର୍ବରୁ ହିଁ ନିଜର ଉତ୍ତରାଧିକାରୀ ଚୟନ କରିସାରିଛନ୍ତି ଅବା ଅଧିକ ସମ୍ଭାବନା ରହିଛି । ଅବଶ୍ୟ ନବୀନବାବୁ ଜାଣିଛନ୍ତି ଯେ ବିଜେପି ସହଜରେ ବିଜୟୀ ହେଉଛି ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓଡ଼ିଶାରେ ନିର୍ବାଚନୀ ପ୍ରଚାରବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ପାଣ୍ଡିଆନଙ୍କ କବଜାରେ ରହିଥିବା ଅଭିଯୋଗ କରିଥିଲେ । ନିର୍ବାଚନୀ ପ୍ରଚାରବେଳେ ପାଣ୍ଡିଆନ ହିଁ ବିଜେପି ନେତାମାନଙ୍କ ମୁକ୍ୟ ଟାର୍ଗେଟରେ ରହିଥିଲେ । ତାମିଲବାବୁ ଓଡ଼ିଶାକୁ ଚଳାଉଛନ୍ତି ଓ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେଡି ଏଥର ଧୂଆଁଧାର ପ୍ରଚାର କରିଥିଲା । ଆଉ ଲୋକଙ୍କ ମଧ୍ୟରେ ପାଣ୍ଡିଆନଙ୍କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ଦେଖି ନବୀନ ନିଜର ନିରବତା ଭଙ୍ଗ କରି ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହେଁ, ରାଜ୍ୟବାସୀ ସ୍ଥିର କରିବେ ବୋଲି କହିଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story