ନବୀନ ଦେଲେ ଇସାରା: ପାଣ୍ଡିଆନ ହିଁ ବିଜେଡିର ସର୍ବେସର୍ବା, ବଢ଼ିଲାଣି ଅସନ୍ତୋଷ

ଗୋଟିଏପଟେ ବିଜେଡି ରାଜ୍ୟସ୍ତରୀୟ ସମସ୍ତ ସାଂଗଠନିକ କମିଟିକୁ ଭାଙ୍ଗି ଦେଇଥିଲେ ମଧ୍ୟ ବବି ଏବେବି ବିଜେଡି ସଂଗଠନ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ବବି ନିଜର ଭେରିଫାଏଡ୍ ‘ଏକ୍ସ’ରେ ସଂଗଠନ ସମ୍ପାଦକ ଥିବା ଦର୍ଶାଇଛନ୍ତି ।

VK Pandian PhotoOR

ଭି.କେ ପାଣ୍ଡିଆନ୍‌ (ଫାଇଲ ଫଟୋ)

Ordigital Desk
  • Published: Monday, 08 July 2024
  • Updated: 08 July 2024, 08:50 PM IST

Sports

Latest News

ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭିକେ ପାଣ୍ଡିଆନ ହିଁ ବିଜେଡିର ସର୍ବେସର୍ବା । ନିର୍ବାଚନରେ ଦଳର ବିପର୍ଯ୍ୟୟର ପ୍ରାୟ ମାସକ ପରେ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିବା ମିଡିଆ ଟିମ୍ ହିଁ ଏଭଳି ସଙ୍କେତ ଦେଇଛି । ବିଜେଡି ବିପର୍ଯ୍ୟୟର ସମୀକ୍ଷା  ନକରି ରାଜ୍ୟସ୍ତରୀୟ ସବୁ ସାଂଗଠନିକ କମିଟିକୁ ଭାଙ୍ଗିଦେବା ସହ ଯେଭଳି ଢଙ୍ଗରେ ମିଡିଆ ଟିମ୍ ଗଢ଼ାଯାଇଛି ସେଥିରେ ନବୀନଙ୍କ ଉପରେ ପାଣ୍ଡିଆନ ସିଣ୍ଡ୍ରୋମ ଜଳଜଳ ହୋଇ ପ୍ରତିଫଳିତ ହେଉଛି । ଆଉ ପାଣ୍ଡିଆନ ହିଁ ବିଜେଡିର ସର୍ବେସର୍ବା ବୋଲି ସନ୍ଦେଶ ମିଳିଛି । ପାଣ୍ଡିଆନ ଓ ତାଙ୍କ ଟିମର ପ୍ରଭାବ ଏବେବି ବଳବତ୍ତର ରହିଥିବାରୁ ଦଳୀୟ କର୍ମୀ-ନେତାମାନଙ୍କ ଭିତରେ ଚାପି ହୋଇ ରହିଥିବା ଅସନ୍ତୋଷ ଧୀରେଧୀରେ ଉଗ୍ର ରୂପ ନେବାକୁ ଯାଉଛି ବୋଲି ବିଜେଡି ମହଲରେ ଚର୍ଚ୍ଚା।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ଦଳର ମିଡିଆ ଟିମ୍ ପୁର୍ନଗଠନ କରିବା ସହ ସମସ୍ତ ରାଜ୍ୟସ୍ତରୀୟ ସାଂଗଠନିକ କମିଟିକୁ ଭାଙ୍ଗି ଦେଇଛନ୍ତି । ଯଦିଓ ୧୯ଜଣିଆ ମୁଖପାତ୍ର ଟିମରେ ଦଳର ଅଭିଜ୍ଞ ଓ ପୁରୁଖା ନେତାମାନଙ୍କୁ ସ୍ଥାନ ମିଳିଛି, କିନ୍ତୁ ନବୀନ ନିଜର ରାଜନୀତିକ ସଚିବ ଭାବେ ସନ୍ତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦେଇ ପାଣ୍ଡିଆନଙ୍କ ହାତରେ ବିଜେଡିର ଲଗାମ ରଖିବାକୁ ସୁଯୋଗ ସୃଷ୍ଟି କରିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଏହାସହିତ ଦଳର ଆଇଟି ୱଙ୍ଗ୍ ଓ ମିଡିଆ ସଂଯୋଜକ ଟିମରେ ନବୀନ ସରକାରରେ ସୁପରସିଏମ୍ ବୋଲାଉଥିବା ଆଇପିଏସ୍ ଡିଏସ କୁଟ୍ଟେଙ୍କ ଅନୁଗତମାନଙ୍କୁ ଥଇଥାନ ଏବଂ ମୁଖପାତ୍ର ଟିମରେ ବିବାଦୀୟ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)ଙ୍କ ଅନୁଗତଙ୍କୁ ଥଇଥାନ କରାଯାଇଥିବା ଜଣାପଡ଼ିଛି । ପାଣ୍ଡିଆନ ସିଣ୍ଡ୍ରୋମରୁ ବିଜେଡି ମୁକୁଳିବାର ସମ୍ଭାବନା ନାହିଁ ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରାଯିବା ସହ କୁଟ୍ଟେ-ବବିଙ୍କ ଅନୁଗତଙ୍କୁ ଥଇଥାନ କରି ବିଜେଡି ସୁପ୍ରିମୋ ନିଜର ଅସହାୟତାକୁ ମଧ୍ୟ ସାଧାରଣରେ ପ୍ରକଟ କରିଛନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । କୁଟ୍ଟେଙ୍କ ଖାସ୍ ମାନସ ମଙ୍ଗରାଜଙ୍କୁ ମିଡିଆ ଟିମରୁ ବାଦ୍ ଦେଇଥିବା ବିଜେଡି ତାଙ୍କଠୁ ଦଳ ପ୍ରାୟୋଜିତ ଟିଭି ଓ ଖବରକାଗଜର ପରିଚାଳନାକୁ କାଢ଼ିବାରେ ସକ୍ଷମ ହୋଇନି। କୁଟ୍ଟେଙ୍କ ପ୍ରଭାବ ଯୋଗୁ ମାନସ ବିଜେଡି ପ୍ରାୟୋଜିତ ଟିଭି-ଖବରକାଗଜର ଅଘୋଷିତ ମାଲିକ ସାଜିଛନ୍ତି ବୋଲି ଜଣାପଡ଼ିଛି।

ଗୋଟିଏପଟେ ବିଜେଡି ରାଜ୍ୟସ୍ତରୀୟ ସମସ୍ତ ସାଂଗଠନିକ କମିଟିକୁ ଭାଙ୍ଗି ଦେଇଥିଲେ ମଧ୍ୟ ବବି ଏବେବି ବିଜେଡି ସଂଗଠନ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ବବି ନିଜର ଭେରିଫାଏଡ୍ ‘ଏକ୍ସ’ରେ ସଂଗଠନ ସମ୍ପାଦକ ଥିବା ଦର୍ଶାଇଛନ୍ତି । ସେହିପରି ମମିତା ମେହେର ଓ ମାହାଙ୍ଗା ଡବଲ ମର୍ଡର ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଦଳର ମିଡିଆ ଟିମରେ ସାମିଲ କରିବାକୁ ନବୀନ କାହିଁକି ବାଧ୍ୟ ହେଲେ ତାହା ଦଳୀୟ ନେତା ଓ କର୍ମୀମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଦଳର ବୃହତ୍ ଗୋଷ୍ଠୀ ଏବେ ଆଉ ପାଣ୍ଡିଆନ କିମ୍ବା ତାଙ୍କ ଟିମକୁ ହଜମ କରିବାକୁ ଚାହୁଁନଥିବାରୁ ଏହି ଅସନ୍ତୋଷ ଉଗ୍ର ରୂପ ନେବାର ଆଶଙ୍କା ଦେଖାଦେଇଛି।

Also Read

ନବୀନଙ୍କ ଏଭଳି ନିଷ୍ପତ୍ତି ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ ବୋଲି’ ଦଳୀୟ ମହଲରେ ଚର୍ଚ୍ଚା ହେଉଥିବାବେଳେ ବିଜେଡିର ବରିଷ୍ଠ ନେତାମାନଙ୍କ ଆଶୀର୍ବାଦରେ ‘ଓଡ଼ିଶା କ୍ରାନ୍ତି ସେନା’ ଆଗକୁ ବଢ଼ିବ ବୋଲି ଯୁବ-ଛାତ୍ର ୱିଙ୍ଗର କିଛି କର୍ମକର୍ତ୍ତାଙ୍କ ଦ୍ୱାରା ଆଜିଠୁ ସୋସିଆଲ ମିଡିଆରେ ନୂଆ କ୍ୟାମ୍ପେନ ଆରମ୍ଭ ହୋଇଛି।

ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନରେ ଦଳ କାହିଁକି ଶୋଚନୀୟ ପରାଜୟ ହେଲା, କାହାର ଦୋଷତ୍ରୁଟି ଯୋଗୁ ବିଜେଡିକୁ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲା, କିଏ ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀମାନଙ୍କୁ ପରାଜିତ କରିବାକୁ ଚକ୍ରାନ୍ତ କରିଥିଲେ, ଦଳୀୟ ଟିକେଟ୍ ବଂଟନରେ ଅର୍ଥ କାରବାର ହୋଇଛି କି ନାହିଁ ଏହି ସମସ୍ତ ପ୍ରସଙ୍ଗର ସମୀକ୍ଷା କରି ଅସଲ ‘ଖଳନାୟକ’ମାନଙ୍କୁ ଚିହ୍ନଟ କରିବା ବଦଳରେ ବିଜେଡି ସୁପ୍ରିମୋ ସେମାନଙ୍କୁ କ୍ଲିନଚିଟ୍ କାହିଁକି ଦେଉଛନ୍ତି ଓ କାହିଁକି ଅସହାୟ ହୋଇପଡ଼ିଛନ୍ତି ତାହା ବିଜେଡି ମହଲରେ ଚର୍ଚ୍ଚାର କାରଣ ପାଲଟିଛି ।

ଅନ୍ୟପକ୍ଷରେ ବିଜେଡିର ଅନ୍ୟ ଏକ ଗୋଷ୍ଠୀର କହିବାନୁସାରେ, ନବୀନ ପଟ୍ଟନାୟକଙ୍କ ‘ରାଜନୀତିକ ସଚିବ’ ଭାବେ ୨୦୧୯ ମସିହାରେ ଗୋପବନ୍ଧୁ ଦାଶଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏବେ ସେମିତି ସନ୍ତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ଏହି ପଦରେ କିଛି ନୂତନତ୍ୱ ନାହିଁ । ସନ୍ତୃପ୍ତଙ୍କ ମାଧ୍ୟମରେ ପାଣ୍ଡିଆନ ନିଜ ହାତରେ ଦଳର ଲଗାମ ରଖିବେ । ସନ୍ତୃପ୍ତଙ୍କର କର୍ପୋରେଟ ଲବି ଠିକ୍ ଥିବାରୁ ଦଳୀୟ ପରିଚାଳନା ପାଇଁ ତାଙ୍କର ଆବଶ୍ୟକତା ରହିଛି ଓ ତାଙ୍କ ମାଧ୍ୟମରେ ସଂଗଠନକୁ ପରିଚାଳନା କରିବା ମଧ୍ୟ ପାଣ୍ଡିଆନଙ୍କୁ ସହଜ ହେବ । ନବୀନଙ୍କ ବୟସାଧିକ୍ୟର ସୁଯୋଗ ନେଇ ପାଣ୍ଡିଆନ ନବୀନ ନିବାସରେ ଅଧିକ ସମୟ ବିତାଇବା ସହ ବିଜେଡି ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଏକରକମ ସଫଳ ହୋଇପାରୁଛନ୍ତି ବୋଲି ଚର୍ଚ୍ଚା । ତେବେ ଦଳୀୟ ନେତାମାନଙ୍କ ବାରମ୍ବାର ଦାବି ସତ୍ତ୍ୱେ ପରାଜୟର ସମୀକ୍ଷା ନହେବା ଏବଂ କାହାରି ସହ ବିଚାରବିମର୍ଶ ନକରି ଏକତରଫା ଭାବେ ମିଡିଆ କମିଟି ଗଠନ କରିବାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story