Advertisment

ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି ପାଣ୍ଡିଆନ,ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ନେତା ଭିକେ ପାଣ୍ଡିଆନ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ନେଇ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

author-image
Ordigital Desk
BJP

BJD

ବିଜେଡି ନେତା ଭିକେ ପାଣ୍ଡିଆନ ଖୋଲାଖୋଲି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ତୁରନ୍ତ ପାଣ୍ଡିଆନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି।
ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ନେତା ଭିକେ ପାଣ୍ଡିଆନ  ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ନେଇ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

ବିଜେପି ଅଭିଯୋଗ କରିଛି ଯେ, ଯାଜପୁରରେ ବସ୍ ଦୁର୍ଘଟଣାରେ ଆହତ ରୋଗୀଙ୍କୁ ଭେଟିବା ପାଇଁ ପାଣ୍ଡିଆନ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଯାଇଥିଲେ। ତାଙ୍କ ସହ କଟକ-ଚୌଦ୍ୱାରରୁ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସମେତ ପରିବହନ କମିଶନର ଅମିତାଭ ଠାକୁର ଓ ଯାଜପୁର ପୁଲିସ ଏସପି ଭିନିତ୍ ଅଗ୍ରୱାଲ ମଧ୍ୟ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ। ହସ୍ପିଟାଲକୁ ପାଣ୍ଡିଆନଙ୍କ ଗସ୍ତ ପାଇଁ କମିଶନରେଟ ପୁଲିସର ବନ୍ଦୋବସ୍ତ ସମ୍ପୂର୍ଣ୍ଣ ଭାବେ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି। ଯଦି ଏଭଳି ଘଟଣା ଜାରି ରୁହେ, ତା’ହେଲେ ରାଜ୍ୟରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ହେବା ସମ୍ଭବପର ନୁହେଁ।

ତେଣୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବାରୁ ପାଣ୍ଡିଆନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଏହାସହିତ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ ନିମନ୍ତେ ମଧ୍ୟ ନିର୍ବାଚନ କମିଶନ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି କହିଛି।

Advertisment
BjD