CM on Stage
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର ଦ୍ୱିତୀୟ ସର୍ବେସର୍ବା ଭି କେ ପାଣ୍ଡିଆନ ଗୋଡ଼ ମାରୁଥିବା(ଗୋଇଠା) ର ଏକ ଭିଡ଼ିଓ ରାଜ୍ୟ ରାଜତୀନିରେ କମ୍ପନ ସୃଷ୍ଟି କରିଛି। ଏହି ଭିଡିଓଟିକୁ ରାଜ୍ୟ ବିଜେପି ପକ୍ଷରୁ ଜାରି କରାଯିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅପମାନକୁ କଦାପି ବରଦାସ୍ତ କରାଯିବନି ବୋଲି ବିଜେପି ଚେତାବନୀ ଦେଇଛି।
ଆମ ସଂସ୍କୃତିରେ ଗୁରୁଜନଙ୍କଠାରେ ଗୋଡ଼ ବାଜିଲେ ବିଷ୍ଣୁ ହେବାର ବିଧି ରହିଛି। କିନ୍ତୁ ପାଣ୍ଡିଆନ ସେ ସବୁକୁ ଖୋଲାଖୋଲି ଭାବେ ଅଣଦେଖା କରି ସାର୍ବଜନୀନ ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ନିନ୍ଦନୀୟ ବୋଲି ବିଜେପି କହିଛି।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଗତକାଲି ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ହାତକୁ ତାମିଲ ବାବୁ ଭିଡ଼ି ଧରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜି ଆଉ ଏକ ସ୍ପର୍ଶକାତର ଉଦବେଗଜନକ ଭିଡିଓ ନଜରକୁ ଆସିଛି।
ସେଥିରେ ବିଜେଡିର ଜଣେ ନେତା ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁବା ବେଳେ ପାଖରେ ଥିବା ପାଣ୍ଡିଆନ ଗୋଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ଆଡ଼େଇ ଦେଉଥିବା ଦେଖିବାକୁ ମିଳିଛି। ଏହା କେଉଁପରି ସଂସ୍କୃତି ଓ ଆମ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅପମାନକୁ ସଭ୍ୟ ସମାଜରେ ବରଦାସ୍ତ କରାଯିବ କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ମଧ୍ୟ ତାଙ୍କୁ ଖରାପ ବ୍ୟବହାର କରିବାକୁ ପଛାଉ ନ ଥିବା ବିଜେପି ଅଭିଯୋଗ କରିଛି।
ଉଲ୍ଲେଖଯୋଗ୍ୟ, ଗତ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଏକ ନିର୍ବାଚନୀ ସଭାକୁ ଯାଇଥିବା ବେଳେ ଏହି ଭିଡିଓଟି ରେକର୍ଡ କରାଯାଇଥିବା ଚର୍ଚ୍ଚା ହେଉଛି।
ମୁଖ୍ୟମନ୍ତ୍ରୀଙ୍କୁ ସର୍ବସାଧାରଣରେ ଅପମାନିତ କରିବାର ଏଭଳି ଅପଚେଷ୍ଟାକୁ ନେଇ ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us