Advertisment

ଆଜି ପୁଣିି ବିରୋଧୀଙ୍କୁ କଟାକ୍ଷ କଲେ ପାଣ୍ଡିଆନ, ବିଜେପି କହିଲା ଓଡ଼ିଆଙ୍କୁ ଅପମାନ,ରାଜ୍ୟବାସୀଙ୍କ ପାଇଁ ଲଜ୍ଜା

ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟ ଭାବେ ଏହି କେତେଦିନ ହେବ ଯୋଗ ଦେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ "ଓଡ଼ିଶା ରୂପାନ୍ତରୀକରଣ’ର ନାରା ଦେବା ଅତ୍ୟନ୍ତ ହାସ୍ୟାସ୍ପଦ।

VK pandian

VK pandian

Advertisment

ଗତକାଲି ଗଞ୍ଜାମ ଓ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ରୂପାନ୍ତରୀକରଣ ବିରୋଧୀଙ୍କୁ ଆଖିକୁ ଦେଖାଯାଉନି । ସେମାନେ ଅନ୍ଧ ହୋଇଯାଇଛନ୍ତି ବୋଲି ପାଣ୍ଡିଆନ କହିବା ପରେ ଏହାକୁ ଦୃଢ଼ ବିରୋଧ କରିଛି ବିଜେପି । ଅଣଓଡ଼ିଆ ହୋଇ ଓଡ଼ିଆ ଲୋକଙ୍କୁ ଅନ୍ଧ କହିବା ଦୁଃଖଦାୟକ ଓ ରାଜ୍ୟବାସୀଙ୍କ ପାଇଁ ଅପମାନ ଓ ଲଜ୍ଜା । ଘରେ ନପଶୁଣୁ ଓଡ଼ିଆ ଲୋକଙ୍କ ପ୍ରତି ଏଭଳି ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଜେପି ଚେତାବନୀ ଦେଇଛି ।

Advertisment

ଆଜି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟ ଭାବେ ଏହି କେତେଦିନ ହେବ ଯୋଗ ଦେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ "ଓଡ଼ିଶା ରୂପାନ୍ତରୀକରଣ’ର ନାରା ଦେବା ଅତ୍ୟନ୍ତ ହାସ୍ୟାସ୍ପଦ । ଅଣଓଡ଼ିଆ ହୋଇ ଓଡ଼ିଆ ଲୋକଙ୍କୁ ଅନ୍ଧ କହିବା ରାଜ୍ୟବାସୀଙ୍କ ପାଇଁ ଲଜ୍ଜ୍ୟା । ଘରେ ନପଶୁଣୁ ଚାଳ ବାଜିଲାଣି, ଆଗକୁ କ'ଣ ହେବ? ବାସ୍ତବରେ ଶ୍ରୀ ପାଣ୍ଡିଆନ ସ୍ଥିତି ନପରଖି ରୂପାନ୍ତରୀକରଣର ବିବୃତି ଦେବା ଓଡ଼ିଶାବାସୀଙ୍କୁ କ୍ରୁର ଉପାହାସ ସଦୃଶ । ରଙ୍ଗ ମାରିଦେବାକୁ ଯଦି ରୂପାନ୍ତରୀଣ କହୁଛନ୍ତି ତା’ହେଲେ ଏ ସରକାରଙ୍କୁ ଆଉ କ’ଣ କୁହାଯିବ।

ମନ୍ଦିରର ରୂପାନ୍ତରୀକରଣ ହେଉଛି, ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରୁନାହାନ୍ତି । ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସରେ ଭକ୍ତଙ୍କ ଦର୍ଶନ ସମ୍ଭବପର ହେଲାନି । ସେହିପରି ସ୍କୁଲଗୁଡ଼ିକରେ ରଙ୍ଗ ବୋଳି ରୂପାନ୍ତରୀକରଣ କରିଛନ୍ତି, କିନ୍ତୁ ଶିକ୍ଷକ ନାହାନ୍ତି । କେଉଁଠି ଅସରାଏ ବର୍ଷରେ କାନ୍ଥ ଭାଙ୍ଗିଗଲାଣି । ଡାକ୍ତରଖାନାରେ କୋଠା ଅଛି କିନ୍ତୁ ଡାକ୍ତର ନାହାନ୍ତି । ଏହାକୁ କ'ଣ ଫାଇଭ-ଟି ଅଧ୍ୟକ୍ଷକୁ ରୂପାନ୍ତରୀକରଣ କହୁଛନ୍ତି । ୨୩ବର୍ଷ ଶାସନରେ ରହି ରୂପାନ୍ତରୀକରଣ କରିପାରଲା ନାହିଁ ବିଜୁ ଜନତା ଦଳ । କିଛି ଦୟା କରିନାହାନ୍ତି।

Advertisment

ଆଗରୁ ଏସବୁ କରିବାର ଥିଲା । ବିଜେପି ରୂପାନ୍ତରୀକରଣକୁ ବିରୋଧ କରୁନି । ମାତ୍ର ବାସ୍ତବରେ ଯାହା ଆବଶ୍ୟକ ସେଭଳି ରୂପାନ୍ତରୀକରଣ ହେବା ଦରକାର । ଓଡ଼ିଶାର ସମସ୍ତ ବିଭାଗକୁ ପଙ୍ଗୁ କରିଛନ୍ତିି । କୌଣସି ବିଭାଗର ମନ୍ତ୍ରୀ କୌଣସି ବିଭାଗ ଦେଖିପାରୁ ନାହାନ୍ତିି । ବିଜେଡି ରୂପାନ୍ତରଣ କଥା କହୁଛି ବାସ୍ତବରେ ଏହାର କାମ ଓଡ଼ିଆ ଲୋକ କେତେଜଣ କରୁଛନ୍ତି ତା’ର ହିସାବ ବିଜୁ ଜନତା ଦଳ ଦେଲେ ଭଲ ହୁଅନ୍ତା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଅନ୍ୟପକ୍ଷରେ ଗତକାଲି ଗଞ୍ଜାମରେ ବିରୋଧୀଙ୍କୁ ରୂପାନ୍ତରୀକରଣ ପ୍ରସଙ୍ଗରେ ସମାଲୋଚନା କରିଥିବା ପାଣ୍ଡିଆନ ଆଜି ମଧ୍ୟ କେନ୍ଦ୍ରାପଡ଼ାରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ଆଜି କେନ୍ଦ୍ରାପଡ଼ାରେ ପାଣ୍ଡିଆନ କହିଛନ୍ତି ଯେ, ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଜାରି ରହିଛି । ବିରୋଧୀ ଅପପ୍ରଚାରରେ ଲାଗିଛନ୍ତି । ରୂପାନ୍ତରୀକରଣ ବିରୋଧୀଙ୍କ ଆଖିକୁ ଦେଖାଯାଉନି।

ଓଡ଼ିଶା ଆଗକୁ ବଢ଼ିଲେ ସେମାନେ ଦୁଃଖୀ ହୋଇଯିବେ । ଶୋଇବାର ଯିଏ ଡ୍ରାମା କରୁଛି ତାକୁ ଉଠେଇବ କିଏ । ସେମାନଙ୍କୁ ସେମିତି ଚେଇଁ ଶୋଇ ରହିବାକୁ ଦିଅନ୍ତୁ । ସେମାନଙ୍କୁ ଚିହ୍ନଟ କରି ଲୋକେ ଯେଉଁ ଜାଗାରେ ରଖିଛନ୍ତି ସେମାନେ ସେହି ଜାଗାରେ ରହିବେ ବୋଲି ଶ୍ରୀ ପାଣ୍ଡିଆନ କଟାକ୍ଷ କରିଛନ୍ତି । ଗତକାଲି ଗଞ୍ଜାମରେ ମଧ୍ୟ ବିରୋଧୀ ପ୍ରତ୍ୟେକ ପଂଚାୟତ ଓ ଗାଁରେ ହୋଇଥିବା ରୂପାନ୍ତରୀକରଣକୁ ଦେଖିପାରୁନାହାନ୍ତି ବୋଲି କହିଥିଲେ । କିଛି ଲୋକଙ୍କର ଆଖି ଥାଇ ସେମାନେ ଅନ୍ଧ ହୋଇଯାଇଛନ୍ତି । ସେମାନଙ୍କୁ ରୂପାନ୍ତରୀକରଣ ଦେଖାଯାଉନି ବୋଲି ସେ କହିଥିଲେ ।

Bjp Vk Pandian BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe