Advertisment

ବିଶ୍ୱବିଦ୍ୟାଳୟ କାନ୍ଥରେ ପାଣ୍ଡିଆନଙ୍କ ପୋଷ୍ଟର

କିଛି ଦିନ ତଳେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାଣୀ ବିହାର କ୍ୟାମ୍ପସରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଫଟୋ ଲଗାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Pandian Poster

Pandian Poster

5T ସଚିବ ଭି.କେ. ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ କାନ୍ଥ ବାଡ଼ରେ ପୋଷ୍ଟର ଲାଗୁଥିଲା। ଏବେ କିନ୍ତୁ 5T ସଚିବଙ୍କ ଫଟୋ ଲାଗିଛି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ କାନ୍ଥବାଡ଼ରେ। ଯାହାକୁ ନେଇ ଦେଖାଦେଇଛି ବିବାଦ। ‍ଏହି ପୋଷ୍ଟରକୁ ତୀବ୍ର ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ପ୍ରତିବାଦ ସ୍ୱରୂପ ଷ୍ଟିକର ପାଖରେ ବିଭିନ୍ନ ମହାପୁରୁଷଙ୍କ ପୋଷ୍ଟର ମାରିଛି ଏବିଭିପି।

Advertisment

କିଛି ଦିନ ତଳେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାଣୀବିହାର କ୍ୟାମ୍ପସରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଫଟୋ ଲଗାଯାଇଥିଲା। ଫଟୋ ପାଖରେ  ଲେଖା ଯାଇଥିଲା 'ୱି ଷ୍ଟାଣ୍ଡ ୱିଥ୍ ଭିକେ ପାଣ୍ଡିଆନ ସାର୍'। ପୋଷ୍ଟର ତଳେ ଲେଖାଯାଇଥିଲା ବିଜୁ ଛାତ୍ର ଜନତା ଦଳ। ଏହି ପୋଷ୍ଟରକୁ ଘୋର ବିରୋଧ କରିଛି ଏବିଭିପି। କାହିଁକି 5T ସଚିବଙ୍କ ଫଟୋ ଉତ୍କଳ ବିଶ୍ୱବିଦ୍ୟାଳୟ କାନ୍ଥରେ ଲାଗିଲା, ତାଙ୍କର ବିଶ୍ୱବିଦ୍ୟାଳୟ ପ୍ରତି କ’ଣ ଅବଦାନ ରହିଛି? ଭି. କେ. ପାଣ୍ଡିଆନ କିଏ, ଯାହାର ପୋଷ୍ଟର ଏକ ରାଜନୈତିକ ଦଳର ଛାତ୍ର ସଂଗଠନ ଲଗାଉଛି ବୋଲି ପ୍ରଶ୍ନ କରିଛି।

ଅନ୍ୟ ପକ୍ଷରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି ଆମେ ସବୁ ମହାପୁରୁଷମାନଙ୍କୁ ସମ୍ମାନ ଦେଉ। ପୁରୀ ଜିଲ୍ଲା ସତ୍ୟବାଦୀରେ 5T ସଚିବଙ୍କୁ କାଳି ମାଡ଼କୁ ବିରୋଧ କରି ଏହି ପୋଷ୍ଟର ମରାଯାଇଥିଲା।

Advertisment

5T ସଚିବଙ୍କ ଫଟୋ ବିଶ୍ୱବିଦ୍ୟାଳୟ କାନ୍ଥବାଡ଼ରେ ଲାଗିବା ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଏଭଳି ଫଟୋ ଲଗାଯାଇ ବିଜେଡି  5T ସଚିବଙ୍କୁ ପ୍ରମୋଟ କରୁଛି କି  ବୋଲି ପ୍ରଶ୍ନ କରିଛି। 

Bhubaneswar BjD Bjp AVBP