ପାଣ୍ଡିଆନଙ୍କ ନେତୃତ୍ୱରେ ନବୀନ ବାହିନୀ ଚଳାଇଛି ଆତଙ୍କରାଜ: ବିଜେପି

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଜେଡିର ନିଶ୍ଚିତ ପରାଜୟରେ ବ୍ୟତିବ୍ୟସ୍ତ ହୋଇ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ପ୍ରକାର ଅଘଟଣ ଘଟାଇଛି

Samir Mohanty

ସମୀର ମହାନ୍ତି। (ଫାଇଲ ଫଟୋ)

Ordigital Desk
  • Published: Monday, 20 May 2024
  • Updated: 20 May 2024, 10:46 PM IST

Sports

Latest News

ନିର୍ବାଚନରେ ପରାଜୟ ଜାଣି ବିଜେଡି ଏବେ ରକ୍ତମୁଖା ପାଲଟି ଯାଇଛି । ନିର୍ବାଚନବେଳେ ସମଗ୍ର ରାଜ୍ୟରେ ପାଣ୍ଡିଆନଙ୍କ ନେତୃତ୍ୱରେ ନବୀନ ବାହିନୀର ଆତଙ୍କରାଜରେ ଓଡ଼ିଶାବାସୀ ଅତିଷ୍ଠ ହୋଇପଡ଼ିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ରାଜ୍ୟର କିଛି ମୁଷ୍ଟିମେୟ ଜିଲ୍ଲାପାଳ ଓ ବିଡିଓ ଖୋଲାଖୋଲି ଭାବେ ବିଜେଡି ପାଇଁ କାର୍ଯ୍ୟ କରୁଥିବା ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ପ୍ରତିନିଧିମଣ୍ଡଳୀ ଫେରାଦ ହୋଇଛି ।

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଜେଡିର ନିଶ୍ଚିତ ପରାଜୟରେ ବ୍ୟତିବ୍ୟସ୍ତ ହୋଇ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ପ୍ରକାର ଅଘଟଣ ଘଟାଇଛି । ଭଞ୍ଜନଗର, କଂଟାମାଳ, ଟିଟିଲାଗଡ଼, ବିଜେପୁର, ଖଲ୍ଲିକୋଟ, ରାଉକେଲାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ସେହିପରି ବରଗଡ଼ରେ ଜଣେ ଅଟୋ ଚାଳକ ବିଜେଡି ଗୁଣ୍ଡାମାନଙ୍କ ଶିକାର ହୋଇଛି । ବିଜେପି ସମର୍ଥକଙ୍କୁ ନେଇ ମତଦାନ କେନ୍ଦ୍ର ଯାଉଥିବାବେଳେ ଭୁଜାଲି ଚୋଟରେ ଡ୍ରାଇଭର ବିଶ୍ୱନାଥ ମିର୍ଦ୍ଧାଙ୍କର ପ୍ରାଣ ଚାଲିଯାଇଛି । ଏହି ହତ୍ୟାକାଣ୍ଡ ପରେ ପୋଲିସ ବିଜେଡିର ଗୁଣ୍ଡାକୁ ଧରିବା ପରିବର୍ତେ ପରିବାର ଲୋକଙ୍କୁ ଥାନାରେ ଅଟକ ରଖିଛି । ସବୁଠୁ ଦୁଃଖର ବିଷୟ ହେଲା, ଏହି ଘଟଣାକୁ ବ୍ୟକ୍ତିଗତ ଶତ୍ରୁତା କହି ସିଇଓ ଦେଢ଼ଘଂଟା ପରେ ରାଜନୈତି ହିଂସା ନୁହେଁ ଏହା ବ୍ୟକ୍ତିଗତ କାରଣ ଜନିତ ହିଂସା କହି ହତ୍ୟାକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । କିଛି ମୁଷ୍ଟିମେୟ ଜିଲ୍ଲାପାଳ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି । କ୍ଷମତା ନିଶାରେ ବିଜେଡି ଗୁଣ୍ଡାବାହିନୀ ଚୂର ହୋଇ ମନଇଚ୍ଛା କାର୍ଯ୍ୟ କରୁଛନ୍ତି ।

Also Read

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଓଏଏସ୍ ସୌମ୍ୟଶ୍ରୀ ପାଣିଗ୍ରାହୀ ବିଜେଡି ବୈଠକରେ କାର୍ଯ୍ୟକର୍ତାଙ୍କ ପାଇଁ ଚେୟାର ପକାଇବା ସହ ବିଜେଡିର କର୍ମୀ ଭଳି କାମ କରୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ । ତେଣୁ ଶ୍ରୀ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ବିହିଷ୍କାର କରିବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ରାଜ୍ୟରେ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ, ସେ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଧ୍ୟାନ ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।

ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର, ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ, ସୁଜିତ୍ କୁମାର ଦାସ, ପିଙ୍କି ପ୍ରଧାନ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story