Advertisment

ECIଙ୍କୁ ପାଣ୍ଡିଆନଙ୍କ ଆକ୍ଷେପ, କହିଲେ- 'ରାଜନୈତି ଉଦ୍ଦେଶ୍ୟ ରଖି ଆକ୍ସନ ନିଆଯାଇଛି’

‘ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତୃବୃନ୍ଦ ଯାହା ଚାହୁଁଛନ୍ତି, ସେ ଅନୁସାରେ ECI କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ’

ଅଦ୍ୟତନ ହୋଇଛି
V K Pandian

V K Pandian

Advertisment

ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ଆଇପିଏସ୍ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି EICଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ଦୁଇ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଦୁର୍ଭ୍ୟାଗ୍ୟଜନକ ବୋଲି ଦର୍ଶାଇ ସେ ECIଙ୍କୁ ସାମାଲୋଚନା କରିବାକୁ ପଛାଇ ନାହାନ୍ତି। ଗତକାଲି ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗରେ ସିଏମଓର ଦୁଇ ଜଣ ଆଇପିଏସ୍ ଅଫିସର ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ଆକ୍ସନ ନେଇଥିଲେ ECI ।

Advertisment

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ପାଣ୍ଡିଆନ୍ କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତୃବୃନ୍ଦ ଯାହା ଚାହୁଁଛନ୍ତି, ସେ ଅନୁସାରେ ECI କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଆକ୍ସନର ସମ୍ମୁଖୀନ ହୋଇଥିବା ଦୁଇ ଅଫିସର ଓଡିଶାରେ ନକ୍ସଲବାଦକୁ ନିୟନ୍ତ୍ରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଛତିଶଗଡ଼ରେ ଏବେ ବି ନକ୍ସଲ କାର୍ଯ୍ୟକଳାପ ବନ୍ଦ ହୋଇ ପାରୁ ନାହିଁ। କିନ୍ତୁ ଓଡ଼ିଶାର ବନ୍ଦ ହୋଇ ଯାଇଛି। ଅଧିକାରୀମାନେ ନିଜ ଜୀବନକୁ ବାଜି ଲଗାଇ ନକ୍ସଲଙ୍କ ସହ ଲଢ଼ିଛନ୍ତି। ମାତ୍ର ଏପରି ଭଲ କାମ କରିଥିବା ଲୋକଙ୍କ ବିରୋଧରେ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଆକ୍ସନ ନିଆଯାଉଛି। ଏହା କେବେ ବି ଠିକ୍‌ ନୁହେଁ। ବିଜେପି ନେତୃମଣ୍ଡଳୀ ଯାହା ଚାହୁଁଛନ୍ତି ତାହା ହିଁ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। 

Advertisment

ମୁଖ୍ୟମନ୍ତ୍ରୀ କେବେ ବି କୌଣସି ଅଫିସରଙ୍କୁ ନିର୍ବାଚନୀ ପ୍ରକ୍ରିୟାରେ ବ୍ୟବହାର କରି ନାହାନ୍ତି। ବିଜେଡି ବହୁତ ଷ୍ଟ୍ରଙ୍ଗ ଅଛି, ମଜଭୁତ ଅଛି। ଆମର ଏସବୁ କରିବାର କିଛି ଆବଶ୍ୟକତା ନାହିଁ। ବିଜେପିର ଆବଶ୍ୟକତା ରହିଛି। କାରଣ ବିଜେଡି ହାତରୁ ପରାଜୟ, ବିଜେପିର ହଜମ ହେଉନାହିଁ ବୋଲି କହିଛନ୍ତି ପାଣ୍ଡିଆନ ।

ବିଜେଡି ପାଇଁ ରାଜନୀତି କରିବା ଅଭିଯୋଗରେ ଗତକାଲି ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ECI କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ଆଜି ଅପରାହ୍ନ ୩ଟା ସୁଦ୍ଧା ତାଙ୍କୁ ଦିଲ୍ଲୀରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଇଭିଏମ୍ ମେସିନ୍ ଭଙ୍ଗା ଘଟଣାରେ ଫସାଇବା ଡିଏସ୍ କୁଟ୍ଟେଙ୍କୁ ମହଙ୍ଗା ପଡ଼ିଛି। ଡିଏସ କୁଟ୍ଟେଙ୍କ ବିରୋଧରେ ଥିବା ଚିଠା ଚାର୍ଜସିଟକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିଏସ କୁଟ୍ଟେଙ୍କ ବିରୋଧରେ ଚାକିରି ସର୍ତ୍ତାବଳି ଅନୁସାରେ ଆବଶ୍ୟକ ଚାର୍ଜସିଟ୍ ମେ’ ୩୦ତାରିଖ ସୁଦ୍ଧା ପ୍ରସ୍ତୁତ କରିବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଜାରି ହୋଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ ଓ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ଗତକାଲି ଆଇପିଏସ୍ ଅଫିସର ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ଦୁଇ ଆଇପିଏସ୍ ଅଫିସର ନିର୍ବାଚନୀ ଗତିବିଧିରେ ସମ୍ପୃକ୍ତ ଥିବାର ସିଧାସଳଖ ପ୍ରମାଣ ବାରମ୍ବାର ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଥିଲା।

ସେହିପରି ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ ପାଇଁ ଭୁବନେଶ୍ୱର ଏମସ୍ ଡାକ୍ତରଙ୍କର ଏକ ବୋର୍ଡ ଗଠନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଏମସ ନିର୍ଦ୍ଦେଶକଙ୍କୁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରି ୩୦ ତାରିଖ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟ ଯାଂଚ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆବଶ୍ୟକ ପ୍ରକ୍ରିୟା କରିବା ସହ ଶ୍ରୀ ସିଂ କେଉଁ ସବୁ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି, ତା’ର ବିସ୍ତୃତ ରିପୋର୍ଟ ମେ’ ୩୧ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପାଣ୍ଡିଆନଙ୍କ ମନ୍ତବ୍ୟକୁ କାଉଣ୍ଟର କରି ବିଜେପି ଆଜି ଏକ ପ୍ରେସ୍‌ମିଟ୍‌ କରିଛି। ୨ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ECIର କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତଯୋଗ୍ୟ କହିଲେ ଭର୍ତ୍ତୃହରି ମହତାବ । ଶାସନରେ ରହି କ୍ଷମତାର ଅପବ୍ୟବହାର କରିଛନ୍ତି, ଅତ୍ୟନ୍ତ ଗୁରୁତର କଥା ।  ECI ନିଶ୍ଚିତ କିଛି ପ୍ରମାଣ ପାଇଛନ୍ତି, ତେଣୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲଇ ସେ କହିଛନ୍ତି ।

ଏଥିସହ କହିଛନ୍ତି, କିଛି ଅଫିସର ମିଶି ଓଡ଼ିଶାବାସୀଙ୍କୁ ଉତ୍ପୀଡ଼ନ କରୁଛନ୍ତି । ଏମାନଙ୍କ ମଧ୍ୟରୁ କୌଣସି ଅଫିସର ବାଦ୍ ପଡ଼ିବେନି । ବିଜେପି କ୍ଷମତାକୁ ଆସିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ବର୍ତ୍ତମାନ ବି ସମୟ ଅଛି, ସତର୍କ ହୋଇଯାଆନ୍ତୁ କହିଲେ ଭର୍ତ୍ତୃହରି ।

ଇସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରି ସିଏ କହିଛନ୍ତି, ଯେଉଁ ପ୍ରକୃତିର ସିଏ ସେଇ ପ୍ରକୃତିର ଲୋକଙ୍କୁ ସମର୍ଥନ କରେ ।

BjD Bjp Vk Pandian 2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe