ଭି.କେ ପାଣ୍ଡିଆନ ଚାକିରିରୁ ଭିଆରଏସ୍ ନେବା ପରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, ବିଜେପି-ବିଜେଡି ଏକ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ପାଣ୍ଡିଆନଙ୍କ VRS ୩ ଦିନରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। କେନ୍ଦ୍ରର ବିଜେପି ସରକାରଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି। ପାଣ୍ଡିଆନ ବିଜେପି-ବିଜେଡିର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ।