Advertisment

ସଂସଦରେ ଧକ୍କା କାଣ୍ଡ: ରାହୁଲ ଗାନ୍ଧିଙ୍କ କେସ୍‌ର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବିଜେପିର ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍‌ ରାହୁଲ ଗାନ୍ଧିଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ଦଫା ଲଗାଇ ମାମଲା କରିଥିଲା।

author-image
Hemant Lenka
Rahul Gandhi

Rahul Gandhi

ଡିସେମ୍ବର ୧୯ରେ ସଂସଦ ପରିସରରେ ବିଜେପିର ଦୁଇ ଜଣ ସାଂସଦଙ୍କୁ ଧକ୍କା ମାରି ଆହତ କରିଥିବା ଅଭିଯୋଗରେ ରାହୁଲ ଗାନ୍ଧିଙ୍କ ନାଁରେ ହୋଇଥିବା ମାମଲାର ତଦନ୍ତ ଦିଲ୍ଲୀ ପୁଲିସ୍‌ର କ୍ରାଇମବ୍ରାଞ୍ଚ କରିବ। ବିଜେପି ସାଂସଦଙ୍କ ଅଭିଯୋଗକ୍ରମେ ଗତକାଲି ଦିଲ୍ଲୀ ପୁଲିସ୍‌ ରାହୁଲ ଗାନ୍ଧିଙ୍କ ନାଁରେ ମାମଲା କରିଥିଲା। ଏବେ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ପୂରା ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି। 

Advertisment

ବିଜେପିର ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍‌ ରାହୁଲ ଗାନ୍ଧିଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ଦଫା ଲଗାଇ ମାମଲା କରିଥିଲା।

ଗୁରୁବାର ସଂସଦର ମକର ଦ୍ୱାର ନିକଟରେ ପୂରା ଘଟଣା ଘଟିଥିଲା। ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ଲୋକସଭା ଭିତରକୁ ଯାଉଥିଲେ। ଏହି ସମୟରେ ପ୍ରବେଶ ପଥର ପାହାଚରେ ବିଜେପି ସାଂସଦମାନେ ବିକ୍ଷୋଭ କରୁଥିଲେ। ଦୁଇ ପକ୍ଷ ସାଂସଦ ଗୋଟିଏ ସ୍ଥାନରେ ପହଞ୍ଚିବାରୁ ମୁହାଁମୁହିଁ ସ୍ଥିତି ହୋଇଥିଲା।

Advertisment

ଏହି ସମୟରେ ରାହୁଲ ଗାନ୍ଧି କୁଆଡ଼େ ୬୯ ବର୍ଷୀୟ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟତୀତ ବିଜେପିର ଅନ୍ୟ ଜଣେ ସାଂସଦ ମୁକେଶ ରାଜପୁତ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେମାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କର।ଯାଇଥିଲା।

ଏହାପରେ ବିଜେପିର ଗୋଟିଏ ପ୍ରତିନିଧି ଦଳ ପୁଲିସ୍‌ର ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅଭିଯୋଗ କରିଥିଲା। ସେହିପରି କଂଗ୍ରେସର ଗୋଟିଏ ପ୍ରତିନିଧି ଦଳ ମଧ୍ୟ ବିଜେପି ସାଂସଦଙ୍କ ବିରୋଧରେ ଧକ୍କା ମାରିବା ଓ ଦୁର୍ବ୍ୟବହାର ପ୍ରଦର୍ଶନ କରି ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲା। କିନ୍ତୁ ଉକ୍ତ ଅଭିଯୋଗରେ ପୁଲିସ୍‌ ମାମଲା ରୁଜୁ କରିଛି କି ନାହିଁ, ସେକଥା ଜଣାପଡ଼ିନି। 

Rahul Gandhi Pratap Sarangi