Advertisment

ସଂସଦ ସୁରକ୍ଷା ତ୍ରୁଟି: ଭିଜିଟର୍ସ ପାସ୍ ଦେଇଥିବା ସାଂସଦଙ୍କୁ ଜେରା କରିବ ପୁଲିସ

ସାଂସଦ ପ୍ରତାପ ସିହ୍ମା ବର୍ତ୍ତମାନ ଦିଲ୍ଲୀ ବାହାରେ ଅଛନ୍ତି। ଆସନ୍ତା ସପ୍ତାହରେ ତାଙ୍କ ଘରକୁ ଯାଇ ବିବୃତ୍ତି ରେକର୍ଡ କରିବ ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ।

ଅଦ୍ୟତନ ହୋଇଛି
BJP MP Pratap Simha

BJP MP Pratap Simha

Advertisment

ଲୋକସଭା ସୁରକ୍ଷା ତ୍ରୁଟିକୁ ନେଇ ଉଠୁଛି ପଡୁଛି ଗୃହ। ବୁଧବାର ପରଠାରୁ ଏକପ୍ରକାର ଅଚଳ ହୋଇଯାଇଛି ଶୀତ ଅଧିବେଶନ। ଏହି ମାମଲାରେ ଭିଜିଟର୍ସ ପାସ୍ ଦେଇଥିବା ବିଜେପି ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ। ଏହାରି ମଧ୍ୟରେ ଦିଲ୍ଲୀ ସ୍ପେଶାଲ୍ ପୁଲିସ ତଦନ୍ତ ପରିସରକୁ ଆସିଛନ୍ତି ବିଜେପି ସାଂସଦ ପ୍ରତାପ ସିହ୍ମା।

Advertisment

ଭିଜିଟର୍ସ ପାସ୍ ଦେଇଥିବା ପ୍ରତାପ ସିହ୍ମାଙ୍କୁ ମଧ୍ୟ ପଚରାଉଚରା କରିବ ପୁଲିସ। ସୂଚନା ଅନୁସାରେ, ସାଂସଦ ପ୍ରତାପ ସିହ୍ମା ବର୍ତ୍ତମାନ ଦିଲ୍ଲୀ ବାହାରେ ଅଛନ୍ତି। ଆସନ୍ତା ସପ୍ତାହରେ ତାଙ୍କ ଘରକୁ ଯାଇ ବିବୃତ୍ତି ରେକର୍ଡ କରିବ ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ। 

ପ୍ରକାଶ ଥାଉ କି, ଡିସେମ୍ବର 6(ବୁଧବାର) ଲୋକସଭା ଶୀତ ଅଧିବେଶନ ଚାଲିଥିବା ସମୟରେ ଦୁଇ ଜଣ ଯୁବକ ଭିଜିଟର୍ସ ପାସ୍ ଦେଖାଇ ଦର୍ଶକ ଗ୍ୟାଲେରୀକୁ ଯାଇଥିଲେ। ସେଠାରେ ହଠାତ୍ ଗୃହ ମଧ୍ୟକୁ ପ୍ରବେଶ କରି କିଛି ହଳଦିଆ ଗ୍ୟାସ୍ ସ୍ପ୍ରେ କରିବା ସହ ହଙ୍ଗାମା କରିଥିଲେ। ସଂସଦ ଭବନ ବାହାରେ ମଧ୍ୟ ଅନ୍ୟ କିଛି ଯୁବକ ଗ୍ୟାସ୍ ସ୍ପ୍ରେ ସହ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସଂସଦର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ପୁଲିସ ଏହି ମାମଲାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ସାଗର ଶର୍ମା କର୍ଣ୍ଣାଟକ ମୈସୁର ସାଂସଦ ପ୍ରତାପ ସିହ୍ମାଙ୍କ ଭିଜିଟର୍ସ ପାସ୍ ବ୍ୟବହାର କରିଥିବା ଜଣାପଡିଥିଲା। ନିଜେ ସାଂସଦ ସିହ୍ମା ମଧ୍ୟ ବାଚସ୍ପତିଙ୍କ ନିକଟରେ ଏକଥା ସ୍ୱୀକାର କରିଛନ୍ତି। ସାଗର ଶର୍ମାର ବାପା ସାଂସଦ ପ୍ରତାପ ସିହ୍ମାଙ୍କୁ ଅନୁରୋଧ କରି ପୁଅ ପାଇଁ ଭିଜିଟର୍ସ ପାସ୍ ଆଣିଥିବା ସେ କହିଥିଲେ। ତେଣୁ ପ୍ରତାପ ସିହ୍ମା ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।

ପୁଲିସ ଅଭିଯୁକ୍ତମାନଙ୍କୁ ସାତ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଆସନ୍ତା ସପ୍ତାହରେ ସାଂସଦଙ୍କୁ ଜେରା କରିବ। 

Delhi Police Parliament Security Breach BJP MP Pratap Simha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe