Advertisment

ସଂସଦରେ ‘ଡଷ୍ଟବିନ’ ବିକ୍ଷୋଭ, ସୋମବାର ଠାରୁ ଗୃହ ହେବ ସ୍ୱାଭାବିକ

ଗୃହ କାର୍ଯ୍ୟ ସ୍ୱାଭାବିକ ହେବାର ଆଶା ପ୍ରକାଶ ପାଇଥିବା ବେଳେ ଆଜି ସଂସଦ ପରିସରରେ ବିରୋଧୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି।

SIR

SIR

Advertisment

ମୌସୁଧୀ ଅଧିବେଶନର ପ୍ରଥମ ସପ୍ତାହ ସଂପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି। ଅପରେସନ ସିନ୍ଦୂର ଓ ବିହାରରେ ଚାଲିଥିବା ଭୋଟର ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ବିରୋଧୀଙ୍କ ହୋହଲ୍ଲା ଯୋଗୁ ସଂସଦର ଉଭୟ ଲୋସଭା ଓ ରାଜ୍ୟସଭାର କାର୍ଯ୍ୟ ପ୍ରଭାବିତ ହୋଇଛି।

Advertisment

ତେବେ ଆଜି ସର୍ବଦଳୀୟ ବୈଠକରେ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ନିଷ୍ପତ୍ତି ହୋଇଛି। ସୋମବାର ଠାରୁ ଉଭୟ ଲୋକସଭା ଓ ରାଜ୍ୟସଭା ସ୍ୱାଭାବିକ ଭାବେ ଚାଲିବ ବୋଲି ସମସ୍ତେ ଆଶା ରଖିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଉଭୟ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ସହମତି ହୋଇଥିବା ଜଣାପଡ଼ିଛି। 

ଗୃହ କାର୍ଯ୍ୟ ସ୍ୱାଭାବିକ ହେବାର ଆଶା ପ୍ରକାଶ ପାଇଥିବା ବେଳେ ଆଜି ସଂସଦ ପରିସରରେ ବିରୋଧୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ସେମାନେ ବିହାରରେ ଚାଲିଥିବା ଭୋଟର ଲିଷ୍ଟ ରିଭିଜନ କାର୍ଯ୍ୟକ୍ରମକୁ ବିରୋଧ କରି ଡଷ୍ଟବିନ ପ୍ରତିବାଦ କରିଛନ୍ତି। ଶୁକ୍ରବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଅନ୍ୟ ସାଂସଦମାନେ ବିହାର ଭୋଟର ତାଲିକା ସଂଶୋଧକ କାର୍ଯ୍ୟକ୍ରମ ବିରୋଧରେ ଡଷ୍ଟବିନ ବ୍ୟବହାର କରିଛନ୍ତି।

Advertisment

ବିରୋଧୀ ସାଂସଦମାନେ ଏସ୍‌ଆଇଆର(ସ୍ପେଶାଲ ଇଣ୍ଟେନସିଭ ରିଭିଜନ) ଲେଖିଥିବା ପୋଷ୍ଟରକୁ ସର୍ବସମ୍ମୁଖରେ ଚିରିଥିଲେ ଓ ଏହାକୁ ଡଷ୍ଟବିନରେ ଫିଙ୍ଗି ଅଭିନବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଏପରି କାର୍ଯ୍ୟକ୍ରମ କେବଳ ଡଷ୍ଟବିନ ପାଇଁ ଯୋଗ୍ୟ ବୋଲି ଦର୍ଶାଇବାକୁ ଯାଇ ବିରୋଧୀ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ତେବେ ଭୋଟର ତାଲିକାରେ କେବଳ ବୈଧ ଭୋଟରଙ୍କୁ ସ୍ଥାନ ଦେବା ପାଇଁ ଏହା ଏକ ପ୍ରକ୍ରିୟା ବୋଲି ସରକାର କହିଛନ୍ତି। ବିରୋଧୀ ଏହି ପ୍ରସଙ୍ଗରେ ବିତର୍କ ଚାହୁଁଥିବା ବେଳେ ସରକାର ଏହାକୁ ନିର୍ବାଚନ କମିଶନ ଆୟୋଜନ କରୁଥିବା କହି ଆଲୋଚନାରୁ ଦୂରେଇ ରହିଛନ୍ତି। ଏହା ବିରୋଧରେ ଆଜି ବିରୋଧୀ ଦଳର ସଦସ୍ୟମାନେ ଡଷ୍ଟବିନ ପ୍ରୋଟେଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

Lok Sabha Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe