Advertisment

ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ, ୫ ଦିନ ଧରି ଚାଲିବ

୧୯୪୬ ମସିହା ଡିସେମ୍ବର ୯ରେ ବସିଥିବା ସମ୍ବିଧାନ ସଭାର ପ୍ରଥମ ବୈଠକଠାରୁ ଆରମ୍ଭ କରି ସଂସଦର ଏପର୍ଯ୍ୟନ୍ତ ୭୫ ବର୍ଷର ସଫଳତା, ଅଭିଜ୍ଞତା, ସ୍ମୃତି ଓ ଶିକ୍ଷା ଆଦି ସଂପର୍କରେ ଆଲଚୋନା ହେବ।

ଅଦ୍ୟତନ ହୋଇଛି
Parliament

Parliament

Advertisment

ଆଜିଠାରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ। ଏହାପୂର୍ବରୁ ଗତକାଲି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ପାର୍ଲାମେଣ୍ଟ ଲାଇବ୍ରେରୀ ବିଲ୍ଡିଂରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଭିନ୍ନ ଦଳର ସାଂସଦମାନେ ଯୋଗ ଦେଇଛନ୍ତି।

Advertisment

ଆଜିଠୁ ୨୨ ତାରିଖ ଯାଏଁ ୫ ଦିନ ଧରି ସଂସଦର ସ୍ୱତନ୍ତ୍ର ଅଧିବେଶନ ଚାଲିବ। ଏହି ସମୟରେ ସଂସଦର ୭୫ ବର୍ଷ ଯାତ୍ରା ସଂପର୍କରେ ଆଲୋଚନା ହେବ। ୧୯୪୬ ମସିହା ଡିସେମ୍ବର ୯ରେ ବସିଥିବା ସମ୍ବିଧାନ ସଭାର ପ୍ରଥମ ବୈଠକଠାରୁ ଆରମ୍ଭ କରି ସଂସଦର ଏପର୍ଯ୍ୟନ୍ତ ୭୫ ବର୍ଷର ସଫଳତା, ଅଭିଜ୍ଞତା, ସ୍ମୃତି ଓ ଶିକ୍ଷା ଆଦି ସଂପର୍କରେ ଆଲଚୋନା ହେବ।

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୁରୁଣା ସଂସଦ ଗୃହରେ ଆରମ୍ଭ ହେବ। ମଙ୍ଗଳବାର ଅର୍ଥାତ ଗଣେଶ ପୂଜାରେ ସଂସଦର ନୂଆ ବିଲ୍ଡିଂରେ ସ୍ୱତନ୍ତ୍ର ଅଧିବେଶନ ବସିବ। ନୂଆ ସଂସଦ ଭବନରେ ପୂଜାର୍ଚ୍ଚନା ପରେ ସେଠାରେ କାର୍ଯ୍ୟ ଆରମ୍ଭ ହେବ। ଏହାପୂର୍ବରୁ ଗତକାଲି ସକାଳରେ ନୂଆ ସଂସଦ ଭବନର ଗଜଦ୍ୱାର ଉପରେ ଲାଗିଥିବା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ ।

Advertisment

କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧିବେଶନ ବେଳେ ୪ଟି ବିଲ୍‌ ଆଣିବାର ସମ୍ଭାବନା ରହିଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିବେଶର ସମ୍ଭାବ୍ୟ ଏଜେଣ୍ଡା ବିଷୟରେ ସୂଚନା ଦିଆଯାଇଛି। ଲୋକସଭାରେ କେନ୍ଦ୍ର ସରକାର The Advocates (Amendment) Bill, 2023 ଓ The Press and Registeration of Periodicals Bill, 2023 ଆଣିବେ। ଏହି ଦୁଇ ବିଲ୍‌ ଅଗଷ୍ଟ ୩ ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା। ତେଣୁ ଏବେ ଏଗୁଡ଼ିକ ଲୋକସଭାରେ ଆଗତ ହେବ।

ସେହିପରି ରାଜ୍ୟସଭାରେ ସାଂସଦମାନେ The Post Office Bill, 2023 ଓ The Chief Election Commissioner and other Election Commissioners (Appointment, Conditions of Service and Term of Office) Bill, 2023 ଉପରେ ବିତର୍କ କରି ପାରନ୍ତି। ଏହି ଦୁଇ ବିଲ୍‌କୁ ଅଗଷ୍ଟ ୧୦ ତାରିଖରେ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା। ଏବେ ଏହା ଉପରେ ବିତର୍କ ହୋଇପାରେ।

ଅନ୍ୟପକ୍ଷରେ ସରକାରୀ ସୂତ୍ରକୁ ଆଧାର କରି କିଛି ରିପୋର୍ଟ ମଧ୍ୟ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁସାରେ, ସରକାର ଦେଶର ନାଁକୁ ଇଣ୍ଡିଆରୁ କେବଳ ଭାରତ କରିବାକୁ ସ୍ୱତନ୍ତ୍ର ବିଲ୍‌ ଏହି ଅଧିବେଶନରେ ଆଣିବେ। ଏହାବାଦ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ମହିଳା ସଂରକ୍ଷଣ ବିଲ୍ ଓ ୟୁସିସି ବିଲ୍‌ ମଧ୍ୟ ଏହି ଅଧିବେଶନରେ ଆସି ପାରେ ବୋଲି କୁହାଯାଉଛି।

Parliament New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe