Advertisment

ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ, ୨୦ ଯାଏ ଚାଲିବ

୨୫ରୁ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହାର ଦ୍ୱିତୀୟ ଦିନ ଅର୍ଥାତ ନଭେମ୍ବର ୨୬ ବା ସମ୍ବିଧାନ ଦିବସରେ କେନ୍ଦ୍ରୀୟ ହଲ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

author-image
Hemant Lenka
Parliament

Parliament

ସଂସଦର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୨୫ରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୦ ଯାଏ ଚାଲିବ ବୋଲି ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କରି ରିଜିଜୁ ସୂଚନା ଦେଇଛନ୍ତି।

Advertisment

୨୫ରୁ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହାର ଦ୍ୱିତୀୟ ଦିନ ଅର୍ଥାତ ନଭେମ୍ବର ୨୬ ବା ସମ୍ବିଧାନ ଦିବସରେ କେନ୍ଦ୍ରୀୟ ହଲ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂର୍ତ୍ତି ପାଇଁ ଏପରି କାର୍ଯ୍ୟକ୍ରମ କରାଯିବ।

୪ ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରଥମଥର ପାଇଁ ସଂସଦର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଜମ୍ମୁ-କଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ବାଜି ମାରିଛନ୍ତି।

Advertisment

ତେବେ ହରିୟାଣାରେ ବିଜେପି ଐତିହାସିକ ହ୍ୟାଟ୍ରିକ ବିଜୟ ହାସଲ କରିଛି। ମହାରାଷ୍ଟ୍ର ଓ ଝାରଖଣ୍ଡ ନିର୍ବାଚନର ରେଜଲ୍ଟ ନଭେମ୍ବର ୨୩ରେ ପ୍ରକାଶ ପାଇବ।

ଶୀତ ଅଧିବେଶନରେ ୱାକଫ ସଂଶୋଧନ ବିଲ୍‌ ଉପରେ ଆଲୋଚନା ହେବ। ବର୍ତ୍ତମାନ ୱାକଫ ବିଲକୁ ଯୁଗ୍ମ ସଂସଦୀୟ କମିଟି ଯାଞ୍ଚ କରୁଛି। କମିଟି ନଭେମ୍ବର ୨୯ରେ ସଂସଦରେ ଏହାର ରିପୋର୍ଟ ଦାଖଲ କରିବ।

ଏହାବାଦ  କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ ମଧ୍ୟ ଉଭୟ ସଦନରେ ଆଗତ ହୋଇପାରେ। ଏହା ଉପରେ ବଡ଼ ବିତର୍କ ହେବାର ସମ୍ଭାବନା ରହିଛି। 

New Parliament Building Parliament Session New Parliament House