Advertisment

ଗୃହରେ ଗର୍ଜିଲେ ମୁକେଶ ମହାଲିଙ୍ଗ

ବିଧାନ ସଭାରେ ବିଜେଡିକୁ ଧୋଇଲେ ମୁକେଶ ମହାଲିଙ୍ଗ।

author-image
Manoj Swain

'ବିରୋଧୀ ଦଳ ପାଖରେ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିବାର ନୈତିକ ଅଧିକାର ନାହିଁ। ଯେଉଁମାନେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରୁଥିଲେ ଆଜି ହାତରୁ କ୍ଷମତା ଯିବାପରେ ସେମାନେ ଅସହିଷ୍ଣୁ ହୋଇପଡ଼ିଛନ୍ତି। ରାଜ୍ୟରେ ସମୃଦ୍ଧ କୃଷିନୀତି କାର୍ଯ୍ୟକାରୀ କରାଯାଇଛି। ଆମର ପ୍ରତିଶ୍ରୁତି ଅନୁସାରେ ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।' ଗୃହରେ ଏଭଳି ବିବୃତି ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହି ଭିଡିଓକୁ ସେ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରିଛନ୍ତି।

Advertisment
Bjp Odisha Assembly Odisha