Advertisment

ବିଜେପିକୁ ଫେରିଲେ ବିଧାୟକ ପର୍ଶୁରାମ ଧଡା

ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ଦିନେ କଂଗ୍ରେସ ଗଡ଼ ଭାବେ ପରିଚିତ ଥିଲା। ୨୦୧୪ ମସିହାରେ କଂଗ୍ରେସର ବିଜୟ ରଥରେ ବ୍ରେକ୍‌ ଲଗାଇ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପର୍ଶୁରାମ ଧଡା।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

ବିଜେପିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ବିଧାୟକ ପର୍ଶୁରାମ ଧଡା ଆଜି ଆନୁଷ୍ଠାନିକ ଭାବେ ନିଜର ପୁରୁଣା ଦଳକୁ ଫେରିଛନ୍ତି। ସେଥିପାଇଁ ସେ ବିଜେପି ରାଜ୍ୟ ନେତୃମଣ୍ଡଳୀକୁ କୃତଜ୍ଞତା ଜଣାଇଛନ୍ତି। କୌଣସି ଆଶା ଓ ଅଭିଳାଶ ନେଇ ବିଜେପିକୁ ଆସିନଥିବା ଶ୍ରୀ ଧଡା କହିଛନ୍ତି।

Advertisment

ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ଦିନେ କଂଗ୍ରେସ ଗଡ଼ ଭାବେ ପରିଚିତ ଥିଲା। ୨୦୧୪ ମସିହାରେ କଂଗ୍ରେସର ବିଜୟ ରଥରେ ବ୍ରେକ୍‌ ଲଗାଇ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପର୍ଶୁରାମ ଧଡା। ୨୦୧୯ ସାଧାରଣ ନିର୍ବାଚନରେ ପୁଣି ତାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଶ୍ରୀ ଧଡା ମଧ୍ୟ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ହେଲେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନଥିଲା। ଯେଉଁଥିପାଇଁ ଶ୍ରୀ ଧଡା ଅସନ୍ତୋଷ ବ୍ୟକ୍ତି କରି ବିଜେଡି ଛାଡ଼ିଥିଲେ।

ଶ୍ରୀ ଧଡ଼ା ନିଜ ସମର୍ଥକଙ୍କ ଗହଣରେ ଆସି ଆଜି ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସହପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ଶ୍ରୀ ଧଡାଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌ ପୁଷ୍ପଗୁଚ୍ଛଦେଇ ସ୍ୱାଗତ କରିଥିଲେ। ସେହି ସମୟରେ ପୂର୍ବତର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Advertisment

ବିଜେପିରେ ମିଶିବା ପରେ ଶ୍ରୀ ଧଡ଼ା କହିଛନ୍ତି, ବିଜେପିକୁ ଫେରିବା ପାଇଁ ସୁଯୋଗ ଦେଇଥିବାରୁ ରାଜ୍ୟ ନେତୃମଣ୍ଡଳୀକୁ କୃତଜ୍ଞତା ଜଣାଉଛି। ମୋର ରାଜନୈତିକ ଜୀବନ ବିଜେପିରୁ ଆରମ୍ଭ ହୋଇଥିଲା। ୨୦୦୯ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲି। ମାତ୍ର ୩୬୦ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲି। ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡିରେ ଯୋଗଦେଇଥିଲି। ଆଉ ୨୦୧୪ ଓ ୨୦୧୯ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲି। ଆଜି ଅନୁଷ୍ଠାନିକ ଭାବେ ବିଜେଡି ପରିତ୍ୟାଗ କରି ବିଜେପିର ଜଣେ ସାଧାରଣ ଓ ଶୃଙ୍ଖଳିତ ସଦସ୍ୟ ଭାବେ ସାମିଲ୍‌ ହୋଇଛି। ଏହା ପରେ ଦଳ ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ଦେବ, ତାକୁ ସମ୍ପାଦନ କରିବି ବୋଲି ଶ୍ରୀ ଧଡା କହିଛନ୍ତି।

ସେ ଆହୁରି କହିଛନ୍ତି, ସମାଜ ସେବା କରିବାକୁ ହେଲେ କିଛି ପ୍ଲାଟ୍‌ଫର୍ମର ଆବଶ୍ୟକତା ରହିଛି। ତେଣୁ ବିଜେଡି ସେହି ସୁଯୋଗ ଦେଇଥିବାରୁ ଲୋକଙ୍କ ପାଇଁ କାମ କରୁଥିଲି। ଏବେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଏକ ବିକଶିତରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି। ସେପରି ସ୍ଥିତିରେ ଓଡ଼ିଶା ବା ସୋର ନିର୍ବାଚନମଣ୍ଡଳୀ କାହିଁକି ପଛରେ ରହିବ? ମୋର ସମର୍ଥକ ଓ ବରିଷ୍ଠ କର୍ମକର୍ତ୍ତାଙ୍କ ପରାମର୍ଶରେ ବିଜେପିରେ ସାମିଲ୍‌ ହୋଇଛି। ଆଗକୁ ବିକାଶଧାରାକୁ ଆଗେଇ ନେବୁ। ସାଧାରଣ ଲୋକଙ୍କ ପାଖରେ କେନ୍ଦ୍ରୀୟ ଯୋଜନାକୁ ପହଞ୍ଚାଇବି ବୋଲି ଶ୍ରୀ ଧଡା କହିଛନ୍ତି।

BjD Bjp Balasore Loksabha Election