Advertisment

ପୁତୁରା ଛଡ଼ାଇ ନେଲେ ପାର୍ଟି, ସୁପ୍ରିମକୋର୍ଟ ଯିବେ ଦାଦା

ଶରଦ ପାଓ୍ୱାରଙ୍କ ପୂର୍ବରୁ ଆଗୁଆ ସୁପ୍ରିମକୋର୍ଟରେ ପହଞ୍ଚିଲେ ଅଜିତ ପାଓ୍ୱାରଙ୍କ ଗୋଷ୍ଠୀ।

ଅଦ୍ୟତନ ହୋଇଛି
Sharad-Pawar-vs-Ajit-Pawar

Sharad-Pawar-vs-Ajit-Pawar

Advertisment

ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଆରମ୍ଭ ହୋଇଯାଇଛି ହଲଚଲ। ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିକୁ ଲାଗିଛି ବଡ଼ ଝଟ୍‌କା। ଦାଦା ଶରଦଙ୍କ ହାତରୁ ଏନ୍‌ସିପିକୁ ଛଡାଇ ନେଇଯାଇଛନ୍ତି ପୁତୁର ଅଜିତ ପାଓ୍ୱାର। ମଙ୍ଗଳବାର ନିର୍ବାଚନ କମିଶନ ଦୀର୍ଘ ଦିନ ଧରି ଲାଗି ରହିଥିବା ଦାଦା-ପୁତିରା କଳିର ସମାଧାନ କରିଛନ୍ତି। ଅଜିତ ପାଓ୍ୱାରଙ୍କ ଏନ୍‌ସିପି ଗୋଷ୍ଠୀକୁ ଅସଲ ଏନ୍‌ସିପି ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ। କେବଳ ସେତିକି ନୁହେଁ ଦଳର ନାଁ ଓ ଚିହ୍ନକୁ ମଧ୍ୟ ଅଜିତ ପାଓ୍ୱାରଙ୍କ ଦଳକୁ ଶରଦ ପାଓ୍ୱାରଙ୍କ ଠାରୁ ଛଡାଇ ନେଇଛି। ଏହାପରେ ଏବେ ଶରଦ ପାଓ୍ୱାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି।

Advertisment

ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପରେ ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଦଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଶୀଘ୍ର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରନ୍ତି। ଆଜି ଏହି ମାମଲାରେ ଶରଦ ପାଓ୍ୱାରଙ୍କ ଘରେ ଏକ ଗୁରୁତ୍ୱୂପର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ସୁପ୍ରିୟା ସୁଲେ ଏବଂ ଶରଦ ପାୱାର ସଂସଦକୁ ଗସ୍ତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଆମେ ସୁପ୍ରିମକୋର୍ଟ ଯିବୁ। ତେବେ ଦଳର ନୂଆ ନାଁ ଓ ନିର୍ବାଚନୀ ଚିହ୍ନ ବିଷୟରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି।

ଶରଦ ପାୱାରଙ୍କ ଗୋଷ୍ଠୀ ନୂଆ ଚିହ୍ନ ଓ ନାଁ ପାଇଁ ଖୁବଶୀଘ୍ର ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ଏଥିପାଇଁ ବୁଧବାର ଦିନ ୪ଟା ଯାଏଁ ସମୟ ଦିଆଯାଇଛି। କୁହାଯାଉଛି ଯେ, ଶରଦ ପାୱାର କଂଗ୍ରେସ, ମି' ରାଷ୍ଟ୍ରବାଦୀ କିମ୍ବା ଶରଦ ପାୱାର ସ୍ୱାଭିମାନୀ ପକ୍ଷ ହୋଇପାରେ। ଏଥିସହ ଦଳର ଚିହ୍ନ ଉଦୟ ହେଉଥିବା ସୂର୍ଯ୍ୟ କିମ୍ବା ଚଷମା ହୋଇପାରେ ବୋଲି ସୂତ୍ରରୁ ଜଣାପଡିଛି।

Advertisment

ସେପଟେ ଶରଦ ପାଓ୍ୱାରଙ୍କ ପୂର୍ବରୁ ଆଗୁଆ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଅଜିତ ପାୱାର ଗୋଷ୍ଠୀ। ବୁଧବାର କୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ସେମାନଙ୍କ ତରଫରୁ ବିରୋଧୀଦଳଙ୍କ ଦ୍ୱାରା ଦାଖଲ ହୋଇଥିବା କୌଣସି ଆବେଦନ ଉପରେ ଶୁଣାଣି ନ କରାଯିବାକୁ ଦାବି କରାଯାଇଛି। ଅଜିତଙ୍କ ଗୋଷ୍ଠୀ ପିଟିସନ ଦାଖଲ କରି କୋର୍ଟରେ ଆବେଦନ କରିଛନ୍ତି ଯେ ଯଦି ଶରଦ ପାୱାର ଦଳ ପକ୍ଷରୁ ନିର୍ବାଚନ ସଙ୍କେତ ସହ ଜଡିତ ଏକ ଆବେଦନ କରାଯାଏ, ତା’ହେଲେ ସେମାନଙ୍କ ପକ୍ଷର ମଧ୍ୟ ଶୁଣାଣି କରାଯିବା ଉଚିତ।

ସୂଚନାଯୋଗ୍ୟ ଛଅ ମାସରୁ ଅଧିକ ସମୟ ଧରି ଚାଲିଥିବା ୧୦ରୁ ଅଧିକ ଶୁଣାଣି ପରେ ନିର୍ବାଚନ ଆୟୋଗ ଏନସିପି ବିବାଦର ସମାଧାନ କରିଥିଲେ। ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଦଳ ସପକ୍ଷରେ ଏହାର ରାୟ ଦେଇଛନ୍ତି ନିର୍ବାଚନ ଆୟୋଗ। ବର୍ତ୍ତମାନ ଏନସିପିର ନାମ ଏବଂ ନିର୍ବାଚନ ଚିହ୍ନ ଅଜିତ ପାୱାରଙ୍କ ପାଖରେ ରହିବ। ଏହି ନିଷ୍ପତ୍ତି ଉପରେ ଶରଦ ପାୱାରଙ୍କ ଦଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥି ସହ ମହାବିକାଶ ଅଘାଡି, ଶିବସେନା ଏବଂ କଂଗ୍ରେସରେ ତାଙ୍କ ସହଯୋଗୀ ଥିବା ଉଦ୍ଧବ ମଧ୍ୟ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ବିରୋଧ କରି କୋର୍ଟକୁ ଯିବା କଥା କହିଥିଲେ।

ଅପରପକ୍ଷରେ ଅଜିତ ପାୱାର ପ୍ରତିକ୍ରିୟାରେ କହିଛନ୍ତି ଗଣତନ୍ତ୍ରରେ କେବଳ ସଂଖ୍ୟାଗରିଷ୍ଠତାକୁ ପ୍ରାଧାନ୍ୟ ଦିଆଯାଏ। ପ୍ରାୟ ୫୦ଜଣ ବିଧାୟକ ଆମ ସହିତ ଅଛନ୍ତି। ଏପରିକି ଅଧିକାଂଶ ଜିଲ୍ଲା ସଭାପତି ତଥା ପାର୍ଟି ସେଲର ମୁଖ୍ୟମାନେ ମଧ୍ୟ ଆମ ସହିତ ଛିଡା ହୋଇଛନ୍ତି। ମୁଁ ନିର୍ବାଚନ ଆୟୋଗଙ୍କର ନିଷ୍ପତ୍ତିକୁ ସ୍ୱାଗତ କରୁଛି।

Supreme Court Sharad Pawar NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe