Advertisment

ମୋହନ ମାଝୀଙ୍କ ଘରେ ବିଜେପି ବିଧାୟକଙ୍କ ମେଳି, ସସପେନ୍ସ ବଢ଼ୁଛି

ଆଜି ବିଜେପି ବିଧାୟକ ମୋହନ ମାଝୀଙ୍କ ଘରେ ଦଳୀୟ ବିଧାୟକମାନଙ୍କ ବୈଠକ ବସିଛି।

mohan majhi

mohan majhi

Advertisment

ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ ଆଜି ବିଜେପି ବିଧାୟକ ମୋହନ ମାଝୀଙ୍କ ଘରେ ଦଳୀୟ ବିଧାୟକମାନଙ୍କ ବୈଠକ ବସିଛି। ଯାହାକୁ ନେଇ ରାଜନୀତିକ ବାତାବରଣ ଉଷ୍ମ ହୋଇଛି। ରାଜ୍ୟପାଳ ରଘୁବର ଦାସ ଦିଲ୍ଲୀ ଗସ୍ତରେ ଯାଇ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିବା, ଦିଲ୍ଲୀରେ ରାଜ୍ୟ ବିଜେପି ସଭାପତି ଡେରା ପକାଇବା, ଏଠି ବିଧାୟକମାନଙ୍କ ଏଭଳି ମେଳି ଆଦିକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଏବେ ସନ୍ଧ୍ୟାରେ କିଛି ଦଳୀୟ ବିଧାୟକମାନେ ମେଳି କରିଛନ୍ତି। ବିଧାୟିକା କୁସୁମ ଟେଟେ, ବୁଧାନ ମୁର୍ମୁ, ଭାସ୍କର ମଢ଼େଇ ଓ ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏହି ବିଧାୟକମାନେ କାହିଁକି ଏକଜୁଟ ହୋଇଛନ୍ତି ଓ କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ତାହା ଜଣାପଡ଼ିନି। ମାତ୍ର ବିଜେଡି ସହ ମେଂଟ ଚର୍ଚ୍ଚା ଭିତରେ ବିଜେପି ବିଧାୟକମାନଙ୍କ ଏହି ମେଳିକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି।

ଚର୍ଚ୍ଚା ହେଉଛି, ରାଜ୍ୟରେ ବିଜେଡି ସହ ମେଂଟ ସପକ୍ଷରେ ବହୁ ବିଧାୟକ ଓ ନେତା ନାହାନ୍ତି। ସେମାନେ ନିରନ୍ତର ଭାବେ ଏହି ସମ୍ଭାବ୍ୟ ମେଂଟକୁ ବିରୋଧ କରି ଆସୁଛନ୍ତି। ସମ୍ଭବତଃ ଦଳୀୟ ବିଧାୟକମାନେ ଏକଜୁଟ ହୋଇ ସମ୍ଭାବ୍ୟ ମେଂଟକୁ ବିରୋଧ କରିବା ନିମନ୍ତେ ଆଜି ମୋହନ ମାଝୀଙ୍କ ଘରେ ବିଚାରବିମର୍ଶ କରୁଥାଇପାରନ୍ତି ବୋଲି ଚର୍ଚ୍ଚା। ଯଦିଓ ଆନୁଷ୍ଠାନିକ ଭାବେ ଏନେଇ କିଛି ଜଣାପଡ଼ିନି କିନ୍ତୁ ବର୍ତ୍ତମାନ ସମୟରେ ବିଧାୟକମାନଙ୍କ ମେଳି ଅନେକ ରାଜନୀତିକ ସସପେନ୍ସ ବଢ଼ାଇ ଦେଇଛି।

Advertisment
Bjp State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe