Advertisment

ଜଟଣୀ ଜମି ବିବାଦ: ଡିସେମ୍ବରରୁ ପଟ୍ଟା ବଂଟନ, ସତରେ ମିଳିବ ନା ପୁଣି ଦିନ ଗଡ଼ାଇଲେ ସରକାର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଜିଲ୍ଲା ଗସ୍ତ ସମୟରେ ଜଟଣୀ ତହସିଲରେ ଖାସମାହଲ ସମସ୍ୟା ସମ୍ପର୍କରେ ସାଧାରଣ ଲୋକେ ତାଙ୍କୁ ଅବଗତ କରିଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଆଜି ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

CM Naveen Patnaik

CM Naveen Patnaik

Advertisment

ଦୀର୍ଘ ଏକ ଦଶନ୍ଧିରୁ ଅଧିକ ଦିନ ଧରି ନିଜର ଭିଟାମାଟିକୁ ନେଇ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଥିବା ଜଟଣୀ ତହସିଲ ଅଂଚଳର ଶତାଧିକ ପରିବାରକୁ ରାଜ୍ୟ ସରକାର ପୁଣି ଆଶା ଦେଖାଇଛନ୍ତି । ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତିଠୁ ଆରମ୍ଭ କରି ଉଚ୍ଚସ୍ତରୀୟ ବୈଠକରେ ଏହି ଜମିଗୁଡ଼ିକର ମାଲିକାନା ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫଳପ୍ରଦ ହୋଇପାରିନି । ତେବେ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ଆସନ୍ତା ଡିସେମ୍ବର ମାସରୁ ପଟ୍ଟା ବଂଟନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ୫୩୭ଟି ପରିବାର ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଜିଲ୍ଲା ଗସ୍ତ ସମୟରେ ଜଟଣୀ ତହସିଲରେ ଖାସମାହଲ ସମସ୍ୟା ସମ୍ପର୍କରେ ସାଧାରଣ ଲୋକେ ତାଙ୍କୁ ଅବଗତ କରିଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଆଜି ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ୩ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବର ମାସରୁ ଲୋକଙ୍କୁ ପଟ୍ଟା ବଂଟନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ୫୩୭ଟି ପରିବାର ଉପକୃତ ହେବେ । ସେହିପରି ଭୁବନେଶ୍ୱର ତହସିଲରେ ପତିତ ଜମିର ସତ୍ତ୍ୱ ନେଇ ଦୀର୍ଘ ୬୦ବର୍ଷ ଧରି ସମସ୍ୟା ଲାଗି ରହିଛି । ଏ ସମ୍ପର୍କରେ ବିଭିନ୍ନ ରାଜସ୍ୱ ଅଦାଲତରେ ୧୦୫୪ଟି ମାମଲା ଚାଲିଛି । ଏହି ପତିତ ଜମି ସମ୍ପର୍କରେ ଗଠିତ ରାଜସ୍ୱ ବିଭାଗର ଟାସ୍କଫୋର୍ସ ଦ୍ୱାରା ନିର୍ଦ୍ଧାରିତ ଏସଓପି ଭିତ୍ତିରେ ସମସ୍ୟାର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।  ଆଜିର ବୈଠକରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ସଚିବ ସତ୍ୟବ୍ରତ ସାହୁ, ଖୋର୍ଦ୍ଧା ଜିଲ୍ଳାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ମିଳିଥିବା ବିଭିନ୍ନ ଅଭିଯୋଗର ସମାଧାନ ନିମନ୍ତେ ସମୟବଦ୍ଧ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ସେପ୍ଟେମ୍ବର ମଧ୍ୟଭାଗରେ ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଜଟଣୀ ତହସିଲ ଅଂଚଳର ୨୧ରୁ ଅଧିକ ଗାଁ ଲୋକଙ୍କ ଜମି ରେକର୍ଡରେ ମାଲିକାନା ସତ୍ତ୍ୱ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ନାଁରେ ରହିଥିବାକୁ ନେଇ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ସେମାନଙ୍କୁ ସମସ୍ତ ପ୍ରକାରର ସରକାରୀ ସୁବିଧାରୁ ବଂଚିତ ହେବାକୁ ପଡ଼ିଛି । ରାଜ୍ୟ ସରକାରଙ୍କ ପାଖରେ ଏନେଇ ବାରମ୍ବାର ଦାବି ପରେ ରାଜ୍ୟ କ୍ୟାବିନେଟରେ ୨୦୨୨ ଜାନୁୟାରୀ ମାସରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଜମିଗୁଡ଼ିକର ମାଲିକାନା ସତ୍ତ୍ୱ ସେହି ଗାଁ ଲୋକମାନଙ୍କ ନିକଟକୁ ଫେରାଇବା ପାଇଁ ପ୍ରକ୍ରିୟାକୁ ସରଳ କରାଯାଇଥିଲା । କିନ୍ତୁ ତାହା ବାସ୍ତବପକ୍ଷେ କାର୍ଯ୍ୟକାରୀ ହୋଇପାରିନଥିଲା । ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଉକ୍ତ ଜମିଗୁଡ଼ିକର ମାଲିକାନା ସତ୍ତ୍ୱକୁ ନେଇ ବିବାଦ ଲାଗି ରହିଛି । ଏବେ ଫାଇଭ-ଟି ସଚିବଙ୍କ ହସ୍ତକ୍ଷେପ ପରେ ସେସବୁ ଜମିର ଆଇନଗତ ବିବାଦର ସମାଧାନ ହେବ ବୋଲି ଚର୍ଚ୍ଚା ହେଉଛି ।

Advertisment
Land Settlement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe