Advertisment

କୁଆଡ଼େ ଗଲେ ବିଜେଡି ନେତା ଖଗେଶ୍ୱର ଲେଙ୍କା? ଘର ବାହାରେ କଡ଼ା ପହରା

ଖଗେଶ୍ୱରଙ୍କର ପତ୍ତା ମିଳୁନଥିବା ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Raid by Differents team

Raid by Differents team

କୁଆଡ଼େ ଗଲେ ବିଜେଡି ନେତା ଖଗେଶ୍ୱର ଲେଙ୍କା? ୧୬ ଘଣ୍ଟାରୁ ଅଧିକ ସମୟ ହେବ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବିଜେଡି ନଗର ସଭାପତି ଖଗେଶ୍ୱର ଓ ତାଙ୍କ ପତ୍ନୀଙ୍କର କୌଣସି ପତ୍ତା ମିଳୁନି। ତାଙ୍କ ଘରେ ତାଲା ଝୁଲୁଛି। ଖଗେଶ୍ୱରଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ପୋଖରିଆପଡ଼ା ଘର ବାହାରେ ଗତକାଲିଠୁ ଆୟକର ବିଭାଗ, ପୁଲିସ, ନିର୍ବାଚନ ପର୍ଯ୍ୟବେକ୍ଷକ, ଫ୍ଲାଇଂ ସ୍କ୍ୱାଡ୍ ଓ ଷ୍ଟାଟିଷ୍ଟିକ୍ସ ସର୍ଭେଲାନ୍ସ ଟିମ୍ ଜଗି ରହିଛନ୍ତି।

Advertisment

ନିର୍ବାଚନରେ ଖଗେଶ୍ୱର ଟଙ୍କା ବାଣ୍ଟୁ ଥିବା ନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଆୟକର ବିଭାଗ, ପୁଲିସ, ନିର୍ବାଚନ ପର୍ଯ୍ୟବେକ୍ଷକ, ଫ୍ଲାଇଂ ସ୍କ୍ୱାଡ୍ ଓ ଷ୍ଟାଟିଷ୍ଟିକ୍ସ ସର୍ଭେଲାନ୍ସ ଟିମ୍ ଖଗେଶ୍ୱରଙ୍କୁ ପଚରାଉଚରା କରିବା ପାଇଁ ତାଙ୍କ ଘରକୁ ଆସିଥିଲେ। ହେଲେ ତାଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ।

କେନ୍ଦ୍ରୀୟ ଏଜେନସି ଖଗେଶ୍ୱରଙ୍କ ବାବଦରେ ପାଖ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଗତକାଲିଠୁ ଆୟକର ବିଭାଗ, ପୁଲିସ, ନିର୍ବାଚନ ପର୍ଯ୍ୟବେକ୍ଷକ, ଫ୍ଲାଇଂ ସ୍କ୍ୱାଡ୍ ଓ ଷ୍ଟାଟିଷ୍ଟିକ୍ସ ସର୍ଭେଲାନ୍ସ ଟିମ୍ ଖଗେଶ୍ୱରଙ୍କ ଘରକୁ ଘେରାଉ କରି ରଖିଛନ୍ତି। ଅନ୍ୟପକ୍ଷରେ ଖଗେଶ୍ୱର ଓ ତାଙ୍କ ପତ୍ନୀଙ୍କର ମୋବାଇଲ୍ ମଧ୍ୟ ବନ୍ଦ ରହିଛି। ଖଗେଶ୍ୱର ଓ ତାଙ୍କ ପତ୍ନୀଙ୍କର କୌଣସି ପତ୍ତା ମିଳିନାହିଁ।

Advertisment

ରେଡ୍ ଭୟରେ ଖଗେଶ୍ୱର ଓ ତାଙ୍କ ପରିବାର କୁଆଡେ ପଳାଇଛନ୍ତି କି? ଏହା ପଛରେ ଆଉ କିଛି କାରଣ ରହିଛି କି ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଖଗେଶ୍ୱରଙ୍କ ପତ୍ତା କରିବା ପାଇଁ ଖୋଳତାଡ଼ ଆରମ୍ଭ କରାଯାଇଛି। ତେବେ ଖଗେଶ୍ୱରଙ୍କର ପତ୍ତା ମିଳୁନଥିବା ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସୂଚନାଯୋଗ୍ୟ, ଆସନ୍ତାକାଲି କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜପୁର ସଂସଦୀୟ କ୍ଷେତ୍ରର ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ମତଦାନ ହେବ। 

Loka Sabha Election 2024 Odisha Assembly Election 2024 General Elections 2024