Advertisment

ଜେଲ୍‌ରେ ଚନ୍ଦ୍ରବାବୁ, କିନ୍ତୁ ତାଙ୍କ ଦଳ ସହ ମେଣ୍ଟ କଲେ ପବନ କଲ୍ୟାଣ

ଚନ୍ଦ୍ରବାବୁଙ୍କ ପୁଅ ଏନ ଲୋକେଶ ଓ ଶାଳକ ତଥା ବିଧାୟକ ନନ୍ଦମୁରୀ ବାଲାକ୍ରିଷ୍ଣାଙ୍କ ଉପସ୍ଥିତରେ ପବନ କଲ୍ୟାଣ ମେଣ୍ଟ କଥା ଘୋଷଣା କରି ଆନ୍ଧ୍ର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି।

Pawan Kalyan

Pawan Kalyan

Advertisment

ଅଭିନେତାରୁ ନେତା ବନିଥିବା ପବନ କଲ୍ୟାଣଙ୍କ ଦଳ ଜନ ସେନା ଆଜି ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ସହ ମେଣ୍ଟ କରିଛି। ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁ ରାଜାହମୁନ୍ଦ୍ରୀ ଜେଲରେ ରହିଥିବା ବେଳେ ତାଙ୍କ ଦଳ ସହ ପବନ କଲ୍ୟାଣ ହାତ ମିଳାଇଛନ୍ତି। ନିଜେ ପବନ କଲ୍ୟାଣ ଆଜି ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି।

Advertisment

ଚନ୍ଦ୍ରବାବୁଙ୍କ ପୁଅ ଏନ ଲୋକେଶ ଓ ଶାଳକ ତଥା ବିଧାୟକ ନନ୍ଦମୁରୀ ବାଲାକ୍ରିଷ୍ଣାଙ୍କ ଉପସ୍ଥିତରେ ପବନ କଲ୍ୟାଣ ମେଣ୍ଟ କଥା ଘୋଷଣା କରି ଆନ୍ଧ୍ର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି।

ଚନ୍ଦ୍ରବାବୁଙ୍କ ଗିରଫଦାରୀ ରାଜନୀତିକ ଆକ୍ରୋଶରୁ କରାଯାଇଛି। ଯେଉଁ ବ୍ୟକ୍ତି ଏକାଧିକ ଅପରାଧିକ ମାମଲାରେ ଛନ୍ଦି ହୋଇ ରହିଛନ୍ତି, ସେ ହିଁ ଆଉ ଜଣଙ୍କୁ ରାଜନୀତିକ ସ୍ୱାର୍ଥ ପାଇଁ ଗିରଫ କରାଇଥିବା ପବନ କହିଛନ୍ତି।

Advertisment

ସେ କହିଛନ୍ତି, “ଆଜି ମୁଁ ଗୋଟିଏ ନିଷ୍ପତ୍ତି ନେଇଛି। ଜନ ସେନା ଓ ଟିଡିପି ଏକାଠି ପରବର୍ତ୍ତୀ ନିର୍ବାଚନ ଲଢ଼ିବେ। ଏହା ଆମ ଦଳର ରାଜନୀତିକ ଭବିଷ୍ୟତ କଥା ନୁହେଁ। ଆନ୍ଧ୍ର ପ୍ରଦେଶର ଭବିଷ୍ୟତ ପାଇଁ ଏପରି ନିଷ୍ପତ୍ତି ନେଇଛି।”

ଆଜି ସକାଳେ ପବନ କଲ୍ୟାଣ ଓ ବାଲାକ୍ରିଷ୍ଣା ମିଳତ ଭାବେ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲରେ ଭେଟିଥିଲେ। ଏହାପରେ ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି।

Pawan Kalyan TDP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe