Advertisment

ହାଇଦ୍ରାବାଦ ଦଳାଚକଟା ଘଟଣା: 'ଆଇନ ଆଗରେ ସମସ୍ତେ ସମାନ' କହିଲେ ପୱନ କଲ୍ୟାଣ

ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି ଦର୍ଶାଇଛନ୍ତି ପୱନ କଲ୍ୟାଣ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ କଲେ ପ୍ରଶଂସା।

Pawan Kalyan

Pawan Kalyan

Advertisment

ହାଇଦ୍ରାବାଦ ସାନ୍ଧ୍ୟା ଥିଏଟର ଦଳାଚକଟା ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିନାହିଁ। ଏହି ପ୍ରସଙ୍ଗରେ ବିଭିନ୍ନ ରାଜନେତା ଓ ଅଭିନେତାମାନେ ନିଜ ନିଜ ପ୍ରତିକ୍ରିୟା ରଖୁଥିବାବେଳେ ଅଭିନେତାରୁ ନେତା ପାଲଟିଥିବା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ସେ ଉଚିତ ବୋଲି ଦର୍ଶାଇଛନ୍ତି, ଯାହା ଜାତୀୟ ରାଜନୀତିରେ ଆଲୋଚନାର ପ୍ରସଙ୍ଗ ପାଲଟିଛି।

Advertisment

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ପୱନ କଲ୍ୟାଣ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ କାର୍ଯ୍ୟ କରିବା ଉଚିତ। କେବଳ ସେତିକି ନୁହେଁ, ଜନସେନା ପାର୍ଟି ଅଧ୍ୟକ୍ଷ ତଥା ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ବରିଷ୍ଠ ସଦସ୍ୟ ପୱନ କଲ୍ୟାଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ପ୍ରଶଂସା କରିଛନ୍ତି। ରେବନ୍ତ ଜଣେ ମହାନ ନେତା ବୋଲି କହିଛନ୍ତି ପୱନ। ସେ ଅଲ୍ଲୁ ଅର୍ଜୁନଙ୍କୁ ମଧ୍ୟ କହିଛନ୍ତି ଯେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ସେ ପ୍ରଥମେ ଭେଟିବା ଉଚିତ୍ ଥିଲା।

ସୋମବାର ମଙ୍ଗଳାଗିରିରେ ସାମ୍ବାଦିକମାନଙ୍କ ସହ ଏକ ଅନୌପଚାରିକ ବାର୍ତ୍ତାଳାପରେ ଅଭିନେତା ତଥା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ଦଳାଚକଟା ଘଟଣା ଉପରେ ନିଜର ପ୍ରତିକ୍ରିୟା ରକିଥିଲେ। ସେ କହିଛନ୍ତି ଯେ ପୁଲିସ ଅଧିକାରୀଙ୍କ ପାଇଁ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ଜରୁରୀ ଅଟେ। ଆଇନ ସମସ୍ତଙ୍କ ପାଇଁ ସମାନ। ଏଭଳି ଘଟଣାରେ ପୁଲିସ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିଥାଏ। ତେବେ ଥିଏଟର କର୍ମଚାରୀମାନେ ଅଲୁ ଅର୍ଜୁନଙ୍କ ଆସିବା ବିଷୟରେ ଆଗରୁ ପୁଲିସକୁ ଜଣାଇବା ଉଚିତ୍ ଥିଲା। ସେମାନେ ଦାୟିତ୍ୱହୀନ ଭାବେ ବସି ପଡ଼ିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା ଏବଂ ଏହାକୁ ସମ୍ଭାଳିବା କଷ୍ଟକର ହୋଇଗଲା।

Advertisment

ବଡ଼ କଥା ହେଉଛି, ପୱନ କଲ୍ୟାଣ ହେଉଛନ୍ତି ଅଲ୍ଲୁ ଅର୍ଜୁନଙ୍କ ସମ୍ପର୍କୀୟ। ଅଲ୍ଲୁ ଅର୍ଜୁନଙ୍କ ମାଉସୀ ସୁରେଖା ଲୋକପ୍ରିୟ ଅଭିନେତା ଚିରଞ୍ଜୀବୀଙ୍କୁ ବିବାହ କରିଛନ୍ତି ଏବଂ ଚିରଞ୍ଜୀବୀ ହେଉଛନ୍ତି ପୱନ କଲ୍ୟାଣଙ୍କ ବଡ ଭାଇ। ଯେତେବେଳେ ପୱନ କଲ୍ୟାଣଙ୍କୁ ପଚରାଯାଇଥିଲା ଯେ ଏଭଳି ଘଟଣାକୁ ରୋକିବା ପାଇଁ ଅଭିନେତା କଣ କରିପାରିଥାନ୍ତେ, ସେ କହିଛନ୍ତି ଯେ ଯଦି ଅଲ୍ଲୁ ଅର୍ଜୁନ ପୀଡିତ ପରିବାରକୁ ପୂର୍ବରୁ ଭେଟିଥାନ୍ତେ, ତେବେ ଭଲ ହୋଇଥାନ୍ତା। ପୱନ କଲ୍ୟାଣ କହିଛନ୍ତି ଯେ ତାଙ୍କ ବଡ଼ ଭାଇ ଚିରଞ୍ଜୀବୀ ମଧ୍ୟ ତାଙ୍କ ଚଳଚ୍ଚିତ୍ରର ପ୍ରିମିୟରରେ ଯୋଗ ଦେଉଥିଲେ, କିନ୍ତୁ ଏଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବା ପାଇଁ ସେ ପ୍ରାୟତଃ ମାସ୍କ ପିନ୍ଧୁଥିଲେ।

କଥା ଏତିକିରେ ସରିଯାଇନି। ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ବରିଷ୍ଠ ସଦସ୍ୟ ପୱନ କଲ୍ୟାଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ରେବନ୍ତ ଜଣେ ଏପରି ନେତା, ଯିଏ ସାଧାରଣ ପୃଷ୍ଠଭୂମିରୁ ଉପରକୁ ଆସିଛନ୍ତି। ପୱନ କଲ୍ୟାଣ କହିଛନ୍ତି, "ରେବନ୍ତ ରେଡ୍ଡୀ ଜଣେ ମହାନ ନେତା। ସେ YSRC ଭଳି କାର୍ଯ୍ୟ କରନ୍ତି ନାହିଁ। ତଥାପି ଏହି ମାମଲାରେ ମୁଁ ଅଲ୍ଲୁ ଅର୍ଜୁନଙ୍କ ସହ କ’ଣ ଘଟିଛି ତାହା ଭଲ ଭାବେ ଜାଣି ନାହିଁ।"

Pawan Kalyan Allu Arjun Revanth Reddy Pushpa 2 Hyderabad Stampede Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe