Advertisment

ଆନ୍ଧ୍ର ରାଜନୀତି; ଉପମୁଖ୍ୟମନ୍ତ୍ରୀ ପଦ ମାଗିଲେ ପବନ କଲ୍ୟାଣ

ଜନସେନାର ପବନ କଲ୍ୟାଣ ନିଜ ଦଳ ପାଇଁ ପାଞ୍ଚଟି କ୍ୟାବିନେଟ ପଦବୀ ସହ ଉପମୁଖ୍ୟମନ୍ତ୍ରୀ ପଦ ମାଗିଥିବା ଚର୍ଚ୍ଚା ହେଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Pawan kalyan With Supporters

Pawan kalyan With Supporters

ଏଥର ଆନ୍ଧ୍ରରେ ଗଢିବାକୁ ଯାଉଛି ଏନଡିଏ ସରକାର। ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଦଳ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓ ଜନସେନା ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି। ଆସନ୍ତାକାଲି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବାବେଳେ ଜନସେନାର ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ପଦ ମାଗିଥିବା ଚର୍ଚ୍ଚା ହେଉଛି।

Advertisment

ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଅଭିନେତା ତଥା ରାଜନେତା ପବନ କଲ୍ୟାଣ ନିଜ ଦଳ ପାଇଁ ପାଞ୍ଚଟି କ୍ୟାବିନେଟ ପଦବୀ ସହ ଉପମୁଖ୍ୟମନ୍ତ୍ରୀ ପାଇଁ ଦାବି କରୁଛନ୍ତି। ସେପଟେ ଏନଡିଏ ବିଧାୟକମାନେ ଚନ୍ଦ୍ରବାବୁ ନାଇଡୁଙ୍କୁ ସେମାନଙ୍କ ନେତା ଭାବେ ନିର୍ବାଚିତ କରିବା ପୂର୍ବରୁ ଜନସେନାର ବିଧାୟକମାନେ ପୱନ କଲ୍ୟାଣଙ୍କୁ ଦଳର ମୁଖ୍ୟ ଭାବେ ମନୋନୀତ କରିଛନ୍ତି।

ପ୍ରକାଶ ଥାଉକି ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଏଥର ଜନସେନାର ୨୧ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ପୱନ କଲ୍ୟାଣ YSR କଂଗ୍ରେସର ପ୍ରତିଦ୍ୱନ୍ଦ୍ୱୀ ଭଙ୍ଗା ଗୀତାଙ୍କୁ ୭୦,୦୦୦ରୁ ଅଧିକ ଭୋଟରେ ପରାସ୍ତ କରି ପିଥାପୁରମ୍ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।

Advertisment

ସେପଟେ ଟିଡିପିକୁ ଏକାକୀ ୧୩୫ଟି ଆସନ ମିଳିଥିବା ବେଳେ ବିଜେପି ପାଇଛି ୮ଟି ଆସନ। ଏନଡିଏ ନେତୃତ୍ୱରେ ଏହି ତିନି ଦଳ ୧୬୪ ବିଧାନସଭା ଆସନ ସହ ସରକାର ଗଠନ କରିବାକୁ ଯାଉଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ କାର୍ଯ୍ୟକ୍ରମ ରହିଛି।

ଆନ୍ଧ୍ରପ୍ରଦେଶ ବିଧାନସଭା ଅଧିବେଶନ ୧୭ ଜୁନରୁ ଆରମ୍ଭ ହେବ। ଏହି ଦିନ ବିଧାୟକମାନେ ଶପଥ ଗ୍ରହଣ କରିବେ ଏବଂ ପରଦିନ ବାଚସ୍ପତି ନିର୍ବାଚିତ ହେବେ।

Pawan Kalyan Andhra Deputy CMi AP Politics