Advertisment

ପବନ କଲ୍ୟାଣଙ୍କୁ ନିର୍ବାଚନରେ ଟକ୍କର ଦେବେ ରାମ ଗୋପାଲ ବର୍ମା

ଗୋଟିଏ ପଟେ ସାଉଥ ସୁପରଷ୍ଟାର ତଥା ଜନ ସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ଥିବା ବେଳେ ଅନ୍ୟ ପଟେ ରହିଛନ୍ତି ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା।

Pawan

Pawan

Advertisment

ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିବ ସିନେମା ଜଗତର ୨ ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ଲଢ଼େଇ। ଗୋଟିଏ ପଟେ ସାଉଥ ସୁପରଷ୍ଟାର ତଥା ଜନ ସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ଥିବା ବେଳେ ଅନ୍ୟ ପଟେ ରହିଛନ୍ତି ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା।

Advertisment

ପବନ କଲ୍ୟାଣଙ୍କ ପାର୍ଟି ନିକଟରେ ଚନ୍ଦ୍ରବାବୁ ନାଇଡୁ ଓ ବିଜେପି ସହ ମେଣ୍ଟ କରିଛି। ୩ ଦଳ ଆନ୍ଧ୍ର ପ୍ରଦେଶରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବେ। ପବନ କଲ୍ୟାଣ ନିଜେ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ସେ ଆନ୍ଧ୍ରର ପିଥାପୁରମ ଆସନରୁ ନାମାଙ୍କନ ଭରିବେ। ଆଜି ଗୋଟିଏ ସାଧାରଣ ସଭାରେ ସେ ଏପରି ଘୋଷଣା କରିଛନ୍ତି।

ବିଜେପି-ଟିଡିପି-ଜନ ସେନା ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ନିକଟରେ ଚୂଡ଼ାନ୍ତ ହୋଇଥିଲା। ପବନ କଲ୍ୟାଣଙ୍କ ପାର୍ଟି ୧୭୫ ବିଧାନସଭା ଆସନରୁ ୨୧ଟିରେ ପ୍ରାର୍ଥୀ ଦେବ। ବିଜେପି ୧୦ଟି ଓ ଟିଡିପି ୧୪୪ ଆସନରେ ଲଢ଼ିବ।

Advertisment

ଲୋକସଭା ସହ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଆନ୍ଧ୍ରର ୨୬ଟି ଲୋକସଭା ଆସନରୁ ଟିଡିପି ୧୭, ଜନ ସେନା ୨ ଓ ବିଜେପି ୬ଟିରେ ପ୍ରାର୍ଥୀ ହେବ।

୨୦୧୪ରେ ପବନ କଲ୍ୟାଣ ଜନ ସେନା ପାର୍ଟି ଗଠନ କରିଥିଲେ। କିନ୍ତୁ ସେହି ବର୍ଷ ସାଧାରଣ ନିର୍ବାଚନ ତାଙ୍କ ଦଳ ଲଢ଼ି ନଥିଲା। ସେ ଟିଡିପି-ବିଜେପି ମେଣ୍ଟକୁ ସମର୍ଥନ କରିଥିଲେ।

୨୦୧୯ରେ ସେ ଏକାକୀ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ତାଙ୍କ ଦଳ କେବଳ ଗୋଟିଏ ବିଧାନସଭା ଆସନ ଜିତିବାକୁ ସକ୍ଷମ ହୋଇଥିଲା। ନିଜେ ପବନ କଲ୍ୟାଣ ଦୁଇଟି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ହାରିବାକୁ ପଡ଼ିଥିଲା।

ଏବେ ସେ ପୁଣି ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ସେ ପିଥାପୁରମରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ପରେ ଏହା ମଧ୍ୟକୁ ଏଣ୍ଟ୍ରୀ କରିଛନ୍ତି ରାମ ଗୋପାଲ ବର୍ମା। ସେ ପବନ କଲ୍ୟାଣଙ୍କୁ ଟକ୍କର ଦେବା ପାଇଁ ପିଥାପୁରମକୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି।

ସେ ଏକ୍ସ ଯୋଗେ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ “ହଠାତ୍‌ ନିଷ୍ପତ୍ତି ହେଲା। ଅପାଣମାନଙ୍କୁ ଖୁସର ସହ ସୂଚନା ଦେବାକୁ ଚାହୁଁଛି ଯେ ମୁଁ ପିଥାପୁରମ ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛି।”

ତେବେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ନା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ସେକଥା ସ୍ପଷ୍ଟ ହୋଇନାହିଁ। ପିଥାପୁରମରେ ଏବେ ୱାଇଏସ୍‌ଆର କଂଗ୍ରେସର ପି ଦୋରାବାବୁ ବିଧାୟକ ରହିଛନ୍ତି।

Andhra Pradesh Ram Gopal Varma Election Pawan Kalyan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe