Advertisment

କଟକ ଜିଲ୍ଲା ସଭାପତିଙ୍କ ସଙ୍ଗୀନ ଅଭିଯୋଗ: ବିଜେଡିଠୁ ଟଙ୍କା ନେଇ ଟିକେଟ୍ ବାଂଟିଛନ୍ତି ପିସିସି ପ୍ରଭାରୀ ଓ ସଭାପତି

ତ୍ରିପୁରା ଦାୟିତ୍ୱରେ ରହି ସେଠାରେ ଦଳକୁ ବୁଡ଼ାଇ ଦେଇଥିବା ଅଜୟ କୁମାର ନିର୍ବାଚନ ସମୟରେ ଭୁବନେଶ୍ୱରରେ ଜଣେ ଖଣି ମାଲିକଙ୍କ ହୋଟେଲରେ ମଉଜ କରି ଟିକେଟ୍ ଏପଟସେପଟ କରିଛନ୍ତି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

Manas choudhury

Manas choudhury

Advertisment

କଂଗ୍ରେସକୁ ପୁଣିଥରେ ପୁରୁଣା ରୋଗ ଫେରିଛି। ଚଳିତ ସାଧାରଣ ନିର୍ବାଚନରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାର ବିଜେଡିଠୁ ଟଙ୍କା ନେଇ ବାରମ୍ବାର ଦଳୀୟ ଟିକେଟ୍ ପରିବର୍ତ୍ତନ କରିଛନ୍ତି ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସଙ୍ଗୀନ ଅଭିଯୋଗ କରିଛନ୍ତି। କଂଗ୍ରେସ କାହାର ପୈତୃକ ସମ୍ପତ୍ତି ନୁହେଁ ଓ ତାଙ୍କୁ ବହିଷ୍କାର କରିବାର କ୍ଷମତା ଶରତ ପଟ୍ଟନାୟକଙ୍କର ନାହିଁ ବୋଲି ସେ କହିଛନ୍ତି।

Advertisment

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦସ୍ତଖତରେ ଆଜି ଏକ ପ୍ରେସ୍ ରିଲିଜରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ଦଳବିରୋଧୀ ଓ ବିଶୃଙ୍ଖଳା ପାଇଁ ୬ବର୍ଷ ନିମନ୍ତେ ବହିଷ୍କାର କରାଯାଇଥିବା ସୂଚନା ଦିଆଯାଇଥିଲେ। ଯାହାର ମାତ୍ର ଦୁଇଘଣ୍ଟା ପରେ ଶ୍ରୀ ଚୌଧୁରୀ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ସହ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ପିସିସି ପ୍ରଭାରୀ ଅଜୟ କୁମାର କିଭଳି ଚଳିତ ନିର୍ବାଚନରେ ବିପୁଳ ଟଙ୍କା ଉପାର୍ଜନ କରିଛନ୍ତି ସେ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଦୁଇଜଣ କଂଗ୍ରେସ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳ ଦେଇଥିବା ଟଙ୍କାକୁ ମଧ୍ୟ ହଜମ କରିଦେଇଥିବା ସେ କହିଛନ୍ତି। ବିଜେଡିଠୁ ମୋଟାଅଙ୍କର ଟଙ୍କା ନେଇ ବାରମ୍ବାର ପ୍ରାର୍ଥୀ ବଦଳାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି ଯେ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ସହ ଡିଲ୍ କରି ସମ୍ବଲପୁର ସାଂସଦ ପ୍ରାର୍ଥୀ ଦୁଲାଲ ପ୍ରଧାନଙ୍କୁ ହଟାଇ ଦେଇଥିଲେ। ସମ୍ବଲପୁର ସଂସଦୀୟ ଆସନ ପାଇଁ ଫରେଷ୍ଟ ପାର୍କ ପଛପଟେ ପ୍ରଣବପ୍ରକାଶଙ୍କୁ ଭେଟି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ୩କୋଟି ଟଙ୍କା ନେଇଥିବାର  ଶ୍ରୀ ଚୌଧୁରୀ ସଙ୍ଗୀନ ଅଭିଯୋଗ କରିଛନ୍ତି।

ସେହିପରି ତ୍ରିପୁରା ଦାୟିତ୍ୱରେ ରହି ସେଠାରେ ଦଳକୁ ବୁଡ଼ାଇ ଦେଇଥିବା ଅଜୟ କୁମାର ନିର୍ବାଚନ ସମୟରେ ଭୁବନେଶ୍ୱରରେ ଜଣେ ଖଣି ମାଲିକଙ୍କ ହୋଟେଲରେ ମଉଜ କରି ଟିକେଟ୍ ଏପଟସେପଟ କରିଛନ୍ତି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏହି ଦୁଇ ନେତାଙ୍କ ଏଭଳି କାରନାମା ସମ୍ପର୍କରେ ସେ ନିଜେ ଜୁନ୍ ୧ତାରିଖରେ କଂଗ୍ରେସ ଅଧ୍ୟକ୍ଷଙ୍କ ସମେତ ରାହୁଲ ଗାନ୍ଧି ଓ ବେଣୁଗୋପାଳଙ୍କୁ ଇ-ମେଲ୍ ମାଧ୍ୟମରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଆଉ ସେମାନଙ୍କର ଅସଲ ଚେହେରା ପଦାକୁ ଆସିଯିବାର ଭୟ ଥିବାରୁ ଆଗୁଆ ସେମାନେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତେବେ ଯେହେତୁ ସେ ଏଆଇସିସି ସଦସ୍ୟ ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦାୟିତ୍ୱ କେବଳ ଏଆଇସିସି ଶୃଙ୍ଖଳା କମିଟିର ରହିଛି। ତାଙ୍କୁ କେହି କାରଣଦର୍ଶାଅ ନୋଟିସ୍ ମଧ୍ୟ ଦେଇନାହାନ୍ତି। ତେଣୁ ସେ କଂଗ୍ରେସରେ ଥିଲେ, ରହିବେ ଆଉ ଶରତ ପଟ୍ଟନାୟକ ଓ ଅଜୟ କୁମାରଙ୍କ ଦଳ ସହ କରିଥିବା ବିଶ୍ୱାସଘାକତାକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସଠିକ୍ ଢଙ୍ଗରେ ନଲଢ଼ି ମଧ୍ୟ ସରକାରବିରୋଧୀ ହାୱା ଯୋଗୁ ବିଧାନସଭାରେ ଦଳ ନିଜର ସିଟ ସଂଖ୍ୟାକୁ ୧୪କୁ ବୃଦ୍ଧି କରିବାରେ ସକ୍ଷମ ହୋଇଛି। ଅବଶ୍ୟ ଏସବୁ ଦଳୀୟ ପ୍ରାର୍ଥୀ ନିଜ ପ୍ରଚେଷ୍ଟାରେ ବିଜୟୀ ହୋଇଥିବା ଜଣାପଡ଼ିଛି।

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe