Advertisment

ଅରାଜକତା ଜଳଜଳ, ହିଂସାରେ ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି । ଏପରିକି କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ହିଂସାରୁ ବର୍ତ୍ତି ପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ଶେଷ ହୋଇଛି । ଗଣମାଧ୍ୟମ ଓ ନିର୍ବାଚନ ହୋଇଥିବା ଜିଲ୍ଲା ମାନଙ୍କରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ […]

ଅରାଜକତା ଜଳଜଳ, ହିଂସାରେ ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: କଂଗ୍ରେସ

Niranjan Patnaik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି । ଏପରିକି କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ହିଂସାରୁ ବର୍ତ୍ତି ପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Advertisment

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ଶେଷ ହୋଇଛି । ଗଣମାଧ୍ୟମ ଓ ନିର୍ବାଚନ ହୋଇଥିବା ଜିଲ୍ଲା ମାନଙ୍କରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବହୁ ସ୍ଥାନରେ ବୁଥ ଜବରଦଖଲ, ହିଂସା, ନିର୍ମମ ଭାବେ ମାରପିଟ ହୋଇଥିବା ନଜରକୁ ଆସିଛି ।

ଖାଲି ସେତିକି ନୁହେଁ କର୍ତ୍ତବ୍ୟରତ ନ୍ୟୁଜ-୧୮ର ସାମ୍ବାଦିକ ସୁମନ୍ତ ସୁନ୍ଦରାୟ ଓ କ୍ୟାମେରାମ୍ୟାନ ଚେତନ ସ୍ୱାଇଁଙ୍କୁ ଏବଂ ନ୍ୟୁଜ-୭ର ସାମ୍ବାଦିକ ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରାଯାଇ ତାଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ କରିଛନ୍ତି ।ଯାହାକୁ ସେ ଦୃଢ଼ ନିନ୍ଦା କରୁଛନ୍ତି ।ରାଜ୍ୟରେ ଅବାଧ ଓ ଶାନ୍ତିଶୃଙ୍ଖଳାରେ ପଂଚାୟତ ନିର୍ବାଚନ ସମ୍ପନ୍ନ କରାଯିବ ବୋଲି ରାଜ୍ୟ ସରକାର ପୁର୍ବରୁ ଯେଉଁ ବାହାସ୍ଫୋଟ ମାରୁଥିଲେ, ତାହା ଆଜି ମିଛ ପ୍ରମାଣିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Advertisment

ପଂଚାୟତ ନିର୍ବାଚନରେ ଯେଉଁଭଳି ହିଂସା ହୋଇଛି ସେଥିରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କେଉଁ ସ୍ତରକୁ ଖସିଯାଇଛି ତାହା ସ୍ପଷ୍ଟ ଜଣାପଡ଼ୁଛି । ଅନେକ ସ୍ଥାନରେ ଶାସକ ଦଳର ପ୍ରାର୍ଥିଙ୍କ ଜିତିବା ସୁନିଶ୍ଚିତ କରିବା ପାଇଁ ସାଧାରଣ ଭୋଟରଙ୍କୁ ଧମକ ଏବଂ ଭୟଭୀତ କରାଇ ଭୋଟ ଗ୍ରହଣ କେନ୍ଦ୍ରକୁ ନ ଆସିବା ପାଇଁ ଗାଁ ଗାଁ ବୁଲି ବାରଣ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ରାଜ୍ୟ ସରକାରଙ୍କର ଏପରି ଆଚରଣ ଓ ଉଚ୍ଚାରଣରେ ସେ ବ୍ୟଥିତ ହେବା ସହ ଗଣତାନ୍ତ୍ରିକ ବ୍ୟବସ୍ଥା କେଉଁ ଆଡ଼କୁ ଗତି କରୁଛି ବୋଲି ପ୍ରଶ୍ନ କରିଛନ୍ତି । ଖୋଦ୍ ଶାସକ ଦଳର ପ୍ରାର୍ଥୀମାନଙ୍କ ଦ୍ୱାରା ତୃଣମୁଳ ସ୍ତରରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଆଉ ଶାସକ ବିଜେଡି ଏହାକୁ ପ୍ରୋତ୍ସାହିତ କରୁଛି ।

ସମ୍ବିଧାନରେ ‘ଅହିଂସା’ ଶବ୍ଦ ଯୋଡ଼ିବା ପାଇଁ ଦାବି କରୁଥିବା ରାଜନୀତିକ ଦଳ ନିଜେ ପଂଚାୟତ ନିର୍ବାଚନରେ ଲୋକମାନଙ୍କୁ ଆକ୍ରମଣ କରିବା, ସାମ୍ବାଦିକଙ୍କୁ ଲହୁଲୁହାଣ କରିବା, ଭୋଟରଙ୍କୁ ଧମକେଇବା ଆଦି କେଉଁ ଅହିଂସା ନୀତିରେ ଅନୁପ୍ରାଣିତ ବୋଲି ସେ କଟାକ୍ଷ କରିଛନ୍ତି? ରାଜ୍ୟ ପୋଲିସ ପ୍ରଶାସନ ସରକାରୀ ଦଳର କର୍ମୀ ହିସାବରେ ବିଭିନ୍ନ ଅଂଚଳରେ ପୁଲିସ ଗାଡ଼ିରେ ଟଙ୍କା ବାଂଟିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହିଭଳି ଅରାଜକତା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରି ସରକାର ଦୃଷ୍ଟାନ୍ତମୂଳକ ଦଣ୍ଡ ଦେଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟ ଗୁଡ଼ିକ କିପରି ସ୍ୱଚ୍ଛ, ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe