Advertisment

ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ପିଡିପିର ମୁଖ୍ୟ ମୁଖପାତ୍ର

ବୁଖାରୀ ପିଡିପି ଛାଡ଼ିଥିବା ପିଟିଆକୁ କହିଥିଲେ ହେଁ ଏହାର କାରଣ ସମ୍ପର୍କରେ ଖୁଲାସା କରି ନାହାନ୍ତି।

PDP

PDP

Advertisment

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ପିଡିପିକୁ ଲାଗିଛି ଜବରଦସ୍ତ ଝଟକା। ଦଳର ମୁଖ୍ୟ ମୁଖପାତ୍ର ସୁହେଲ ବୁଖାରୀ ଆଜି ପିଡିପିକୁ ବାଏବାଏ କହିଛନ୍ତି। ବୁଖାରୀ ପିଡିପି ଛାଡ଼ିଥିବା ପିଟିଆକୁ କହିଥିଲେ ହେଁ ଏହାର କାରଣ ସମ୍ପର୍କରେ ଖୁଲାସା କରି ନାହାନ୍ତି।

Advertisment

ତଥାପି ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଦଳ ମୁଖ୍ୟ ମୁଖପାତ୍ର ହିସାବରେ ସେ ସାମ୍ନାରେ ପକ୍ଷ ରଖୁଥିଲେ ହେଁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିବ ନାହିଁ ବୋଲି ପିଡିପି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସେ ମେହବୁବା ମୁଫତିଙ୍କ ପିଡିପି ସହ ସବୁ ପ୍ରକାରର ସମ୍ପର୍କକୁ ଛିନ୍ନ କରି ଦେଇଛନ୍ତି।

ବୁଖାରୀ ଆଗକୁ ହେବାକୁ ଥିବା ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ବେଳେ ୱାଗୋରା-କ୍ରେରି ଆସନରୁ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଗତମାସରେ ପୂର୍ବତନ ମନ୍ତ୍ରୀ ବଶରାତ ବୁଖାରୀ ପିଡିପିକୁ ଫେରିବାରୁ ସେ ଏଠାରୁ ନିର୍ବାଚନ ଲଢ଼ିବା ସ୍ପଷ୍ଟ ହୋଇଥିଲା। ତେଣୁ ସୁହେଲ ବୁଖାରୀ ଦଳ ଛାଡ଼ିଥିବା କୁହାଯାଉଛି।

Advertisment

ସାମ୍ବାଦିକରୁ ରାଜନେତା ବନିଥିବା ସୁହେଲ ବୁଖାରୀ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। ମେହବୁବା ମୁଖ୍ୟମନ୍ତ୍ରୀ ଥିବା ବେଳେ ବୁଖାରୀ ତାଙ୍କର ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

PDP Mehbooba Mufti Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe