Advertisment

ପାଣ୍ଡିଆନଙ୍କ ସଭାକୁ ଯିବାକୁ ଟଙ୍କା ବାଣ୍ଟିଲେ ପିଇଓ!; ଆସୁନାହାନ୍ତି କି ଲୋକ?

ଗତ ଅଗଷ୍ଟ ୩୧ରେ 5T  ସଚିବଙ୍କର ଯାଜପୁର ଜିଲ୍ଲାରେ ଦୁଇଟି କାର୍ଯ୍ୟକ୍ରମ ଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Jajpur

Jajpur

5T ସଚିବ ଭି.କେ. ପାଣ୍ଡିଆନଙ୍କ ସଭାକୁ ଯିବା ପାଇଁ ଲୋକଙ୍କୁ ଟଙ୍କା  ଦେଉଛନ୍ତି ପିଇଓ। ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପର୍କୀତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଗତ ଅଗଷ୍ଟ ୩୧ରେ 5T ସଚିବଙ୍କର ଯାଜପୁର ଜିଲ୍ଲାରେ ଦୁଇଟି କାର୍ଯ୍ୟକ୍ରମ ଥିଲା। ଗୋଟିଏ କାର୍ଯ୍ୟକ୍ରମ ଯାଜପୁର ସଦର ମହକୁମାରେ ଥିବା ବେଳେ ଅନ୍ୟଟି ବିଝାଂରପୁରରେ ଥିଲା। ବିଝାଂରପୁର ସଭାକୁ ଯିବା ଲାଗି ମାଁସଡ଼ା ପଂଚାୟତ ନିର୍ବାହୀ ଅଧିକାରୀ ଗୋପାଳ ମହାନ୍ତି ଦଶରଥପୁର ବ୍ଲକ ମଲ୍ଲିକାପୁରଠାରେ ଲୋକଙ୍କୁ ଅଟାକାଇ ଟଙ୍କା ଦେଉଥିଲେ। କାହାକୁ ୨୦୦ ଟଙ୍କା ଆଉ ୩୦୦ ଓ ୫୦୦ ଟଙ୍କା। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

5T ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ତାଙ୍କର ଏହି ସଭାକୁ ସଫଳ କରିବାକୁ ନେତା, ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଲାଗିପଡୁଛନ୍ତି। ସେହିପରି ପିଇଓ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। 5T ସଚିବ ସଚିବଙ୍କ ସଭାରେ ଲୋକମାନେ କିପରି ଅଧିକ ସଂଖ୍ୟାରେ ଯୋଗ ଦେବେ ଏଥିପାଇଁ ସେ ଟଙ୍କା ବାଣ୍ଟୁଥିବା ଭିଡିଓରୁ ଜଣାପଡ଼ୁଛି।

Advertisment

ତେବେ ସଂପୃକ୍ତ ପିଇଓ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସେହି ସମୟରେ ପିଇଓ ସଂଘର ଷ୍ଟ୍ରାଇକ ଥିଲା। ମୁଁ ଛୁଟିରେ ଥିଲି।

ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଗୋଟିଏ କଥା କହୁଥିବା ବେଳେ ପିଇଓ ଅଲଗା ପ୍ରତିକ୍ରିୟା ଦେଉଛନ୍ତି। ପିଇଓ ଆତ୍ମରକ୍ଷା କରିବା ପାଇଁ ଏପରି କହୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ 5T ସଚିବଙ୍କ ସଭାକୁ  ଅଧିକ ଲୋକ ଆସୁନଥିବାରୁ ପିଇଓ ଟଙ୍କା ଦେଇ ରାଜନୀତିକ ନେତାଙ୍କ ପରି ପାଣ୍ଡିଆନଙ୍କ ସଭାକୁ ଲୋକଙ୍କୁ ଆଣୁଥିବା ଭାଇରାଲ ଭିଡିଓରୁ ଜଣାପଡ଼ୁଛି।

Jajpur