parikrama prakalpa puri
ପରିକ୍ରମା ପରିଦର୍ଶନକୁ ନେଇ ସାଙ୍ଗାତିକ ଅଭିଯୋଗ, ସରକାରୀ ଟଙ୍କାରେ ଦଳୀୟ ଭିତ୍ତିରେ ପୁରୀକୁ ବୁହା ହେଉଛନ୍ତି ଲୋକେ। ବଞ୍ଚିତ ହେଉଛନ୍ତି ସାଧାରଣ ଭକ୍ତ! ଅର୍ପଣ ରଥ, ଗୁଆ ଚାଉଳ ପରେ ପଞ୍ଚାୟତରୁ ପୁରୀକୁ ଲୋକଙ୍କୁ ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ନେଇ ସାଧାରଣରେ ତେଜିଲାଣି ଅସନ୍ତୋଷ। ରାଜ୍ୟ ତମାମ ଲୋଙ୍କକୁ ପରିକ୍ରମା ବୁଲାଇବା କାର୍ଯ୍ୟକ୍ରମର ଆଜି ପ୍ରଥମ ଦିନରେ ପୁରୀରେ ପହଞ୍ଚିଥିଲେ ଗଞ୍ଜାମ, ବାଲେଶ୍ୱର, ମୟୁରଭଞ୍ଜ, କଟକ ଓ କେନ୍ଦ୍ରାପଡ଼ାର ଲୋକମାନେ। ମାଗଣାରେ ବସ୍ ଯୋଗେ ପୁରୀ ନେଇ ପରିକ୍ରମା ପ୍ରକଳ୍ପ ବୁଲାଇବା ସହ ଜଗା ଦର୍ଶନ ବ୍ୟବସ୍ଥା କରିଥିଲା ପ୍ରଶାସନ।
ଏହା ସହ ଫେରିବା ସମୟରେ ଖଜା ଏବଂ ନିର୍ମାଲ୍ୟ ମଧ୍ୟ ଦେଇଛନ୍ତି। ହେଲେ ଏପଟେ ତେଜିଛି ଅସନ୍ତୋଷ। ଆଜି ସାମିଲ ହୋଇଥିବା ୫ ଜିଲ୍ଲାରୁ ଆସିଛି ସାଂଘାତିକ ଅଭିଯୋଗ। ଦଳୀୟ ଭିତ୍ତିରେ ବାଛି ବାଛି କର୍ମୀଙ୍କୁ ପୁରୀ ନିଆଯାଉଛି। ହେଲେ ଗରିବ, ଅସହାୟଙ୍କୁ ଏନେଇ ସୂଚନା ବି ମିଳୁ ନାହିଁ। ଅନେକ ଲୋକ ନିଜ ଆଡୁ ଏ ସଂପର୍କରେ ପଚାରିଥିଲେ ମଧ୍ୟ ଜନ ପ୍ରତିନିଧି କିମ୍ବା ନୋଡେଲ ଅଫିସର ସୂଚନା ଦେଉ ନଥିବା ଅଭିଯୋଗ ଆସିଛି।
ଏପଟେ ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ପ୍ରସାର ଅଭିଯୋଗକୁ ନେଇ ତେଜିଛି ରାଜନୀତି। ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ପାଇଁ ୧୫୬ କୋଟି ଖର୍ଚ୍ଚ କରିବାକୁ ଯେଉଁ ନିଷ୍ପତ୍ତି ହୋଇଥିଲା। ସେଥିରୁ ୨୦ କୋଟି ଟଙ୍କା କେବଳ ଲୋକ ନେବା ଆଣିବା ପାଇଁ ଖର୍ଚ୍ଚ ହେବ। ପ୍ରତିଦିନ ପ୍ରାୟ ୧୦ ହଜାର ଲୋକଙ୍କୁ ପୁରୀ ନେଇ ପରିକ୍ରମା ପ୍ରକଳ୍ପ ବୁଲାଯିବ। ଯାହାକି ଆସନ୍ତା ୨୨ ତାରିଖ ଯାଏଁ ଚାଲିବ। ବିଜେପି କହିଛି ଭୋଟ ବ୍ୟାଙ୍କ ବଢାଇବାକୁ ସରକାରୀ ଟଙ୍କାରେ ଦଳୀୟ କର୍ମୀଙ୍କୁ ପୁରୀ ବୁଲାଉଛନ୍ତି ସରକାର। କଂଗ୍ରେସ ମଧ୍ୟ କହିଛି ପରିକ୍ରମା ପ୍ରକଳ୍ପ ଅନିୟମିତତା ଲୁଚାଇବାକୁ ସରକାରଙ୍କ ଏହା ଭାଣ୍ଡାମୀ। ତେବେ କାର୍ଯ୍ୟକ୍ରମ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ସଫେଇ ଦେଇଛି ବିଜେଡି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us