Advertisment

ନରସିଂହଙ୍କ ଘରକୁ ଯାଇ ମହାପ୍ରସାଦ ଦେଲେ କଳିକେଶ, ଲୋକେ ଆଶ୍ଚର୍ଯ୍ୟ

ରାଜନୀତିରେ ନରସିଂହ ଏବଂ ସିଂହଦେଓ ପରିବାର ହେଉଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। କୌଣସି ଗୋଟିଏ ପ୍ରସଙ୍ଗରେ ବି ସେମାନେ ଏକମତ ହୁଅନ୍ତି ନାହିଁ।

Kalikesh

Kalikesh

Advertisment

ରାଜନୀତିରେ ରୋଚକ ଦୃଶ୍ୟ। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ଘରେ ମହାପ୍ରସାଦ ଦେଲେ ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ। ଗତକାଲି ବଲାଙ୍ଗିର ସହରରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ।

Advertisment

କୀର୍ତ୍ତନ ଦଳ ସହ ବିଜେଡି ନେତା ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ପହଞ୍ଚିଥିଲେ ନରସିଂହ ମିଶ୍ରଙ୍କ ଘରେ। ସାଙ୍ଗରେ ଆଣିଥିବା ମହାପ୍ରସାଦକୁ ସେ ନରସିଂହ ମିଶ୍ରଙ୍କ ଧର୍ମପତ୍ନୀଙ୍କୁ ଦେବା ସହ ତାଙ୍କ ଆଶୀର୍ବାଦ ନେଇଥିଲେ। ଏଥିସହ ନରସିଂହଙ୍କ ବଡ଼ ପୁଅଙ୍କୁ ମଧ୍ୟ ମହାପ୍ରସାଦ ଦେଇଥିଲେ କଳିକେଶ ନାରାୟଣ ସିଂହଦେଓ।

ଅବଶ୍ୟ କଳିକେଶ କେବଳ ନରସିଂହ ମିଶ୍ରଙ୍କ ଘରକୁ ଯାଇ ନଥିଲେ। ସେ ବଲାଙ୍ଗିର ସହରରେ ବୁଲି ବୁଲି ଜଗନ୍ନାଥଙ୍କ ମହାପ୍ରସାଦ ବାଣ୍ଟୁଥିଲେ। ସେ କହିଥିଲେ, ଶ୍ରୀମନ୍ଦିର ପ୍ରକଳ୍ପ ରଥ ବୁଲିବା ବେଳେ ବଲାଙ୍ଗିରବାସୀ ଚାଉଳ ଓ ଗୁଆ ଦେଇଥିଲେ। ସେଥିପାଇଁ ଆମେ ମହାପ୍ରଭୁଙ୍କ ଖଜା ଭୋଗ ଆଣି ଲୋକଙ୍କୁ ଦେବାକୁ ଚିନ୍ତା କରିଥିଲୁ।

Advertisment

ତେବେ ନରସିଂହ ମିଶ୍ରଙ୍କ ଘରକୁ ସେ ଯିବା କଥା ସମସ୍ତଙ୍କୁ ଚକିତ କରିଛି। ରାଜନୀତିରେ ନରସିଂହ ଏବଂ ସିଂହଦେଓ ପରିବାର ହେଉଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ସେମାନେ ପରସ୍ପରଙ୍କ ରାଜନୀତିକ ଶତ୍ରୁ କହିଲେ ବି ଭୁଲ୍ ହେବ ନାହିଁ। ସେମାନଙ୍କ ମଧ୍ୟରେ ବାକଯୁଦ୍ଧ ଲାଗି ରହିଥାଏ। କୌଣସି ଗୋଟିଏ ପ୍ରସଙ୍ଗରେ ବି ସେମାନେ ଏକମତ ହୁଅନ୍ତି ନାହିଁ। ସେମାନଙ୍କ ରାଜନୀତିକ ଶତ୍ରୁତା ଏତେ ତୀବ୍ର ଯେ ପରସ୍ପରଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବାକୁ ପଛାନ୍ତି ନାହିଁ। ଯେତେବେଳେ ନରସିଂହ ମିଶ୍ରଙ୍କ ବ୍ୟବସାୟକୁ ନେଇ କଳିକେଶ ଆକ୍ଷେପ କରନ୍ତି ସେତେବେଳେ ନରସିଂହଙ୍କ ପୁଅ କଳିକେଶଙ୍କ ପରିବାରର ଅପାରଗତାକୁ ନେଇ ମଧ୍ୟ ଆକ୍ଷେପ କରନ୍ତି। ଏଭଳି ସ୍ଥିତିରେ ଗତକାଲି ଯେତେବେଳେ କଳିକେଶ ମହାପ୍ରସାଦ ଧରି ନରସିଂହ ମିଶ୍ରଙ୍କ ଘରକୁ ଯାଇଥିଲେ ବଲାଙ୍ଗିରରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ବୁଲିଲା ବେଳେ ଏହାକୁ ନେଇ ବିଧାୟକ ନରସିଂହ ମିଶ୍ର ତୀବ୍ର ସମାଲୋଚନା କରିଥିବା ବେଳେ କଳିକେଶ ତାଙ୍କ ଘରକୁ ଯାଇ ମହାପ୍ରସାଦ ଦେବା ଏକ ପଲିଟିକାଲ ଷ୍ଟଣ୍ଟ ବୋଲି କୁହାଯାଉଛି।

BjD Congress Narasingha Mishra Kalikesh Singhdeo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe