Advertisment

ଦୁଇ ବୁଥ୍‌ର ପୋଲିଂ କର୍ମଚାରୀ ଅଟକ, ଘେରି ରହିଛନ୍ତି ଲୋକେ

ମତଦାନ ପାଇଁ ଉଦ୍ଦିଷ୍ଟ ସମୟ ଶେଷ ହେବା ପରେ କିଛି ଲୋକଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯାଇଥିବା ଅଭିଯୋଗ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି।

author-image
Jitendra Garnayak
People

People

ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖା ଦେଇଛି। କେଉଁଠି ଲୋକେ ବୁଥ୍‌ରେ ଉପସ୍ଥିତ ଥାଇ ଭୋଟ୍ ଦାନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଆଉ କେଉଁଠି ବୁଥ୍ ରିଗିଂ ଅଭିଯୋଗ ହୋଇଛି। କେଉଁଠି ପ୍ରାର୍ଥୀ ବୁଥ୍ ଭିତରକୁ ଯାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଥିବା ବେଳେ ଆଉ କେଉଁଠି ପ୍ରିଜାଇଡିଂ ଅଫିସର ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ୍ ଦେବା ପାଇଁ ଭୋଟରଙ୍କୁ କହୁଥିବା ଅଭିଯୋଗ ଆସିଛି।

Advertisment

ଏମିତି ଏକ ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ସରଗାଡ ଗାଁ ପ୍ରାଥମିକ ସ୍କୁଲର ୧୩୧ ଓ ୧୩୨ ନମ୍ବର ବୁଥ୍‌ରେ ଦେଖିବାକୁ ମିଳିଛି। ମତଦାନ ପାଇଁ ଉଦ୍ଦିଷ୍ଟ ସମୟ ଶେଷ ହେବା ପରେ କିଛି ଲୋକଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯାଇଥିବା ଅଭିଯୋଗ ହେବା ପରେ ଏଠାରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକେ ୧୩୧ ଓ ୧୩୨ ନମ୍ବର ବୁଥ୍‌ର ପୋଲିଂ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ।

ସେହିପରି ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ଦର୍ଲିପାଳି ଲୋଚନ ହାଇସ୍କୁଲର ବୁଥ ନମ୍ୱର ୧୪୯ରେ ପୋଲିଂ କର୍ମଚାରୀମାନଙ୍କୁ ଗାଁ ଲୋକେ ତାଲା ପକାଇ ଦେଇଛନ୍ତି। ୪ ଜଣ ଭୋଟର ବୁଥ୍ ମଧ୍ୟରେ ଉପସ୍ଥିତ ଥିବା ସତ୍ତ୍ୱେ ସେମାନଙ୍କୁ ପୋଲିଂ କର୍ମଚାରୀମାନେ ଭୋଟ୍ ଦେବାକୁ ଅନୁମତି ଦେଇ ନଥିଲେ। ଏହା ପରେ ଉତ୍ତେଜନା ଦେଖା ଦେଇଥିଲା। ଗ୍ରାମବାସୀ ପହଞ୍ଚି ସ୍କୁଲ୍‌ ଗେଟ୍‌ରେ ତାଲା ପକାଇ ଦେଇଥିଲେ।

Advertisment
2024 General Election Loka Sabha Election 2024 Odisha Assembly Election 2024