ଯୋଗାଣ ମନ୍ତ୍ରୀ କହିଥିଲେ ଯେ ଆଳୁ ସଙ୍କଟକୁ ଗୋଟିଏ ଚୁଟ୍କିରେ ଦୂର କରି ଦେବୁ। କେବେ କହିଲେ ଉତ୍ତର ପ୍ରଦେଶରୁ ଆଳୁ ଆସୁଛି ତ ଆଉ କେତେବେଳେ କହିଲେ ପଞ୍ଜାବରୁ ଆଳୁ ଆସୁଛି। କେଉଁ ଦିନ କହିଦେବେ ଯେ ଆମେରିକାରୁ ଆଳୁ ଆସିବ। ଚାରି ମାସ ପରେ ପୁଣି ରାଜ୍ୟରେ ଆଳୁ ସଙ୍କଟ ଦେଖାଯାଇଛି। ତା’ ସହିତ ଏ ସରକାରର ଅପାରଗତା ପଦାରେ ପଡ଼ିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ।