Advertisment

‘ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ’

ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ।

author-image
Tapaswini Nayak
ଅଦ୍ୟତନ ହୋଇଛି
Minister

Minister

ବନ୍ଦରୀ ନଗର ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ। ପାରାଦୀପର ଆୟୋଜିତ ରାବଣ ପୋଡ଼ି ଉତ୍ସବରେ ନାଁ ନ ନେଇ ଶ୍ରମିକ ନେତା ତଥା ବିଜେଡିର ଜଣେ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ।

Advertisment

ସେ କହିଛନ୍ତି, ପାରାଦୀପରେ ରାବଣ କିଏ ? ଏଠାକାର ଲୋକେ ଜାଣିଛନ୍ତି। ‘ମୁନ୍ନା ପତି ଓ ମହେନ୍ଦ୍ର ସ୍ୱାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟକୃତ ରାବଣ ଏଠି ବୁଲୁଛନ୍ତି। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ। ପାରାଦୀପବାସୀଙ୍କ ପାଖରେ ମୁଁ ଏହି  ସଂକଳ୍ପ କରୁଛି। 

ସେହିପରି ପୂର୍ବତନ ବିଧାୟକ ତଥା ବିଜେଡି  ନେତା ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି, ଦାମ ବାବୁ ଜଣେ ସ୍ୱାଭିମାନୀ ନେତା ଥିଲେ। ଦାମ ବାବୁ ତାଙ୍କ ରାଜନୈତିକ କାଳ ମଧ୍ୟରେ ଯେଉଁମାନେ ପାରାଦୀପରେ ହତ୍ୟାକାଣ୍ଡ ଘଟାଇଛନ୍ତି, ସେମାନଙ୍କୁ ଦୀର୍ଘ ଦିନ ଧରି ପାଖ ପୂରାଇ ଦେଉନଥିଲେ। କିନ୍ତ ବର୍ତ୍ତମାନ ତାଙ୍କ ପୁଅ ସମ୍ବିତ ରାଉତରାୟ ସେମାନଙ୍କୁ ସାଙ୍ଗରେ ଧରି ବୁଲୁଛନ୍ତି। ତାଙ୍କ ସହିତ ମିଶିକି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି। ସମ୍ବିତ ରାଉତରାୟ ନିଜକୁ ଯେତେବେଳେ ଅସହାୟ ମଣୁଛନ୍ତି ,ସେତେବେଳେ ଏଭଳି ଲୋକଙ୍କୁ ସାଙ୍ଗରେ ଧରି ବୁଲୁଛନ୍ତି। ଏସବୁ ଦେଖି ଦାମ ବାବୁଙ୍କ ଆତ୍ମା କାନ୍ଦୁଥିବ। କେବେ ଦାମ ବାବୁଙ୍କ ଆତ୍ମା ଶାନ୍ତି ପାଇନଥିବ।

Advertisment

ମନ୍ତ୍ରୀ ଆହୁରି କହିଛନ୍ତି, ସରକାର ପରିବର୍ତ୍ତନ ହୋଇଛି। ଆମ ସରକାର ଯେତେବେଳେ ଲୋକଙ୍କ ପାଇଁ କାମ କରୁଛି, ସେତେବେଳେ ମନୃଷ୍ୟକୃତ ରାବଣମାନେ ପୋଡ଼ାଜଳା କରୁଛନ୍ତି। ବିଶେଷକରି ପାରାଦୀପରେ ଯେଉଁ ମନୁଷ୍ୟକୃତ ରାବଣମାନେ ଅଛନ୍ତି, ସେମାନେ ଲୋକଙ୍କୁ ହତ୍ୟା କରିଛନ୍ତି ଓ  ବିଭିନ୍ନ ସମୟରେ ଲୋକମାନଙ୍କୁ ଠକିଛନ୍ତି, ଶ୍ରମିକ ମୃତ୍ୟୁକୁ ନେଇ ରାଜନୀତି କରୁଛନ୍ତି। ସେସବୁକୁ ବନ୍ଦ କରିବାରୁ ସେମାନେ ପୋଡାଜଳା କରୁଛନ୍ତି।  ଆଗାମୀ ଦିନରେ ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ।

BjD Bjp Bjp Miniser