Advertisment

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି: ପ୍ରଧାନମନ୍ତ୍ରୀ ମୋଦି

'ବିଜେପି ସରକାର ଆସିବା କ୍ଷଣି ରତ୍ନ ଭଣ୍ଡାର ଚାବିର ରାଜ୍ ଖୋଲିବ। ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ। ଯଦି କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ।'

author-image
Manoj Swain
ଅଦ୍ୟତନ ହୋଇଛି

‘ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ଓଡ଼ିଶାରୁ ତାମିଲନାଡୁ ପଠାଉଥିବା ଲୋକଙ୍କୁ କେବେ ବି କ୍ଷମା କରିବେ ନାହିଁ ରାଜ୍ୟବାସୀ। ବିଜେପି ସରକାର ଆସିବା କ୍ଷଣି ରତ୍ନ ଭଣ୍ଡାର ଚାବିର ରାଜ୍ ଖୋଲିବ। ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ। ଯଦି କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ।’ ଆଜି ଅନୁଗୋଳ ଓ କଟକରେ ନିଜ ନିର୍ବାଚନୀ ସଭାରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଉଠାଇ ଏପରି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Advertisment
Odisha Bjp PM Modi