Advertisment

ବେଦାନ୍ତ ନେଇଥିବା ଜମି ଲୋକଙ୍କୁ ଫେରାଯିବ

ଫେରି ପାଉଥିବା ଜମିକୁ ସଂପୃକ୍ତ ଲୋକଙ୍କ ନାଁରେ ପଞ୍ଜୀକୃତ କରାଯିବ। ଜମି ପାଇଁ ଲୋକମାନେ ପାଇଥିବା କ୍ଷତିପୂରଣ ସରକାରଙ୍କୁ ଫେରାଇବେ।

ଅଦ୍ୟତନ ହୋଇଛି
Suresh Pujari

Suresh Pujari

Advertisment

ବେଦାନ୍ତ ଜମି କ୍ଷତିଗ୍ରସ୍ତଙ୍କୁ ବଡ଼ ଆଶ୍ୱସ୍ତି। କ୍ଷତିଗ୍ରସ୍ତଙ୍କ ପାଖକୁ ଫେରିବ ଜମି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ଉପକୃତ
ହେବେ ଜମି ହରାଇଥିବା ପ୍ରାୟ ୬ ହଜାର ଚାଷୀ। ବିଜେଡି ସରକାର ସମୟରେ ୨୦୦୬ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ୨୨ଟି ଗାଁର ଜମି ସହ ସରକାରୀ ଜମି ଦିଆଯିବାକୁ ଚୁକ୍ତି ହୋଇଥିଲା। ତେବେ ବାସଚ୍ୟୁତ ହୋଇଥିବା ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ୨୦୧୦ରେ ହାଇକୋର୍ଟ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ।ତେବେବେଦାନ୍ତ ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲା। କିନ୍ତୁ ୨୦୨୩ରେ ସୁପ୍ରିମକୋର୍ଟ, ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଲୋକଙ୍କୁ ଜମି ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଅବସରରେ ରାଜସ୍ବ ମନ୍ତ୍ରୀ ପୂର୍ବ ନବୀନ ସରକାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପୂର୍ବ ବିଜେଡି ସରକାରର ଏହା ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଥିଲା।

Advertisment

ବେଦାନ୍ତ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ନବୀନ ସରକାର ପ୍ରାୟ ୧୦ ହଜାର ଏକର ଜମି ଅଧିଗ୍ରହଣ କରିଥିଲେ। ଏବେ ଏହି ଜମି ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ମୋହନ ସରକାର। ଦିନେ ଦୁଇଦିନ ଭିତରେ ପ୍ରକ୍ରିୟା ଶେଷ ହୋଇ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ଜମି ଫେରା ଯିବ। ତେବେ କ୍ଷତି ପୂରଣ ପାଇଥିବା ଅଧିବାସୀଙ୍କୁ କ୍ଷତିପୂରଣ ରାଶି ଫେରାଇବାକୁ ପଡ଼ିବ। ଏହାପରେ ସେମାନଙ୍କ ଜମି ଫେରାଯିବ। ସେହିପରି ଲିଜ୍ ଜମିକୁ ରାଜ୍ୟ ସରକାର ନିଜ ପାଖକୁ ଆଣିବେ। ଏହି ଖବର ପାଇବା ପରେ ଜମି ହରାଇଥିବା କ୍ଷତିଗ୍ରସ୍ତ ଯଦିଓ ଖୁସି ପ୍ରକାଶ କରିଛନ୍ତି, ତେବେ କ୍ଷତି ପୂରଣ ବାବଦକୁ ମିଳିଥିବା ଅର୍ଥକୁ କିପରି ଏତେବର୍ଷ ପରେ ଫେରାଇବେ ତାକୁ ନେଇ ଚିନ୍ତା ପ୍ରକଟ କଲେଣି। ସେହିପରି ବେଦାନ୍ତ ବିସ୍ଥାପିତ ସଂଘର୍ଷ ସମିତି କହିଛି, କ୍ଷତିପୂରଣ ରାଶି ଛାଡ୍ କରାଯାଇ କ୍ଷତିଗ୍ରସ୍ତକୁ ସେମାନଙ୍କ ଜମି ଫେରାଯାଉ। ତାସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏହି ଡିଲ୍ରେ ସଂପୃକ୍ତ ଅନ୍ୟ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ।

Vedanta University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe