minister visit
ବିଭିନ୍ନ ସମସ୍ୟାକୁ ନେଇ ଲୋକେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ମନ୍ତ୍ରୀ ଏକା ଗଲେନି। ମେୟର, କମିଶନର ଓ ସିଟି ଇଞ୍ଜିନିୟରଙ୍କୁ ସାଥିରେ ନେଇ ଗ୍ରାଉଣ୍ଡ ଜିରୋକୁ ଯାଇଥିଲେ। ସେଠାରେ ଲୋକଙ୍କ ଅଭିଯୋଗ ଶୁଣିଲେ। ଆଉ ତୁରନ୍ତ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଘଟଣାଟି ହେଉଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳର।
ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଚିନ୍ତାମଣିଶ୍ୱର ଐତିହ୍ୟ ପୋଖରୀ କାର୍ଯ୍ୟର ସମୀକ୍ଷା କରିଥିଲେ। ଏ କାମ କେବେ ଆରମ୍ଭ ହୋଇଥିଲା। କାହିଁକି କାମର ଅଗ୍ରଗତି ହେଉନି, ସେନେଇ ଆଲୋଚନା କରିଥିଲେ। ତେବେ ସ୍ଥାନୀୟ ଲୋକମାନଙ୍କର ଅଭିଯୋଗ ଓ ଦାବି ଥିଲା, ୨୨ ଏକରର ପୋଖରୀ ୯ ଏକର ହେଲା କେମିତି? ତାର ତଦନ୍ତ କରାଯାଉ। ପୋଖରୀ ଭିତରେ କୁଣ୍ଡ ହୋଇଛି କାହିଁକି ? ମନ୍ତ୍ରୀ ଚିନ୍ତାମଣିଶ୍ୱର ଅଞ୍ଚଳରେ କାଦୁଅ ରାସ୍ତା ବି ବୁଲି ଦେଖିଥିଲେ।
ପରେ ମନ୍ତ୍ରୀ ଝାରପଡ଼ାର ବିଭିନ୍ନ ଅଞ୍ଚଳ, ନିକୋ ପାର୍କ, ନୟାପଲ୍ଲୀ ହଜ ଓ ଦୟାନଦୀ ୱେଷ୍ଟ କେନାଲ ପ୍ରୋଜେକ୍ଟର ସ୍ଥିତି ସମୀକ୍ଷା କରିଥିଲେ। ଲୋକଙ୍କ ସରକାର ଲୋକଙ୍କ ସମସ୍ୟାର ସମାଧାନ କରିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1721126971.jpg)