Advertisment

ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ରଥଯାତ୍ରାରେ ଯୋଗ ଦେବେ!

୭ରୁ ୮ତାରିଖ ଦୁଇ ଦିନ ରାଷ୍ଟ୍ରପତି ପୁରୀରେ ରହିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Droupadi murmu

Droupadi murmu

ରଥଯାତ୍ରାରେ ପୁରୀ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଏଥର ରଥଯାତ୍ରାରେ ସାମିଲ ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। 

Advertisment

ସୂଚନା ଅନୁଯାୟୀ, ଜୁଲାଇ ୬ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଏହି ସମୟରେ ରାଷ୍ଟ୍ରପତିଙ୍କର ପୁରୀ  ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ୬ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ  ସଂଧ୍ୟାରେ ରାଷ୍ଟ୍ରପତି ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ। ୭ ତାରିଖରେ ପୁରୀ ଗସ୍ତରେ ଯିବେ। ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ରଥଯାତ୍ରାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୮ ତାରିଖରେ ଖଣ୍ଡଗିରି, ଉଦୟଗିରି ପରିଦର୍ଶନ ଯିବେ ରାଷ୍ଟ୍ରପତି।

 ସେହିପରି ୮ ତାରିଖ ଅପରାହ୍ନରେ ଡିଭାଇନ୍‌ ରିଟ୍ରିଟ୍‌ ସେଣ୍ଟର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି। ୯ ତାରିଖ ପୂର୍ବାହ୍ନରେ ନାଇଜର୍‌ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିଦିନ ଅପରାହ୍ନରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ରାଷ୍ଟ୍ରପତି ଓଡ଼ିଶା ଆସିବା ନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ସୂଚନା ମିଳି ନାହିଁ।

Advertisment

ଅନ୍ୟପକ୍ଷରେ ଆସନ୍ତା ୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି।।ଘୋଷଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ଆଜି ବସିବ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ। ପୁରୀ ଟାଉନ୍ ହଲ ପରିସରରେ ଦିନ ୧୧ଟାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ରଥଯାତ୍ରା ସୁପରିଚାଳନା ନେଇ ବିସ୍ତୃତ ସମୀକ୍ଷା କରାଯିବ। ବିଶେଷ କରି ପୂର୍ବରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଆଇନ ସଚିବ, ଆରଡିସି, ପୁଲିସ ବିଭାଗର ଅଧିକାରୀ, ପୁରୀ ଜିଲ୍ଲାପାଳ, ଏସପି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ରଥ ପ୍ରସ୍ତୁତି, ନୀତି ନିର୍ଘଣ୍ଟ ଅନୁଯାୟୀ ବିଶେଷ ବ୍ୟବସ୍ଥା, ଆଇନ ଶୃଙ୍ଖଳା, ଟ୍ରାଫିକ ସୁନିୟନ୍ତ୍ର, ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ରେଳ ଚଳାଚଳ, ପରିବହନ ବ୍ୟବସ୍ଥା ଦିଗ ଉପରେ ଆଲୋଚନା ହେବ। ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୁଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
୬ ତାରିଖ ସଂଧ୍ୟାରେ ଆସି ୯ ତାରିଖ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି
୬ ସଂଧ୍ୟାରେ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ
୭ ତାରିଖରେ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି
୮ ତାରିଖରେ ଖଣ୍ଡଗିରି, ଉଦୟଗିରି ପରିଦର୍ଶନ କରିବେ ରାଷ୍ଟ୍ରପତି
୮ ଅପରାହ୍ନରେ ଡିଭାଇନ୍‌ ରିଟ୍ରିଟ୍‌ ସେଣ୍ଟର ଉଦ୍‌ଘାଟନ କରିବେ

Bhubaneswar Puri President Of India Draupadi Murmu