Advertisment

ସରିଲା ୫ମ ପର୍ଯ୍ୟାୟ ଭୋଟ, ସିଲ୍‌ ହେଲା ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ

ଭୋଟିଂ ପରେ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏମାନଙ୍କ ମଧ୍ୟରେ ୮୨ ଜଣ ମହିଳା ମଧ୍ୟ ରହିଛନ୍ତି।

author-image
Hemant Lenka
Vote

Vote

ଦେଶରେ ଚାଲିଥିବା ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ଭୋଟିଂ ଆଜି ଶେଷ ହୋଇଛି। ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୪୯ଟି ଆସନ ପାଇଁ ଆଜି ଲୋକମାନେ ମତାଧିକାର ସାବ୍ୟସ୍ତ କରିଛି।

Advertisment

ଭୋଟିଂ ପରେ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏମାନଙ୍କ ମଧ୍ୟରେ ୮୨ ଜଣ ମହିଳା ମଧ୍ୟ ରହିଛନ୍ତି। ସନ୍ଧ୍ୟା ୭ଟା ସୁଦ୍ଧା ଭୋଟିଂ ହାର ପ୍ରାୟ ୬୦% ରହିଛି। କିଛି ସ୍ଥାନରେ ଭିଡ଼ ଲାଗି ରହିଥିବାରୁ ଆଗକୁ ନିର୍ବାଚନ କମିଶନ ଅପଡେଟ ଭୋଟିଂ ହାର ପ୍ରକାଣ କରିବେ ବୋଲି ଜଣାପଡ଼ିଛି।

ଆଜି ମହାରାଷ୍ଟ୍ରର ୧୩, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୭ଟି, ବିହାରର ୫ଟି, ଓଡ଼ିଶାର ୫ଟି, ଝାରଖଣ୍ଡର ୩ଟି, ଜମ୍ମୁ-କଶ୍ମୀର ଓ ଲଦାଖର ଗୋଟିଏ ଲେଖାଏ ଆସନ ପାଇଁ ମତଦାନ ହୋଇଥିଲା। ଆଜିର ଭୋଟିଂ ସହ ମହାରାଷ୍ଟ୍ରର ସମସ୍ତ ୪୮ଟି ଆସନରେ ମତଦାନ ଶେଷ ହୋଇ ଯାଇଛି। ଏବେ ଜୁନ ୪କୁ ଅପେକ୍ଷା। ଓଡ଼ିଶାର ୫ ଲୋକସଭା ଆସନ ସହ ଏହା ଅଧୀନରେ ଥିବା ୩୫ଟି ବିଧାନସଭା ସିଟ ମଧ୍ୟ ଲୋକମାନେ ଭୋଟ ଦେଇଛନ୍ତି।

Advertisment

ଏହି ପର୍ଯ୍ୟାୟରେ ସବୁଠାରୁ କମ ସିଟ ପାଇଁ ମତଦାନ ଗ୍ରହଣ କରାଯାଇଥିଲେ ହେଁ ବହୁ ହେଭିୱେଟ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। ଉତ୍ତର ପ୍ରଦେଶର ରାଏବରେଲୀରୁ ରାହୁଲ ଗାନ୍ଧି, ଆମେଠିରୁ ସ୍ମୃତି ଇରାନୀ, ଲକ୍ଷ୍ନୌରୁ ରାଜନାଥ ସିଂହ, ମୁମ୍ବାଇ ନର୍ଥରୁ ପୀୟୂଷ ଗୋଏଲ, ହାଜିପୁରରୁ ଚିରାଗ ପାଶ୍ୱାନ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ କଲ୍ୟାଣରୁ ଲଢ଼ୁଥିଲେ। ଏବେ ସମସ୍ତଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ଯାଇଛି।

୨୦୧୯ରେ ଆଜି ଭୋଟ ହୋଇଥିବା ୪୯ଟି ଆସନରୁ ବିଜେପି ୩୨ଟିରେ ଜିତିଥିଲା। ସବୁଠାରୁ ବଡ଼ ଲଢ଼େଇ ବେଙ୍ଗଲର ୭ଟି ଓ ମହାରାଷ୍ଟ୍ରରେ ୧୩ଟି ଆସନରେ ହେବାର ସମ୍ଭାବନା ରହିଛି। କାରଣ ମହାରାଷ୍ଟ୍ରର ଏହି ୧୩ ଆସନରୁ ୧୦ଟି ଶିବସେନା ଗଡ଼। କିନ୍ତୁ ଶିବସେନା ଦୁଇ ଭାଗ ହୋଇଯାଇଥିବାରୁ ଭୋଟ କାହା ସପକ୍ଷରେ ଯାଉଛି, ତା’ ଉପରେ ସମସ୍ତଙ୍କର ନଜର ରହିଛି।

ସେହିପରି ବେଙ୍ଗଲର ୭ଟି ଆସନରେ ବିଜେପି ଓ କ୍ଷମତାସୀନ ଟିଏମସି ମଧ୍ୟ ଟକ୍କର ହୋଇଛି। ହୁଗୁଳୀ ଆସନରେ ବିଜେପିର ଲକେଟ ଚାଟାର୍ଜୀଙ୍କ ବିପକ୍ଷରେ ରଚନା ବାନାର୍ଜୀ ରହିଥିଲେ।

ଉତ୍ତର ପ୍ରଦେଶରେ ଆଜି ୧୪ଟି ଆସନ ପାଇଁ ଭୋଟିଂ ହୋଇଛି। ଏହା ମଧ୍ୟରୁ କେବଳ ରାଏବରେଲୀକୁ ଛାଡ଼ି ୨୦୧୯ରେ ବିଜେପି ସବୁ ଠାରେ ଜିତିଥିଲା। ତେଣୁ କଂଗ୍ରେସ ଓ ଅଖିଲେଶ ଯାଦବଙ୍କ ସପା ଏହି ଧାରାକୁ ଭାଙ୍ଗି ପାରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଏବେ ଆଉ ୨ଟି ପର୍ଯ୍ୟାୟରେ ୧୧୫ଟି ଲୋକସଭା ଆସନ ପାଇଁ ଭୋଟିଂ ହେବ। ମେ’ ୨୫ରେ ଦିଲ୍ଲୀ ଓ ହରିୟାଣା ସମେତ ମୋଟ ୫୮ଟି ଆସନରେ ଲୋକମାନେ ଭୋଟ ଦେବେ। ସେହିପରି ଜୁନ ୧ରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ।

General Election 2024 General Election Lok Sabha Election 2024