Advertisment

କେଉଁ ତାରିଖରେ କେତେ ଆସନରେ ହେବ ଭୋଟ? ଜୁନ ୪ରେ ରେଜଲ୍ଟ

ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଲୋକସଭା ଆସନରେ ଭୋଟ ହେବ।

EVM

EVM

Advertisment

ମୁଖ୍ୟ ନିର୍ବାଚନ କମିଶନର ଆଜି ଦେଶର ୫୪୩ ଲୋକସଭା ଆସନ ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ନିର୍ବାଚନ ଦେଶରେ ଏକ ପର୍ବ।

Advertisment

ଏହି ପର୍ବ ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ ୧ ଯାଏ ଚାଲିବ। ବିଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ସମୟରେ ଲୋକମାନେ ସେମାନଙ୍କ ଜନପ୍ରତିନିଧିମାନଙ୍କୁ ବାଛିବେ। ଜୁନ ୪ରେ ଭୋଟ ଗଣତି ସହ ପୂରା ଦେଶରେ ଏକାସଙ୍ଗେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଲୋକସଭା ଆସନରେ ଭୋଟ ହେବ।

Advertisment

ସେହିପରି ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୮୯ଟି ଆସନ, ମେ’ ୭ରେ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଆସନ, ମେ’ ୧୩ରେ ୧୦ଟି ରାଜ୍ୟର ୯୬ଟି ଆସନ, ମେ’ ୨୦ରେ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୯ଟି ଆସନ, ମେ’ ୨୫ରେ ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଆସନ ଏବଂ ଜୁନ ୧ ଅର୍ଥାତ ଶେଷ ପର୍ଯ୍ୟାୟରେ ଦେଶର ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନ ପାଇଁ ଲୋକମାନେ ମତଦାନ କରିବେ।

Lok Sabha Election Lok Sabha Elections 2024 Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe