Advertisment

BJDକୁ ଭୋଟ୍‌ ଦେବା ପାଇଁ ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ୍‌ କଲ୍‌

ରାଜ୍ୟ ସରକାର ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ଯୁକ୍ତ ତିନି ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ମେଧାବୃତ୍ତି ପ୍ରଦାନ କରିଛନ୍ତି ଦୁଇ ମାସ ତଳେ। ତେବେ ଏଠି ପ୍ରଶ୍ନ ଉଠୁଛି, ମେଧାବୃତ୍ତି କ’ଣ ନୂଆ ଭୋଟରଙ୍କୁ ଆତ୍କୃଷ୍ଟ କରିବା ପାଇଁ ଥୋପ ଥିଲା କି?

BJD

BJD

Advertisment

ବିଜେଡି ସରକାରର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍‌ ଦିଅ। ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ୍‌ କଲ୍‌। ଥରେ କି ଦୁଇ ଥର ନୁହେଁ। ବାରମ୍ୱାର ଫୋନ୍‌ କଲ ଆସୁଛି। ଆଉ ବିଜେଡିକୁ ଭୋଟ୍‌ ଦେବା ପାଇଁ କୁହାଯାଉଛି। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଆସୁଛି ଏହି ଫୋନ୍ କଲ୍‌।

Advertisment

କଟକର ଜଣେ ଛାତ୍ରଙ୍କ ପାଖକୁ ଆସିଥିଲା ଫୋନ୍‌ କଲ। କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ କୁହାଯାଇଥିଲା। ଖାଲି ସେତିକି ନୁହେଁ, ବିଜେଡି ସରକାର ମେଧାବୃତ୍ତି ଦେଇଥିବାରୁ ଭୋଟ ବିଜେଡିକୁ ଦିଅନ୍ତୁ ବୋଲି ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲେ।

ଠିକ୍‌ ସେମିତି ରାୟଗଡା ଗୌତମ ନଗରର ଯୁକ୍ତ ତିନି ଛାତ୍ର ସିଦ୍ଧାର୍ଥ ପୃଷ୍ଟିଙ୍କ ପାଖକୁ ଆସିଥିଲା ଫୋନ୍‌ କଲ୍‌। ତାଙ୍କ ପାଖକୁ ଏପ୍ରିଲ ୧୫ ଓ ୨୨ରେ ଫୋନ୍‌ କଲ୍‌ ଆସିଥିଲା। ସେ କହିଛନ୍ତି, ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ କୁହାଯାଇଥିଲା। କିନ୍ତୁ ଆମେ ଲୋକଙ୍କୁ ଦେଖି ଭୋଟ୍‌ ଦେବୁ। ଯିଏ ଆମର ସମସ୍ୟା ସମାଧାନ କରିବ, ତାଙ୍କୁ ଆମେ ଭୋଟ୍‌ ଦେବା ବୋଲି ସିଦ୍ଧାର୍ଥ କହିଛନ୍ତି।

Advertisment

ସିଦ୍ଧାର୍ଥଙ୍କ ପରି ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭବାନୀ ପ୍ରଧାନଙ୍କ ପାଖକୁ ମଧ୍ୟ ଆସିଥିଲା ଫୋନ୍‌ କଲ। ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଫୋନ୍ କଲ୍‌ରେ କୁହାଯାଇଥିଲା। ଭବାନୀ କହିଛନ୍ତି, ମୁଁ ୧୦ ହଜାର ଟଙ୍କା ପାଇଥିଲି। ମୋ ପାଖକୁ ଦୁଇରୁ ତିନି ଥର ଫୋନ୍‌ କଲ୍‌ ଆସିଥିଲା। ବିଜେଡିକୁ ଭୋଟ ଦେବାକୁ କୁହାଯାଇଥିଲା ବୋଲି ଭବାନୀ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଏମିତି ଫୋନ୍‌ କଲ୍‌। ଯେଉଁଥିରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରାଯାଉଛି। ପ୍ରଲୋଭନ ମଧ୍ୟ ଦିଆଯାଉଛି, ଆହୁରି ଅଧିକ ମେଧାବୃତ୍ତି ପାଇଁ। ତେବେ ଏଠି ପ୍ରଶ୍ନ ଉଠୁଛି, ନୂଆ ଓ' ମେଧାବୃତ୍ତି ଯୋଜନାର ଅସଲ ଉଦ୍ଦେଶ୍ୟ ଯୁବ ଭୋଟରଙ୍କୁ କିଣିବା ଥିଲା କି ? କାରଣ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏଭଳି ଫୋନ୍ କଲ୍‌ ସନ୍ଦେହକୁ ଆହୁରି ବଢାଇଦେଇଛି।

ରାଜ୍ୟ ସରକାର ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ଯୁକ୍ତ ତିନି ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ମେଧାବୃତ୍ତି ପ୍ରଦାନ କରିଛନ୍ତି ଦୁଇ ମାସ ତଳେ। ତେବେ ଏଠି ପ୍ରଶ୍ନ ଉଠୁଛି, ମେଧାବୃତ୍ତି କ’ଣ ନୂଆ ଭୋଟରଙ୍କୁ ଆତ୍କୃଷ୍ଟ କରିବା ପାଇଁ ଥୋପ ଥିଲା କି? ଆଉ ଏ ପ୍ରଲୋଭନରେ ବିଜେଡି କ’ଣ ଯୁବ ଭୋଟରଙ୍କୁ ଆକର୍ଷିତ କରିପାରିବ? କାରଣ ରାଜ୍ୟରେ ଅଛନ୍ତି ୭ ଲକ୍ଷ ୫୪ ହଜାର ହେଲେ ନୂଆ ଭୋଟର। ରାଜ୍ୟରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢୁଥିବାରୁ ଏହାକୁ ଚେକ ଦେବାକୁ ବିଜେଡି ଏଭଳି ଫନ୍ଦି କରୁନି ତ? ଯାହାକୁ ନେଇ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି।

ପ୍ରଥମେ ଉଚ୍ଚ ଶିକ୍ଷାନୁଷ୍ଠାନରେ ରାଜ୍ୟ ସରକାର ନବୀନଙ୍କ ଫଟୋ ସମ୍ବଳିତ ବିଭିନ୍ନ ଯୋଜନାର ବ୍ୟାନର ମାରିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ନୂଆ ଓ ଯୋଜନା ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଧାବୃତ୍ତି ପ୍ରଦାନ କରାଇଥିଲେ। ତେବେ ଏସବୁ ଯୋଜନା ପଛରେ ଯେ ଭୋଟ୍‌ ପଲିଟିକ୍ସ ଥିଲା, ତାହା ଏବେ ଫୋନ୍ କଲ୍‌ରୁ ସ୍ପଷ୍ଟ ହୋଇଛି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe