Advertisment

ନାମାଙ୍କନପତ୍ର ଦାଖଲ କଲେ ପୂର୍ଣ୍ଣଚନ୍ଦ୍ର, ଅଶୋକ ଓ ରାମଚନ୍ଦ୍ର

କଟକର ବିକାଶ ପାଇଁ ବିଜେପି ଉପରେ ଭୋଟର ଆସ୍ଥା ପ୍ରକଟ କରି ଫୁଲ ଫୁଟିବ ବୋଲି କହିଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

BJP

BJP

Advertisment

କଟକ ଲୋକସଭା କ୍ଷେତ୍ର ଅଧୀନ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ପ୍ରାର୍ଥୀ। ବାରବାଟୀ-କଟକ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ ଶୋଭାଯାତ୍ରାରେ ନିଜ ଦଳୀୟ ସମର୍ଥକଙ୍କ ସହ ଆସି କଟକ ସଦର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟରେ ଏଥର ପରିବର୍ତ୍ତନ ହେବା ସହ ବାରବାଟୀ କଟକର ବିକାଶ ପାଇଁ ବିଜେପି ଉପରେ ଭୋଟର ଆସ୍ଥା ପ୍ରକଟ କରି ଫୁଲ ଫୁଟିବ ବୋଲି କହିଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର।

Advertisment

ସେହିପରି ଆମ ଆଦମୀ ପାର୍ଟି ତରଫରୁ ବାରବାଟୀ କଟକ ପାଇଁ ନୋମିନେସନ ଦାଖଲ କରିଛନ୍ତି ଅଶୋକ କୁମାର ଷଡ଼ଙ୍ଗୀ। ବାରବାଟୀ-କଟକ ପାଇଁ ସଜ୍ଜିତ ସାମଲ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚୌଦ୍ୱାର ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ରୂପାଲି ଲେଙ୍କା ଓ ବିପ୍ଲବ ନନ୍ଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ସଦର କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ଗୋଛାୟତ ଆଜି ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି କଟକ ଅତିରିକ୍ତ ଜିଲ୍ଲାପାଳଙ୍କୁ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି।

ନାମାଙ୍କନ ପତ୍ର ଦାଖଲ କଲେ ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା। ଜଟଣୀ ଖୁଦୁପୁର ପଡ଼ିଆରୁ ଶତାଧିକ କର୍ମୀ ଓ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଯାଇ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶୋଭାଯାତ୍ରା ବେଳେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ସାମିଲ ହୋଇଥିଲେ। ଏହି ଅବସରରେ ବିଶ୍ୱରଞ୍ଜନ କହିଛନ୍ତି ଏଥର ଜଟଣୀରେ ପରିବର୍ତ୍ତନ ନିଶ୍ଚିନ୍ତ।

Advertisment

ସେହିପରି କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ୟାସିର ନୱାଜ, ଖୋର୍ଦ୍ଧା ପ୍ରାର୍ଥୀ ସୋନାଲି ସାହୁ, ବେଗୁନିଆ ପ୍ରାର୍ଥୀ ପୃଥୀବି ବଲ୍ଲଭ ପଟ୍ଟନାୟକ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପୁରୀ ଲୋକସଭା ଆସନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଭାବେ ଜୟନାରାୟଣ ପଟ୍ଟନାୟକ ପୁରୀ ଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe