Advertisment

ସମ୍ବିତ୍‌ଙ୍କୁ ଚ୍ୟାଲେଞ୍ଜ ଦେଲେ ପିନାକୀ: ‘ଟିଭି ଚ୍ୟାନେଲରେ ଡିବେଟ କରୁଥିଲେ, ଏବେ ମୋ ସହ କରନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)-ପୁରୀ ଲୋକସଭା ଆସନ ପାଇଁ ତିନି ଦଳରେ ହେଭିୱେଟ୍‌ ଦାବିଦାର। ବିଜେଡିରୁ ପିନାକୀ ମିଶ୍ର, ବିଜେପିରୁ ସମ୍ବିତ ପାତ୍ର ଓ କଂଗ୍ରେସରୁ ସତ୍ୟ ନାୟକ। ଜୋରଦାର ଜମିଗଲାଣି ପ୍ରଚାର। ରୋଡ ଶୋ, ସଭାସମିତିରେ କେହି କାହା ପଛରେ ନାହାନ୍ତି। ନିର୍ବାଚନ ଫଳାଫଳ କ’ଣ ହେବ, ତା’ ତ ସମୟ କହିବ। କିନ୍ତୁ ଏବେ ବାକ୍‌ ଚାତୁରିରେ ନିପୁଣ ପ୍ରାର୍ଥୀଙ୍କ କଥା କଟାକଟି ବେଶ ରୋଚକ ହେଉଛି ଭୋଟରଙ୍କ ପାଇଁ। ପୁରୀରେ ପିନାକୀ ଓ ସମ୍ବିତଙ୍କ ପ୍ରଚାର […]

ଅଦ୍ୟତନ ହୋଇଛି
ସମ୍ବିତ୍‌ଙ୍କୁ ଚ୍ୟାଲେଞ୍ଜ ଦେଲେ ପିନାକୀ: ‘ଟିଭି ଚ୍ୟାନେଲରେ ଡିବେଟ କରୁଥିଲେ, ଏବେ ମୋ ସହ କରନ୍ତୁ’

puri

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)-ପୁରୀ ଲୋକସଭା ଆସନ ପାଇଁ ତିନି ଦଳରେ ହେଭିୱେଟ୍‌ ଦାବିଦାର। ବିଜେଡିରୁ ପିନାକୀ ମିଶ୍ର, ବିଜେପିରୁ ସମ୍ବିତ ପାତ୍ର ଓ କଂଗ୍ରେସରୁ ସତ୍ୟ ନାୟକ। ଜୋରଦାର ଜମିଗଲାଣି ପ୍ରଚାର। ରୋଡ ଶୋ, ସଭାସମିତିରେ କେହି କାହା ପଛରେ ନାହାନ୍ତି। ନିର୍ବାଚନ ଫଳାଫଳ କ’ଣ ହେବ, ତା' ତ ସମୟ କହିବ। କିନ୍ତୁ ଏବେ ବାକ୍‌ ଚାତୁରିରେ ନିପୁଣ ପ୍ରାର୍ଥୀଙ୍କ କଥା କଟାକଟି ବେଶ ରୋଚକ ହେଉଛି ଭୋଟରଙ୍କ ପାଇଁ।

Advertisment

ପୁରୀରେ ପିନାକୀ ଓ ସମ୍ବିତଙ୍କ ପ୍ରଚାର ବେଶି ଜମୁଛି। କଥାରେ କେହି କାହାକୁ ଛାଡୁ ନାହାନ୍ତି। ଆଜି ଏକ ପ୍ରଚାର କାର୍ଯ୍ୟକ୍ରମରେ ଯାଇ ପିନାକୀ ସାମ୍ବାଦିକଙ୍କ ସାମ୍ନାରେ ଚ୍ୟାଲେଞ୍ଜ ଦେଇଥିଲେ ସମ୍ବିତ୍‌ଙ୍କୁ।

‘ସମ୍ବିତ ଜାତୀୟ ସ୍ତର ଗଣମାଧ୍ୟମରେ ଡିବେଟ କରୁଛନ୍ତି, ଯେଉଁଠି ଆଙ୍କରମାନଙ୍କୁ କହିବାର ସୁଯୋଗ ମିଳେ ନାହିଁ। ହେଲେ ମୋ ସହ ଖୋଲା ଡିବେଟ କରନ୍ତୁ ଦେଖି!’

Advertisment

ପିନାକୀଙ୍କ ଏପରି ଚ୍ୟାଲେଞ୍ଜକୁ ହଜମ କରିପାରି ନାହାନ୍ତି ସମ୍ବିତ୍‌। ତୁରନ୍ତ ଉତ୍ତର ଦେଇଛନ୍ତି- ‘ପାର୍ଲାମେଣ୍ଟରେ ତାଙ୍କୁ ଲାଇଭ ଡିବେଟ କରିବାର ସୁଯୋଗ ମିଳିଲା। ସେତେବେଳେ ତ ପାଟି ଖୋଲିଲେନି। ଏବେ ଏଠି ଡିବେଟ କାହିଁକି କରିବେ?

ଏହାର ଭତ୍ତର ଦେଇ ପିନାକୀ କହିଥିଲେ, ‘ତାଙ୍କର ରେକର୍ଡ ହେଲା ଦିଲ୍ଲୀ ଚ୍ୟାନେଲ୍‌ରେ ଡିବେଟ କରିବା। ହେଲେ ମୋ ସହ ଖୋଲା ଡିବେଟ କଲେ ମୁଁ କହିଦେବି ମୁଁ ପାର୍ଲାମେଣ୍ଟରେ କ’ଣ କହିଛି। ସେ ହୁଏତ ତାହା ଦେଖି ପାରି ନ ଥିବେ। ଏହାର ଉତ୍ତରରେ ସମ୍ବିତ କହିଥିଲେ, ପାର୍ଲାମେଣ୍ଟରେ ଖୋଲା ଡିବେଟରେ କିଛି କହିଲେନି। ପୁରୀ ସମସ୍ୟା ଉପସ୍ଥାପନ କଲେନି। ଶୋଇଲେ। ଏବେ ଏଠି ଡିବେଟ କରି ଫାଇଦା କ’ଣ ?’

ଯାହାବି ହେଉ, ପିନାକୀ-ସମ୍ବିତଙ୍କ ଏହି କଥା କଟାକଟି ଦର୍ଶକଙ୍କର ବେଶ୍‌ ମନୋରଞ୍ଜନ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe