Advertisment

ବିଜେପି ନେତାଙ୍କ ‘କେରଳ ମିନି ପାକିସ୍ତାନ’ ବୟାନକୁ ନିନ୍ଦା କଲେ ପିନରାୟି ବିଜୟନ

କଂଗ୍ରେସ ସାଂସଦ ରାହୁଲ ଓ ପ୍ରିୟଙ୍କାଙ୍କୁ ଟାର୍ଗେଟ କରିବାକୁ ଯାଇ କେରଳକୁ ମିନି ପାକିସ୍ତାନ ବୋଲି କହିଥିଲେ ବିଜେପି ନେତା ନୀତେଶ ରାଣେ। ଚାରିଆଡ଼ୁ ହେଉଛି ବିରୋଧ।

Pinarayi Vijayan

Pinarayi Vijayan

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରି କେରଳକୁ ମିନି ପାକିସ୍ତାନ କହିବା ପରେ ବିବାଦରେ ବିଜେପି ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନୀତେଶ ରାଣେ। ଏହାକୁ ନେଇ ଜାତୀୟ ରାଜନୀତି ତେଜିଥିବାବେଳେ ଚାରିଆଡ଼ୁ ନୀତେଶଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାରି ଭିତରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ବିଜେପି ନେତାଙ୍କୁ ସମାଲୋଚନା କରିବା ସହ ଏଭଳି ମନ୍ତବ୍ୟକୁ ଦୁର୍ଭାଗ୍ୟପୂର୍ଣ୍ଣ ଓ ନିନ୍ଦନୀୟ ବୋଲି କହିଛନ୍ତି।

Advertisment

ଏହି ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀ ଆଜି ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନୀତେଶ ରାଣେ କେରଳକୁ ମିନି ପାକିସ୍ତାନ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ନିନ୍ଦନୀୟ। ଧର୍ମନିରପେକ୍ଷତା ଏବଂ ସାମ୍ପ୍ରଦାୟିକ ସଦ୍ଭାବର ଏକ ଗଡ଼ ଭାବେ ପରିଚିତ କେରଳ ବିରୋଧରେ ସଂଘ ପରିବାରର ଘୃଣ୍ୟ ପ୍ରଚାରକୁ ଏହା ଦର୍ଶାଉଛି। କେରଳ ଉପରେ ଏଭଳି ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ ଏବଂ ସଂଘ ପରିବାରର ଏଭଳି ଘୃଣ୍ଯ ରାଜନୀତି ବିରୋଧରେ ସମସ୍ତ ଗଣତାନ୍ତ୍ରିକ ଏବଂ ଧର୍ମନିରପେକ୍ଷ ଶକ୍ତିକୁ ଏକାଠି ହେବାକୁ ଆହ୍ୱାନ କରୁଛୁ ବୋଲି ପିନରାୟି ବିଜୟନ ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ମହାରାଷ୍ଟ୍ର ସରକାରରେ ମତ୍ସ୍ୟ ସମ୍ପଦ ଓ ବନ୍ଦର ଉନ୍ନୟନ ବିଭାଗର ମନ୍ତ୍ରୀ ଅଛନ୍ତି। ସୋମବାର ଏକ ଜନସଭାକୁ ସମ୍ବୋଧନ କରୁଥିବାବେଳେ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ କେରଳ ହେଉଛି ମିନି ପାକିସ୍ତାନ। ସେଥିପାଇଁ ସେଠାରୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗନ୍ଧି ଜିତୁଛନ୍ତି। ସବୁ ଆତଙ୍କବାଦୀମାନେ ସେମାନଙ୍କୁ ଭୋଟ ଦିଅନ୍ତି। ସେମାନେ ଆତଙ୍କବାଦୀମାନଙ୍କୁ ସାଙ୍ଗରେ ନେଇ ସାଂସଦ ହେଉଛନ୍ତି ବୋଲି କହିଥିଲେ ନୀତେଶ।

Advertisment

ତେବେ ଚାରିଆଡ଼ୁ ସମାଲୋଚନାର ଶିକାର ହେବାପରେ ସେ ନିଜ କଥାକୁ ନେଇ ସଫେଇ ଦେଇଥିଲେ। ସେ କହିଥିଲେ ଯେ କେରଳ ନିଶ୍ଚିତ ଭାବରେ ଭାରତର ଅଂଶବିଶେଷ। ତେବେ ସେଠାରେ ଯେଉଁଭଳି ଭାବରେ ହିନ୍ଦୁ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ପ୍ରତିଦିନ ସେଠାରେ ହିନ୍ଦୁମାନଙ୍କ ଧର୍ମ ପରିବର୍ତ୍ତନ କରାଇ ସେମାନଙ୍କୁ ମୁସଲିମ ଓ ଖ୍ରୀଷ୍ଟିୟାନରେ ପରିବର୍ତ୍ତନ କରାଯାଉଛି। ସେଥିପାଇଁ ସେ ଏହାକୁ ପାକିସ୍ତାନ ସହ ତୁଳନା ସଫେଇ ଦେଇଥିଲେ।

Bjp Congress Kerala Pinarayi Vijayan Nitesh Rane Mini Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe